ETV Bharat / state

କେନ୍ଦ୍ର ସରକାରଙ୍କ ବିରୋଧରେ ଟ୍ରେଡ ୟୁନିଅନର ସମ୍ମିଳନୀ - ରାଉରକେଲାରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିିତ

ଗତକାଲି ସରକାରଙ୍କ ବିବାଦୀୟ ପଦକ୍ଷେପ ବିରୋଧରେ ଜନମତକୁ ସଙ୍ଗଠିତ କରିବା ପାଇଁ ରାଉରକେଲାରେ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

କେନ୍ଦ୍ର ସରକାରଙ୍କ ବିରୋଧରେ ଟ୍ରେଡ଼ ୟୁନିୟନ
କେନ୍ଦ୍ର ସରକାରଙ୍କ ବିରୋଧରେ ଟ୍ରେଡ଼ ୟୁନିୟନ
author img

By

Published : Jul 5, 2023, 1:57 PM IST

କେନ୍ଦ୍ର ସରକାରଙ୍କ ବିରୋଧରେ ଟ୍ରେଡ଼ ୟୁନିୟନ

ରାଉରକେଲା: କେନ୍ଦ୍ର ସରକାରଙ୍କ ବିରୋଧ କଲା ଟ୍ରେଡ ୟୁନିୟନ । ପ୍ରମୁଖ ଟ୍ରେଡ୍ ୟୁନିଅନଗୁଡ଼ିକ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ଜନବିରୋଧୀ, ଶ୍ରମିକ ବିରୋଧୀ ଏବଂ ଦେଶ ବିରୋଧୀ ନୀତିକୁ ନିନ୍ଦା କରିଛନ୍ତି । ଟ୍ରେଡ୍ ୟୁନିଅନର ସମ୍ମିଳନୀରେ ସିଆଇଟିୟୁ ଭଳି ପ୍ରମୁଖ ୟୁନିଅନ ସହ ଆଇଏନଟିୟୁସି, ଏଚ୍ଏମ୍ଏସ୍, ଏଆଇଟିୟୁସି, ଏଆଇୟୁଟିୟୁସି, ଏଆଇସିସିଟିୟୁ ଆଦି ଦଳ ଯୋଗ ଦେଇଥିଲେ । ଗତକାଲି ସରକାରଙ୍କ ବିବାଦୀୟ ପଦକ୍ଷେପ ବିରୋଧରେ ଜନମତକୁ ସଙ୍ଗଠିତ କରିବା ପାଇଁ ରାଉରକେଲାରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଏହି ସମ୍ମିଳନୀରେ ଘରୋଇକରଣ ଦିଗରେ ସରକାରଙ୍କ ପଦକ୍ଷେପକୁ ଶ୍ରମିକ ସଙ୍ଗଠନ ବିରୋଧ କରିବା ସହ ଏଭଳି ପଦକ୍ଷେପକୁ ବନ୍ଦ କରିବାକୁ ଦାବି କରିଛନ୍ତି । ଘରୋଇକରଣ ଦ୍ୱାରା ନିଯୁକ୍ତି, ନିଯୁକ୍ତି ସୁରକ୍ଷା ଏବଂ ଦେଶର ସାମଗ୍ରିକ ସାମାଜିକ-ଅର୍ଥନୈତିକ କଲ୍ୟାଣ ଉପରେ ଗୁରୁତର ପ୍ରଭାବ ପଡ଼ିବ । ରାଷ୍ଟ୍ରୀୟତା ଉଦ୍ୟୋଗର ଗୁରୁତ୍ୱକୁ ଗୁରୁତ୍ୱ ଦେଇ ସଙ୍ଘଗୁଡ଼ିକ ଘରୋଇକରଣ ନୀତିର ବ୍ୟାପକ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଛନ୍ତି । ଏହାସହ 44ଟି ଶ୍ରମ ଆଇନକୁ 4ଟି ଶ୍ରମ ସଂହିତାରେ ସଂଶୋଧନ କରିବା । ଶ୍ରମିକମାନଙ୍କର ଅଧିକାର ଏବଂ ସୁରକ୍ଷାକୁ ସୁଦୃଢ଼ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ନ୍ୟାୟପୂର୍ଣ୍ଣ ଏବଂ ସମାନ ବ୍ୟବହାର ସୁନିଶ୍ଚିତ କରାଯାଇପାରିବା ଭଳି ପଦକ୍ଷେପ ବଦଳରେ ଅନ୍ୟାୟ କରୁଥିବା ଅଭିଯୋଗ କରିଛନ୍ତି ସମସ୍ତ ଟ୍ରେଡ ୟୁନିୟନ ।

ସେହିପରି ଟ୍ରେଡ୍ ୟୁନିଅନ ବର୍ତ୍ତମାନ ଦରଦାମ ବୃଦ୍ଧି ହାରକୁ ନେଇ ଉଦବେଗ ପ୍ରକାଶ କରିଛି । ମନଇଚ୍ଛା ଦରବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବୋଝ ହେଉଥିବା ବେଳେ ମୁଦ୍ରାସ୍ଫୀତି ବୃଦ୍ଧି, ଶେଷରେ ଦେଶରେ ଆର୍ଥିକ ସ୍ଥିତି ମଧ୍ୟ ବିଗିଡିଥିବା ଅଭିଯୋଗ ହୋଇଛି । ଏନେଇ ଟ୍ରେଡ ୟୁନିଅନ ସରକାରଙ୍କୁ ଦାବି କରିଛନ୍ତି ଯେ, ସରକାର ନିଜ ନାଗରିକଙ୍କ ମଙ୍ଗଳକୁ ପ୍ରାଥମିକତା ଦିଅନ୍ତୁ । ଏହା ବ୍ୟତୀତ, ଚୁକ୍ତି ଏବଂ ଯୋଜନା ଶ୍ରମିକମାନଙ୍କ ପାଇଁ ଏକ କେନ୍ଦ୍ର ସରକାରଙ୍କ ବାଧ୍ୟତାମୂଳକ ସର୍ବନିମ୍ନ ବେତନ ଏବଂ ସାମାଜିକ ସୁରକ୍ଷା ଦାବି ଉପରେ ଗୁରୁତ୍ୱ ଦିଆଯାଇଥିଲା ଏହି ସମ୍ମିଳନୀରେ । ଠିକା ଶ୍ରମିକମାନଙ୍କ ଦୁର୍ବଳ ସ୍ଥିତିର ସମାଧାନ ଉପରେ ସଙ୍ଘ ଗୁରୁତ୍ୱାରୋପ କରିଥିବା ବେଳେ ଠିକା ଓ ଯୋଜନା ଶ୍ରମିକଙ୍କ ଅଧିକାର ଓ ମଙ୍ଗଳ ସୁରକ୍ଷା ପାଇଁ ବ୍ୟାପକ ଆଇନ ପ୍ରଣୟନ କରିବାକୁ ଦାବି କରାଯାଇଛି । ଏଥିସହ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ବିସ୍ଥାପିତ ହୋଇଥିବା ସମସ୍ତ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ପ୍ରଦାନ ନେଇ ମଧ୍ୟ ଦାବି କରାଯାଇଛି ।

ଏହାସହ ରାଉରକେଲା ଇସ୍ପାତ କାରଖାନାରେ NJCS ଚୁକ୍ତିନାମା କରାଯାଉ ଯାହାଫଳରେ ସମସ୍ତ ଶ୍ରମିକମାନେ ଏହାର ସୁଫଳ ପାଇ ପାରିବେ ବୋଲି ଦାବି କରିଛି ସମସ୍ତ ଟ୍ରେଡ ୟୁନିୟନ । ଏନେଇ ଅଗଷ୍ଟ 9 ତାରିଖରେ ଭୁବନେଶ୍ୱରରେ ଏକ ବିଶାଳ ସମାବେଶ ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହାସହ ଅଗଷ୍ଟ 10 ତାରିଖରେ ସମସ୍ତ ଜିଲ୍ଲାରେ ଏକ ବିଶାଳ ସମାବେଶ ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦିଆଯାଇଛି । ଟ୍ରେଡ୍ ୟୁନିୟନ ଓ ଶ୍ରମିକ ଏବଂ ସାଧାରଣ ଲୋକମାନଙ୍କ ସାମୂହିକ ସ୍ୱରକୁ ଆଗକୁ ଆଣିବା ଏବଂ ଆବଶ୍ୟକତାକୁ ଦର୍ଶାଇବା ଏବଂ ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ଚାପ ପକାଇବା ପାଇଁ ଏହି ସମାବେଶ ଆୟୋଜନ କରାଯିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.