ETV Bharat / state

ଚାରି ହକି ଚାମ୍ପିୟାନଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା - hockey player in sundargarh

ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳରେ ପ୍ରତିନିଧିତ୍ବ କରି ଭାରତ ପାଇଁ ଗର୍ବ ଆଣିଥିବା ଚାରି ହକି ଖେଳାଳୀ ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା, ନମିତା ଟପ୍ପୋ ଓ ଦୀପ ଗ୍ରେସ ଏକ୍କାଙ୍କୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ କଡା ସୁରକ୍ଷା ବଳୟ ମଧ୍ୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଅଧିକ ପଢନ୍ତୁ...

ଚାରି ହକି ଚାମ୍ପିୟାନଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା

author img

By

Published : Aug 21, 2021, 10:56 PM IST

ସୁନ୍ଦରଗଡ: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳରେ ପ୍ରତିନିଧିତ୍ବ କରି ଭାରତ ପାଇଁ ଗର୍ବ ଆଣିଥିବା ଚାରି ହକି ଖେଳାଳୀ ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା, ନମିତା ଟପ୍ପୋ ଓ ଦୀପ ଗ୍ରେସ ଏକ୍କାଙ୍କୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ କଡା ସୁରକ୍ଷା ବଳୟ ମଧ୍ୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ଏମାନଙ୍କୁ ସମ୍ୱୋଧିତ କରିଛନ୍ତି ।

ଚାରି ହକି ଚାମ୍ପିୟାନଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା

ସୁନ୍ଦରଗଡ ଜିଲ୍ଲାର ଏହି ଚାରି ଖେଳାଳୀ ନିକଟରେ ଟୋକିଓ ଅଲମ୍ପିକ୍ସ ଖେଳି ଭାରତର ନାମକୁ ପୁଣି ଥରେ ବିଶ୍ୱ ଦରବାରରେ ପରିଚିତ କରିଛନ୍ତି । ଏହି ଖେଳାଳୀମାନେ ସୁନ୍ଦରଗଡକୁ ଏବେ ହକିର ପ୍ରକୃତ ଗଡ ବୋଲି ପ୍ରମାଣିତ କରିଛନ୍ତି । ଆଉ ସେଇଥିପାଇଁ ଏମାନଙ୍କ ଘର ବାହୁଡାକୁ ଦେଖି ରାସ୍ତା ସାରା ଲୋକେ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଗାଁ ମାଟିକୁ ସାଦର ସ୍ୱାଗତ ଜଣାଇଛନ୍ତି । କେଉଁଠି ଲୋକେ ଏମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନ ଜଣାଇଛନ୍ତି ତ ପୁଣି କେଉଁଠି ଆଦିବାସୀ ପରମ୍ପରାରେ ଏମାନଙ୍କ ହାତ ଧୋଇଛନ୍ତି । କେବଳ ସେତିକି ନୁହେଁ, ସେମାନଙ୍କ ଘର ବାହୁଡା ଯେପରି ନିରାପଦ ଓ ଶୃଙ୍ଖଳିତ ହେବ ସେନେଇ ଜିଲ୍ଲା ପୋଲିସ ଓ ପ୍ରଶାସନ ସାରା ସୁନ୍ଦରଗଡକୁ ସୁରକ୍ଷା ବଳୟରେ ରଖିଛନ୍ତି ।

ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବା ପରେ ସାରା ରାଜ୍ୟବାସୀ ତାଙ୍କୁ ସ୍ୱାଗତ କରୁଥିବା ବେଳେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ମଧ୍ୟ ଆନୁଷ୍ଠାନିକ ଭାବେ ଆଜି ସ୍ୱାଗତ କରିଛି । ଏହି ସମ୍ବର୍ଦ୍ଧନା ପାଇଁ ସମସ୍ତ ଖେଳାଳୀ ନିଜକୁ ଧନ୍ୟ ମନେ କରିବା ସହ ଆଗାମୀ ପିଢି ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି । ତେବେ ଏହି ଶ୍ରେୟ ଭାରତବାସୀଙ୍କ ଶୁଭେଚ୍ଚା ଯୋଗୁଁ ହାତେଇଥିବା କଥା କହିଛନ୍ତି । ତେବେ ରାଜ୍ୟ ସରକାର ପ୍ରତ୍ୟେକ୍ଷ ଭାବେ ନବୀନ ପଟ୍ଟନାୟକଙ୍କ ସିଧା ସଳଖ ପ୍ରୋତ୍ସାହନ ସେମାନଙ୍କୁ ଏହି ଖେଳ ଜଗତରେ ପରିଚିତ କରାଇଛି ବୋଲି କହିଛନ୍ତି । ତେବେ ଆଗାମୀ ପିଢିର ଖେଳାଳୀ ରାଜ୍ୟ ସରକାରଙ୍କ ବ୍ୟବସ୍ଥାର ଭରପୂର ଫାଇଦା ଉଠାଇବା ସହ ଅଧିକ ସଂଖ୍ୟାରେ ଟିମ ଇଣ୍ଡିଆରେ ପ୍ରତିନିଧିତ୍ୱ କରିବେ ବୋଲି ସେମାନେ ଆଶା କରିଛନ୍ତି । ଦୀର୍ଘ 7ରୁ 8 ମାସ ବ୍ୟବଧାନ ପରେ ଘରକୁ ଫେରିବା ଓ ଏତେ ମାତ୍ରାରେ ପ୍ରସଂଶା ପାଇବା ସେମାନଙ୍କ ଜୀବନରେ ପ୍ରଥମ ହୋଇଥିବାରୁ ସେମାନେ ଅତ୍ୟନ୍ତ ଖୁସି ଅନୁଭବ କରୁଥିବା କହିଛନ୍ତି ।

ସୁନ୍ଦରଗଡ ଯେ ହକିର ଗଡ ତାହା ଏହି ଚାରି ଚାମ୍ପିୟାନ ପ୍ରମାଣିତ କରିଥିବାରୁ ଜିଲ୍ଲାପାଳ ନିଜର ଖୁସି ଓ ଆନନ୍ଦ ବ୍ୟକ୍ତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏମାନେ ହେଉଛନ୍ତି ସେହି ଖେଳାଳୀ ଯେଉଁ ମାନଙ୍କ ପାଇଁ ସୁନ୍ଦରଗଡ ବିଶ୍ୱ ଦରବାରରେ ପରିଚିତ ହୋଇଛି । ଏହାସହ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଅଲମ୍ପିକ୍ସ ଖେଳି ଏମାନେ ବ୍ରୋଞ୍ଜ ପଦକ ପାଇ ସାରା ଜିଲ୍ଲା ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.