ETV Bharat / state

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି - demand of special arrangement

special arrangement for disabled: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ଯାଇ ମୁଖ୍ୟ ପ୍ରଶାସକଙ୍କୁ ଭେଟିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଶ୍ରୀକ୍ଷେତ୍ର ଦିବ୍ୟାଙ୍ଗ ସେବା ସଂଗଠନର ସଦସ୍ୟ । ଅଧିକ ପଢନ୍ତୁ

demand of special arrangement
ଦିବ୍ୟାଙ୍ଗ ଭକ୍ତଙ୍କ ଦାବି
author img

By ETV Bharat Odisha Team

Published : Nov 13, 2023, 10:26 PM IST

ଦିବ୍ୟାଙ୍ଗ ଭକ୍ତଙ୍କ ଦାବି

ପୁରୀ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି । ଶ୍ରୀକ୍ଷେତ୍ର ଦିବ୍ୟାଙ୍ଗ ସେବା ସଂଗଠନ ପୁରୀ ପକ୍ଷରୁ ଏନେଇ ଦାବି କରାଯାଇଛି । ସଂଗଠନର ସଦସ୍ୟମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଯାଇ ମୁଖ୍ୟ ପ୍ରଶାସକଙ୍କୁ ଭେଟିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନଥିବାରୁ ମହାପ୍ରଭୁଙ୍କ ଦର୍ଶନ ନପାଇ ନିରାଶ ହୋଇ ଫେରୁଛନ୍ତି । ତେଣୁ ଉତ୍ତର ଦ୍ବାର ଦେଇ ପ୍ରବେଶ ପାଇଁ ବ୍ୟବସ୍ଥା କରାଗଲେ ମହାପ୍ରଭୁଙ୍କ ଦର୍ଶନ ସହ ଦିବ୍ୟାଙ୍ଗ ଭକ୍ତ ମାନେ ଆଶିଷ ମଧ୍ୟ ଲାଭ କରିପାରିବେ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି ।

ତେବେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ସୁବିଧା ପାଇଁ ପୂର୍ବରୁ ଅନେକ ଦାବି ହୋଇ ଆସୁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ଅନେକଥର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲେ ମଧ୍ୟ ଏହି ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହେଉନାହିଁ । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ଶ୍ରୀମନ୍ଦିରରେ କେତେକ ସେବାୟତ ନୀତିକାନ୍ତିରେ ବାଧା ଉପୁଜିବା ପ୍ରସଙ୍ଗ ଉଠାଇବାରୁ ଏନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ ।

ଏହା ବି ପଢନ୍ତୁ...ଶ୍ରୀମନ୍ଦିରରେ ଭକ୍ତଙ୍କ ଭିତରେ ଠେଲାପେଲା; 20 ଆହତ

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ଚାରି ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ, କୋରାପୁଟରେ ଭକ୍ତ ଜାଗରଣ ଯାତ୍ରା

ତେବେ ବିଭିନ୍ନ ମହଲରେ ଏନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ସେବାୟତଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୂର୍ବରୁ କହିଥିଲେ । ହେଲେ କେବେ ଶ୍ରୀ ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହେବ ସେନେଇ ପ୍ରଶ୍ନ ଉଠିଛି । ସେପଟେ ଚାରି ଦ୍ବାର ଖୋଲିବା ପାଇଁ ଜଗନ୍ନାଥ ସେନା ପକ୍ଷରୁ ସଚେତନ କରାଯାଉଛି । ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ଦାବିରେ ଶ୍ରୀଜଗନ୍ନାଥ ସେନା ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ଜାଗରଣ ଜନସମ୍ପର୍କ ଯାତ୍ରା ଜାରି ରହିଛି । ବର୍ତ୍ତମାନ ଗୋଟିଏ ଦ୍ବାର ପଟେ ପ୍ରବେଶ ଅନୁମତି ଥିବାରୁ ଭକ୍ତଙ୍କ ଦର୍ଶନରେ ବାଧା ସୃଷ୍ଟି ହେଉଛି । ଦୀର୍ଘ ସମୟ ଧରି ଧାଡି ବାନ୍ଧି ଛିଡା ହେଉଛନ୍ତି ଭକ୍ତ । ଯାହାକୁ ଦୃଷ୍ଟିରେ ରଖି ପୂର୍ବରୁ ୪ ଦ୍ବାର ଖୋଲିବା ପାଇଁ ଦାବି କରିଆସୁଥିଲା ଜଗନ୍ନାଥ ସେନା । ବର୍ତ୍ତମାନ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.