ETV Bharat / state

ଗଡ଼ିଲା ଅର୍ପଣ ରଥ, ପରିକ୍ରମା ପ୍ରକଳ୍ପ ଲାଗି ସଂଗ୍ରହ କରିବ ଅରୁଆ ଚାଉଳ-ଗୁଆ - Arpan Rath in Rourkela

Arpan Rath in Rourkela: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଗାଁ ଗାଁ ବୁଲି ଭକ୍ତଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବା ପାଇଁ ରାଉରକେଲାରେ ଗଡ଼ିଲା ଅର୍ପଣ ରଥ । ଅଧିକ ପଢ଼ନ୍ତୁ...

ରାଉରକେଲାରେ ଗଡ଼ିଲା ଅର୍ପଣ ରଥ
ରାଉରକେଲାରେ ଗଡ଼ିଲା ଅର୍ପଣ ରଥ
author img

By ETV Bharat Odisha Team

Published : Jan 6, 2024, 10:45 PM IST

ରାଉରକେଲାରେ ଗଡ଼ିଲା ଅର୍ପଣ ରଥ

ରାଉରକେଲା: ବର୍ତ୍ତମାନ ରାଜ୍ୟରେ ଗୋଟିଏ ଚର୍ଚ୍ଚା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଆସନ୍ତା ଜାନୁଆରୀ ୧୭ ତାରିଖରେ ଏହି ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ପ୍ରକଳ୍ପକୁ ଲୋକାର୍ପିତ କରିବେ । ଏହାପୂର୍ବରୁ ଶନିବାର ଠାରୁ ପ୍ରତି ବ୍ଲକରେ ପରିକ୍ରମା ଆରମ୍ଭ କରିଛି ଅର୍ପଣ ରଥ । ଏହି ରଥ ରାଜ୍ୟର ପ୍ରତି ପଞ୍ଚାୟତ ଓ ଗାଁ ଗାଁ ବୁଲି ଭକ୍ତଙ୍କ ଠାରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରିବ । ପ୍ରତି ପରିବାରକୁ ଏହି ଅରୁଆ ଚାଉଳ ଓ ଗୁଆ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି । ଏହି କ୍ରମରେ ଆଜି ରାଉରକେଲାରେ ମଧ୍ୟ ଅର୍ପଣ ରଥ ଗଡ଼ିଛି ।

ସହରର ସେକ୍ଟର ତିନି ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଲାଗି ଅରୁଆ ଚାଉଳ ଏବଂ ଗୁଆ ସଂଗ୍ରହ ଲାଗି ପରିକ୍ରମା ଆରମ୍ଭ କରିଛି ଏହି ଅର୍ପଣ ରଥ । ରାଉରକେଲା ସହରାଞ୍ଚଳରେ ଏହି ରଥର ପରିକ୍ରମା ସୁରୁଖୁରୁରେ କରାଯିବା ଲାଗି ବ୍ୟବସ୍ଥା ହୋଇଛି । ଆଧ୍ୟାତ୍ମିକ ତଥା ଭକ୍ତିମୟ ପରିବେଶ ସୃଷ୍ଟି ପାଇଁ ସଙ୍କୀର୍ତ୍ତନ ମାଧ୍ୟମରେ ଏହି ରଥ ରାଉରକେଲା ସହରର ସମସ୍ତ ୪୦ଟି ୱାର୍ଡ ବୁଲିବ । ରାଉରକେଲା ସହର ସମେତ ସମ୍ପୂର୍ଣ୍ଣ ଜିଲ୍ଲାରେ ମଧ୍ୟ ଏହି ରଥ ବୁଲିବ ଏବଂ ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଏବଂ ଗୁଆ ସଂଗ୍ରହ କରିବ । ଗାଁ ଗାଁରେ ଏଥିପାଇଁ କିପରି ଭକ୍ତିମୟ ପରିବେଶ ସୃଷ୍ଟି ହେବ, ସେନେଇ ବ୍ୟବସ୍ଥା ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଆଜିଠାରୁ ଗଡ଼ିଲା ଅର୍ପଣ ରଥ, ଗାଁ ଗାଁରୁ ସଂଗ୍ରହ କରିବ ଗୁଆ-ଚାଉଳ

ତେବେ ରାଉରକେଲା ସହରବାସୀଙ୍କୁ ଅନୁରୋଧ କରାଯାଇଛି ଯେ, ସମସ୍ତେ ମହାପ୍ରଭୁ ଜଗନ୍ନାଥ ତଥା କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟଙ୍କ ପାଇଁ ଆଗେଇ ଆସନ୍ତୁ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟରେ ଯୋଗଦାନ କରନ୍ତୁ । ପବିତ୍ର ମନରେ ସମସ୍ତେ ଅରୁଆ ଚାଉଳ ସହ ଗୁଆ ଅନୁଦାନ ଦିଅନ୍ତୁ, ଯାହା ପରିକ୍ରମା ପ୍ରକଳ୍ପ କାର୍ଯ୍ୟରେ ବ୍ୟବହାର ହେବ । ଏହାଦ୍ବାରା ରାଉରକେଲା ସହରର ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଯୋଗଦାନ ରହିବ ବୋଲି କହିଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ । ତେବେ ଆଜି ରାଉରକେଲା ସେକ୍ଟର ୩ ଜଗନ୍ନାଥ ମନ୍ଦିରରୁ ଏହି ପବିତ୍ର ଅର୍ପଣ ରଥର ଶୁଭାରମ୍ଭ କରିଥିଲେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ ରଘୁନାଥପାଲ୍ଲୀ ବିଧାୟକ । ଏକ ଭକ୍ତିମୟ ପରିବେଶରେ ନାମ ସଂକୀର୍ତ୍ତନ ସହ ଦେବଦାସୀ ନୃତ୍ୟ ଏବଂ ଆରାଧନାରେ ଏହି ଅର୍ପଣ ରଥର ଶୁଭାରମ୍ଭ ହୋଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.