ETV Bharat / state

ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରଥମ କରି ପ୍ରାର୍ଥୀ ଦେବ CPI

author img

By ETV Bharat Odisha Team

Published : Dec 31, 2023, 10:52 PM IST

ଆଗାମୀ ନିର୍ବାଚନରେ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୟୀ ହେବ ବୋଲି କହିଛି ସିପିଆଇ। ବିସ୍ଥାପିତଙ୍କ ସମସ୍ୟା ଓ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ମୁଦ୍ଦା କରି ଲୋକଙ୍କ ପାଖରେ ପହଞ୍ଚିବ ଦଳ । ଅଧିକ ପଢନ୍ତୁ

ସୁନ୍ଦରଗଡ଼ ପାଇଁ ପ୍ରାର୍ଥୀ ଦେବ ସିପିଆଇ
ସୁନ୍ଦରଗଡ଼ ପାଇଁ ପ୍ରାର୍ଥୀ ଦେବ ସିପିଆଇ
ସୁନ୍ଦରଗଡ଼ ପାଇଁ ପ୍ରାର୍ଥୀ ଦେବ ସିପିଆଇ

ରାଉରକେଲା: ଆସୁଛି ସାଧାରଣ ନିର୍ବାଚନ । ସମସ୍ତ ଦଳ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଛି । ପଛରେ ପଡିନି କମ୍ୟୁନିଷ୍ଟ ପାର୍ଟି । ସୁନ୍ଦରଗଡ଼ରେ ବିଜୟ ହାସଲ ନେଇ ସିପିଆଇର ଦମ୍ଭୋକ୍ତି । ଆଗାମୀ ନିର୍ବାଚନରେ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୟୀ ହେବ ବୋଲି କହିଛି ସିପିଆଇ। ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବ ଦଳ। ଏଥର ଲୋକଙ୍କ ପାଇଁ ଆଗେଇ ଆସି ଜନ ସେବା କରିବା ପାଇଁ ପ୍ରାର୍ଥୀ ଦେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି( CPI)ର ରାଜ୍ୟ ସମ୍ପାଦକ ଅଭୟ ସାହୁ ସୁନ୍ଦରଗଡ଼ ଆସି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀରେ ଆସନ୍ତା ସାଧାରଣ ନିର୍ବାଚନରେ ଦଳ ପକ୍ଷରୁ ଯୁବନେତା ରାଜେନ୍ଦ୍ର ନାଏକଙ୍କୁ ପ୍ରାର୍ଥୀ କରିବ ବୋଲି ସୂଚନା ଦିଆଯାଇଛି । ବିସ୍ଥାପିତଙ୍କ ସମସ୍ୟା ଓ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ମୁଦ୍ଦା କରି ଲୋକଙ୍କ ପାଖରେ ପହଞ୍ଚିବେ ପ୍ରାର୍ଥୀ ।

ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ କହିଛନ୍ତି, "ଲୋକଙ୍କ ଏକମାତ୍ର ବିକଳ୍ପ ହେଉଛି ସିପିଆଇ । ଏହି ଅବସରରେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ସହ ମେଣ୍ଟ କରିଛି । ତେବେ ସୁନ୍ଦରଗଡ଼ରେ କଂଗ୍ରେସ ଦଳର ସ୍ଥିତି ବିଲକୁଲ ଭଲ ନାହିଁ । ଏଠାରେ ସିପିଆଇର ସଂଗଠନ ଥିବାରୁ ଏହି ଆସନକୁ ସିପିଆଇକୁ ଦେବା ପାଇଁ ଦାବି କରାଯିବ ଓ ରାଜେନ୍ଦ୍ରଙ୍କୁ ପ୍ରାର୍ଥୀ କରାଯିବ ।" ରାଜନୈତିକ ଓ ଅର୍ଥନୈତିକ ସମସ୍ୟା ଉପରେ ଆଲୋଚନା କରି ଆଗାମୀ ନିର୍ବାଚନ ପୂର୍ବରୁ ସଦର ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମରେ ଲାଲ ପତାକା ଉଡ଼ାଇବାକୁ ସେ ଆହ୍ୱାନ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ସାଂସଦ ଅପରାଜିତାଙ୍କୁ ଚେକ୍‌ ଦେବାକୁ ଗୋଟିଚାଳନା, ଶ୍ରୀମୟୀଙ୍କ ଗାଁ ଗାଁରେ ପଦଯାତ୍ରା

ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ଜଳସେଚନ, ଜଙ୍ଗଲ ଓ ପରିବେଶ, ବେକାରୀ ସମସ୍ୟା, ବିସ୍ଥାପନ ପ୍ରଦୂଷଣ ସମସ୍ୟା, ଜଙ୍ଗଲ ଜମି ଅଧିକାର ଇତ୍ୟାଦି ସମସ୍ୟା ଉପରେ ସେ ଆଲୋକପାତ କରିଛନ୍ତି । ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ସ୍ୱର ଉତ୍ତୋଳନ ନକରିବା ହେଉଛି ଜିଲ୍ଲାବାସୀଙ୍କୁ ପ୍ରତାରଣା ବୋଲି କହି ସେ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ "ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଇଣ୍ଡିଆ ମେଣ୍ଟରେ ରହି ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀରେ ବିଧାନସଭା ପ୍ରାର୍ଥୀ ଦେବ ଏବଂ ବର୍ତ୍ତମାନର ଅପାରଗ ଜନ ପ୍ରତିନିଧିଙ୍କୁ ଏବଂ ସରକାରଙ୍କୁ ଏହାର ଉଚିତ ଜବାବ ଦିଆଯିବ" ବୋଲି କହିଛି ସିପିଆଇ ।

ତେବେ ଏଥର ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ନାଲି ପତାକା ନିଜର ଜଲୱା ଦେଖାଇବ ବୋଲି କହିଛି ଦଳ । ଲୋକଙ୍କ ସ୍ୱର ଉଠାଇବା ସହ ଲୋକଙ୍କ ପାଇଁ ଲଢେଇ କରିବାକୁ ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ତେବେ ରାଜେନ୍ଦ୍ର ନାଏକ ବର୍ତ୍ତମାନ ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି,"ଆଗମୀ ଦିନରେ ଲୋକଙ୍କ ପାଇଁ ଲଢ଼େଇ ଜାରି ରହିବ । ସିପିଆଇର ବିଜୟ ପରେ ସୁନ୍ଦରଗଡ଼ର ଚିତ୍ର ବଦଳିବ ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.