ETV Bharat / state

ସଇତାନ ବାପାକୁ ସଜ୍ଜା: ସାବତ ଝିଅକୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗରେ ଆଜୀବନ ଜେଲ

author img

By

Published : Oct 9, 2021, 8:44 AM IST

ନାବାଳିକା ସାବତ ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ସହ ଗର୍ଭପାତ କରାଇବା ଭଳି ଅମାନୁଷିକ କାଣ୍ଡର ପିଶାଚ ବାପାକୁ ମିଳିଲା ଦଣ୍ଡ । ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ । ଅଧିକ ପଢନ୍ତୁ...

ପିଶାଚ ବାପାକୁ ଆଜୀବନ କାରାଦଣ୍ଡ, ସାବତ ଝିଅକୁ ବାରମ୍ବାର ଦୁଷ୍କର୍ମ ସହ କରାଉଥିଲା ଗର୍ଭପାତ

ସୁନ୍ଦରଗଡ: ନାବାଳିକା ସାବତ ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ସହ ଗର୍ଭପାତ କରାଇବା ଭଳି ଅମାନୁଷିକ କାଣ୍ଡର ପିଶାଚ ବାପାକୁ ମିଳିଲା ଦଣ୍ଡ । ମାମଲାର ଶୁଣାଣି କରି କୋର୍ଟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏପରି ଏକ ଘୃଣ୍ୟ ଖବର ଆସିଛି ସୁନ୍ଦରଗଡରୁ ।

ସୂଚନା ଅନୁଯାୟୀ 2013 ମସିହା ଅଗଷ୍ଟ ମାସ 6 ତାରିଖରେ ଏହି ଜଘନ୍ୟ ଘଟଣା ସ୍କୁଲ ଶିକ୍ଷକଙ୍କ ଦ୍ୱାରା ରାଉରକେଲା ରଘୁନାଥପାଲି ପୋଲିସ ନିକଟରେ ପହଞ୍ଚିଥିଲା । ପାନପୋଷ ନୋଡାଲ ୟୁପି ସ୍କୁଲର ତତ୍କାଳୀନ ପ୍ରଧାନ ଶିକ୍ଷକ ବିବେକାନନ୍ଦ ଦାଶ ଏହି ମାମଲାକୁ ପୋଲିସର ନଜରକୁ ଆଣିଥିଲେ । ତାଙ୍କ ସ୍କୁଲରେ ପଢୁଥିବା ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଏହି ଶୋଷଣର ଶିକାର ହୋଇଥିଲେ । ଛାତ୍ରୀଙ୍କ ସହ ନିଜ ବାପା ଏହି କାଣ୍ଡ ଘଟାଇଥିବା ନେଇ ସେ ଲିଖିତ ଅଭିଯୋଗ କରିଥିଲେ ।

6 ଅଗଷ୍ଟ 2013ରେ ଏହି ଘଟଣା ପୋଲିସର ନଜରକୁ ଆସିବାପରେ ପୋଲିସ ସମସ୍ତ ଦିଗରୁ ତଦନ୍ତ ଆରମ୍ଭ କରିଥିଲା । ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ, ଡାକ୍ତରୀ ମାଇନା କରାଇବା ସହ ପୀଡିତା ନାବାଳିକାର ଷ୍ଟେଟମେଣ୍ଟ 164 crpcରେ ରେକର୍ଡ କରି ଅଭିଯୁକ୍ତ ବାପା ରାଜେଶ ବଡାଇକ ଓରଫ ଦିଲ ଫିରୋଜ ଖାନକୁ ବିଭିନ୍ନ ଦଫାରେ ଗିରଫ କରି କୋର୍ଟଚାଲାଣ କରିଥିଲା ।

ଗତକାଲି(ଶୁକ୍ରବାର) ଏହି ମାମଲାର ଶୁଣାଣି କରି ପୋକ୍ସୋ କୋର୍ଟ ଚୁଡାନ୍ତ ରାୟ ଦେଇଛନ୍ତି । କୋର୍ଟ ସମ୍ପୃକ୍ତ ପିଶାଚ ବାପା ରାଜେଶ ବଡାଇକ ଓରଫ ଦିଲ ଫିରୋଜ ଖାନକୁ ଆଜୀବନ କାରଦଣ୍ଡାରେ ଦଣ୍ଡିତ କରିଛନ୍ତି । ଏହାସହ ପୀଡିତା ନାବାଳିକାକୁ 5 ଲକ୍ଷ ଟଙ୍କାର ଅନୁକମ୍ପା ସାହାଯ୍ୟ ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ନାବାଳିକା ଯେତେ ବେଳେ ତୃତୀୟ ଶ୍ରେଣୀରେ ପଢୁଥିଲା ସେତେବେଳୁ ସେ ଏହି ପିଶାଚର ଶୋଷଣର ଶିକାର ହୋଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଥିଲେ । ନାବାଳିକାର ଏହି ହୃଦୟ ବିଦାରକ ଘଟଣାର ବିଚାର କରି ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ପାର୍ଥ ସାରଥି ପଟ୍ଟନାୟକ ରାୟ ଶୁଣାଇଛନ୍ତି । ମାମଲାର ଶୁଣାଣି ଗତ 5 ତାରିଖରୁ ଆରମ୍ଭ ହୋଇ ଥିବାବେଳେ ଗତକାଲି ଏହାର ଅନ୍ତିମ ରାୟ ପ୍ରକାଶ ପାଇଛି । ସରକାରଙ୍କ ତରଫରୁ ତଥା ପୀଡିତାଙ୍କ ତରଫରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଦେବାଶିଷ ମିଶ୍ର ଏହି ମାମଲା ଲଢୁଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.