ETV Bharat / state

'9ରୁ 90 ମିଶନ ଗଢ଼ିବ କଂଗ୍ରେସ': ପସିସି ସଭାପତି ଶରତ ପଟ୍ଟନାୟକ - କଂଗ୍ରେସ

Sarat Patnaik in Sundargarh: ସୁନ୍ଦରଗଡ଼ ଗସ୍ତରେ କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକ । ସୁନ୍ଦରଗଡ଼ରେ କଂଗ୍ରେସର ମିଶ୍ରଣ ପର୍ବ । ଅଧିକ ପଢ଼ନ୍ତୁ

9ରୁ 90 ମିଶନ ଗଢ଼ିବ କଂଗ୍ରେସ
9ରୁ 90 ମିଶନ ଗଢ଼ିବ କଂଗ୍ରେସ
author img

By ETV Bharat Odisha Team

Published : Dec 25, 2023, 6:24 AM IST

9ରୁ 90 ମିଶନ ଗଢ଼ିବ କଂଗ୍ରେସ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଗସ୍ତରେ କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକ । ସୁନ୍ଦରଗଡ଼ରେ କଂଗ୍ରେସର ମିଶ୍ରଣ ପର୍ବ । ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିରୋଧରେ ବର୍ଷିଲା କଂଗ୍ରେସ । ଆସନ୍ତା ନିର୍ବାଚନରେ ୯୦ ସିଟ୍‌ ଜିତିବାକୁ ନେଇ ଦୃଢ଼ୋକ୍ତି ଦେଇଛନ୍ତି ଶରତ । କଂଗ୍ରେସ ଗଢ଼ିବ 9ରୁ 90 ମିଶନ ।

ବର୍ତ୍ତମାନ ସୁନ୍ଦରଗଡ଼ ଗସ୍ତରେ ଅଛନ୍ତି ପସିସି ସଭାପତି ଶରତ ପଟ୍ଟନାୟକ ଯାଇଛନ୍ତି । ସେଠାରେ କଂଗ୍ରେସର ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି । ବିଜେଡିର ପୂର୍ବତନ ବ୍ଲକ ଚେୟାରମ୍ୟାନଙ୍କ ସମେତ ଶହ ଶହ ବିଜେଡି କର୍ମୀ ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସର ଚିନ୍ତାଧାରା ତାଙ୍କୁ ଅନୁପ୍ରାଣିତ କରିଥିବା ରାଜ୍ୟ ସଭାପତି କହିଛନ୍ତି । "24 ବର୍ଷ ହେବ ରାଜ୍ୟ ସରକାର ଓଡ଼ିଶା ପ୍ରତି ଅବହେଳା କରୁଛନ୍ତି । ତେଣୁ ବିଜେଡିର କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ସେମାନେ କଂଗ୍ରେସରେ ମିଶି ପୁଣି ଓଡ଼ିଶାକୁ ବିକାଶଧାରାରେ ନେବାର ଲକ୍ଷ ରଖିଛନ୍ତି । ପ୍ରଦେଶ କଂଗ୍ରେସ ପକ୍ଷରୁ ଦଳରେ ସମସ୍ତଙ୍କୁ ସ୍ବାଗତ କରାଯାଇଛି ।" 9ରୁ 90 ମିଶନ ଗଢ଼ିବେ ବୋଲି କଂଗ୍ରେସ ରାଜ୍ୟ ସଭାପତି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମଣ୍ଡି ସମସ୍ୟା ନେଇ ପୁଣି ଗର୍ଜିଲା କିଷାନ କଂଗ୍ରେସ, କ୍ବିଣ୍ଟାଲ ପିଛା ୬ଶହ ଟଙ୍କା ବୋନସ ଦାବି

ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ବିରୋଧରେ ସଭାପତି କହିଛନ୍ତି,"ରାଜ୍ୟ ସରକାର ଆଜି ଓଡ଼ିଶାର ଅବନତିର ମୂଳ କାରଣ । କେବଳ ଅଫିସରଙ୍କୁ ପ୍ରାଥମିକତା ଦିଆଯାଉଛି ଏବଂ ଯେଉଁ ଜନ ସାଧାରଣ ପାଇଁ ସରକାର କାମ କରିବା କଥା ସେ ଜନ ସାଧାରଣ ପାଇଁ କାମ କରୁନାହାନ୍ତି । କେନ୍ଦ୍ର ସରକାର ମଧ୍ୟ ସେହି ନୀତି ଅପଣାଇଛି । କେନ୍ଦ୍ର ସରକାର ମଧ୍ୟ ଯେଉଁ ଭଳି ଭାବରେ ଦୁଇ କୋଟି ବେକାର ଯୁବକ ଯୁବତୀ ପାଇଁ ଚାକିରି ଯୋଗାଇ ଦେବା କଥା କହି ଲୋକଙ୍କୁ ସ୍ୱପ୍ନ ଦେଖାଇଥିଲେ ସେହି ସ୍ୱପ୍ନ ବର୍ତ୍ତମାନ ଧୂଳିସାତ ହୋଇ ପଡ଼ିଛି । ଏଥିରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ଫେଲ୍‌ ମାରିଛନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାର ଦୁହେଁ ଏକାଠି ହୋଇ ଓଡ଼ିଶାବାସୀଙ୍କୁ ହଇରାଣ କରୁଛନ୍ତି । ଜନ ସାଧାରଣ ଖୁବଶୀଘ୍ର ଅଗମୀ ନିର୍ବାଚନରେ ଏହାର ଜବାବ ଦେବେ । ବିଜେପି ଏବଂ ବିଜେଡି ଏକାଠି ହୋଇ କାମ କରୁଥିବାରୁ ଏହାର ଗୋଟିଏ ବିକଳ୍ପ କଂଗ୍ରେସ ଦଳ । ଅଗମୀ ନିର୍ବାଚନରେ କଂଗ୍ରେସ ଦଳ ନିଶ୍ଚିତ ବିଜେଡି ସରକାରକୁ ହଟାଇ ରାଜ୍ୟରେ ସରକାର ତିଆରି କରିବ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.