ETV Bharat / state

ଟୀକାକରଣ ନେଇ ସମସ୍ୟା: ରାଷ୍ଟପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର - କୋଭିଡ୍ ଟୀକାକରଣ

ଦେଶ ତଥା ରାଜ୍ୟରେ ଟୀକାକରଣ ଅସୁବିଧା ଦେଖାଦେଇଥିବା ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର । ଅଧିକ ପଢନ୍ତୁ...

ଟୀକାକରଣକୁ ନେଇ କଂଗ୍ରେସ ଉଠାଇଲା ସ୍ୱର, ସାର୍ବଜନୀନ କରିବା ନେଇ ରାଷ୍ଟପତିଙ୍କୁ ସ୍ମାରକ ପତ୍ର

author img

By

Published : Jun 4, 2021, 10:00 PM IST

ସୁନ୍ଦରଗଡ: ରାଜ୍ୟ ତଥା ସାରା ଦେଶରେ କୋଭିଡ୍ ଟୀକାକରଣ ଯୋଜନାକୁ ନେଇ ଆଜି ଭାରତୀୟ ଜାତୀୟ କଂଗ୍ରେସ ଗର୍ଜିଛି । ଟୀକାର ଆବଶ୍ୟକତା ଥିବା ବେଳେ ଟିକା ନ ମିଳିବା ଓ ଦେଶର ଲୋକଙ୍କୁ ଟୀକାଦେବାରେ ଅସମର୍ଥ ଥିବା କେନ୍ଦ୍ର ସରକାର ବାହାର ଦେଶକୁ ଟିକା ପଠାଇବା କେତେ ଦୂର ଯୁକ୍ତିଯୁକ୍ତ ସେନେଇ କଂଗ୍ରେସ ଆକ୍ଷେପ କରିଛି ।

କେବଳ ସେତିକି ନୁହେଁ ଏହି ମହାମାରୀ ସମୟରେ ଲୋକଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ହେଉଥିବା ଉଭୟ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗାଦି ଛାଡନ୍ତୁ ବୋଲି କଂଗ୍ରେସ ନେତାମାନେ ସ୍ୱର ଉତ୍ତୋଳନ କରିଛନ୍ତି । ଦେଶର ଆବଶ୍ୟକତା ଅନୁଯାୟୀ ଯଦି 3000 କୋଟି ଟଙ୍କା ସେରମ ଇନଷ୍ଟିଚ୍ୟୁଟକୁ ଦିଆଯାଇଛି ତେବେ ଟୀକାର ଅଭାବ କାହିଁକି ଦେଖାଦେଇଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଟୀକାକରଣକୁ ନେଇ କଂଗ୍ରେସ ଉଠାଇଲା ସ୍ୱର, ସାର୍ବଜନୀନ କରିବା ନେଇ ରାଷ୍ଟପତିଙ୍କୁ ସ୍ମାରକ ପତ୍ର

କେବଳ ସେତେକି ନୁହେଁ କୋରେନା ଜନୀତ ମୃତ୍ୟୁ ସଂଖ୍ୟାକୁ ଭଉୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲୁଚାଇଥିବା କଥା ରାଜଗାଙ୍ଗପୁର ବିଧାୟକ କହିଛନ୍ତି । ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଅଣା ଯାଉ ନ ଥିବା କଥା ସେ ଅଭିଯୋଗ କରିଛନ୍ତି ।

ଅପରପକ୍ଷେ ଜିଲ୍ଲା କଂଗ୍ରେସ କମିଟିର ସଭାପତି କେନ୍ଦ୍ର ସରକାର ପ୍ରତ୍ୟକ୍ଷ ଭାବେ ପ୍ରଧାନମନ୍ତ୍ରୀଙ୍କ ଆକ୍ଷେପ କରିଛନ୍ତି । ଟୀକାକୁ ନେଇ ବ୍ୟବସାୟ କରା ନ ଯାଉ ଓ ଲୋକଙ୍କ ଜୀବନ ସହ ଖେଳ ଖେଳା ନ ଯାଉ ବୋଲି ସେ କହିଛନ୍ତି । ଏନେଇ ଜାତୀୟ କଂଗ୍ରେସ ଦଳର ସଭାନେତ୍ରୀ (ସଭାପତି) ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶର ସାରା ଦେଶରେ କଂଗ୍ରେସ ଦଳ ଏହି ଦାବି ଉଠାଇବା ସହ ଟୀକାକରଣକୁ ସାର୍ବଜନୀନ କରିବା ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଥିବା ବେଳେ ସୁନ୍ଦରଗଡ କଂଗ୍ରେସ ଦଳ ମଧ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.