ETV Bharat / state

ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ବିଳମ୍ବ ନେଇ ଗର୍ଜିଲା କଂଗ୍ରେସ

author img

By

Published : Sep 28, 2019, 2:32 PM IST

ଦ୍ବିତୀୟ ବ୍ରାହ୍ମଣ ସେତୁକୁ ନେଇ ତାତିଲା କଂଗ୍ରେସ । ସେତୁ ନିର୍ମାଣ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏ ଯାଏଁ ନିର୍ମାଣ ହୋଇପାରି ନାହିଁ । ଯାହାକୁ ନେଇ ରାସ୍ତାରୋକ କରିବା ସହ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଦ୍ବିତୀୟ ବ୍ରାହ୍ମଣ ସେତୁ ନିର୍ମାଣକୁ ନେଇ ଜୋର ଧରିଲା ରାଜନୀତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣ ଲାଗି ପ୍ରସ୍ତାବ ଦେଇଥିଲେ । ହେଲେ ଆଜି ଏଯାଏଁ କାର୍ଯ୍ୟକାରୀ ହୋଇପାରି ନାହିଁ । ଏପରିକି କୁଆଁରମୁଣ୍ଡା ବ୍ଲକର ଯମୁନାଢିପାରେ ତୃତୀୟ ସେତୁ ମଧ୍ୟ ନିର୍ମାଣ ହୋଇପାରିନାହିଁ । ଯାହାକୁ ନେଇ ଆଜି ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଥିଲେ ।

ଏହି ଆନ୍ଦୋଳନରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡକାରୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ପୋଲ ନିର୍ମାଣ କରାନଗଲେ ଆଗକୁ ଆନ୍ଦୋଳନ ଜାରି ରହିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା ତିର୍କୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଗତ ଶୁକ୍ରବାର ବ୍ରାହ୍ମଣୀ ନଦୀରେ ସେତୁ ନିର୍ମାଣ ଦାବିରେ ରାଉରକେଲାର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଅକ୍ଟୋବର 2ରୁ ଅନଶନ ସହ ଧାରଣା ଦେବେ ବୋଲି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଦ୍ବିତୀୟ ବ୍ରାହ୍ମଣୀ ସେତୁ 5 ବର୍ଷେ ପୂର୍ବେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯାଇଥିବା ସତ୍ତ୍ବେ ଏହାର ବିଶେଷ ଅଗ୍ରଗତି ହୋଇପାରି ନାହିଁ ।

ଅନ୍ୟପଟେ, ଗତ 2ବର୍ଷ ହେବା ଯମୁନାଢିପାରେ ତୃତୀୟ ବ୍ରିଜ ନେଇ ରାଜ୍ୟ ସରକାର ପକ୍ଷରୁ ଘୋଷଣା କରାଯାଇଛି । ହେଲେ ତାହା ମଧ୍ୟ ଆଗେଇ ପାରୁନାହିଁ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ବ୍ରାହ୍ମଣୀ ନଦୀ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ମିତ ହେବାକୁ ଥିବା ଦୂତୀୟ ବ୍ରହ୍ମଣୀ ସେତୁ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ କୁଆରମୁଣ୍ଡା ବ୍ଲକ ର ଯମୁନାଢ଼ିପାରେ ତୃତୀୟ ସେତୁ କୁ ନେଇ ଏବେ ରାଜନୀତି ଜୋର ଧରିଛି ।Body:ଆଜି ବିରମିତ୍ରପୁର ର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଜର୍ଜ ତିର୍କୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପାନପୋଷ ରେ ରାସ୍ତା ରୋକୋ ଆନ୍ଦୋଳନ କରି ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସହିତ କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡ଼କାରୀ ତଥା ଧର୍ମେନ୍ଦ୍ର ପ୍ରଧାନ ର କୁଶ ପୁତଳିକା ଦାହ କରି ଥିଲେ। ପୋଲ ନିର୍ମାଣ ନ ହେଲେ ଆଗକୁ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ସେ ଚେତାବନୀ ଦେଇ ଥିଲେ।Conclusion:ବ୍ରାହ୍ମଣୀ ନଦୀରେ ସେତୁ ନିର୍ମାଣ ଦାବିରେ ଶୁକ୍ରବାର ଦିନ ରାଉରକେଲା ର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଅକ୍ଟୋବର 2 ତାରିଖରୁ ଅନଶନ , ଧାରଣା ଦେବା ଘୋଷଣା କରି ସାରିଛନ୍ତି।
ସୂଚନାଯୋଗ୍ୟ ଯେ ଦୂତୀୟ ବ୍ରହ୍ମଣୀ ସେତୁ 5 ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ଘୋଷଣା ହୋଇଥିବା ସ୍ଵତ୍ତ୍ୱେ ଏହାର ବିଶେଷ ଅଗ୍ରଗତି ହୋଇନାହିଁ । ଅପରପକ୍ଷରେ କେନ୍ଦ୍ର ସରକାର ବ୍ରିଜ ନକଲେ ରାଜ୍ୟ ସରକାର ତୃତୀୟ ବ୍ରିଜ କରିବା ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ଦୁଇବର୍ଷ ହୋଇଯାଇଥିଲେ ମଧ୍ୟ ତା ହୋଇପାରୁନଥିବାରୁ ଜନ ଅସନ୍ତାଷ ବଢି ଚାଲିଛି ।
ବାଇଟ- ଜର୍ଜ ତିର୍କୀ, ପୂର୍ବତନ ବିଧାୟକ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.