ରାଉରକେଲା: ସହରରେ ଶୁକ୍ରବାର କଂଗ୍ରେସ ତରଫରୁ ଏନଆରସି ଓ ସିଏଏ ବିରୋଧରେ ବିକ୍ଷୋଭ କରାଯାଇଛି । ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ବରେ ଏହି ବିକ୍ଷୋଭ କରାଯିବା ସହ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଏହି ଅବସରରେ ସିଏଏକୁ ସମର୍ଥନ କରିଥିବାରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଇଛି ।
ଉଦିତନଗରର ଫିଟନେସ ପାର୍କ ପାଖରୁ ଏହି ଶୋଭାଯାତ୍ରା ବାହାରିଥିବା ବେଳେ ଆମ୍ବେଦକର ଛକ ଦେଇ ଏଡିଏମଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ଜିଲ୍ଲାର ଅନ୍ୟ କଂଗ୍ରେସ ନେତାଙ୍କ ସହ କର୍ମୀମାନେ ଯୋଗ ଦେଇଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ