ETV Bharat / state

ଓଡିଶା ବନ୍ଦ ନେଇ ସୁନ୍ଦରଗଡ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଶୁକ୍ରବାର 6 ଘଣ୍ଟିଆ ବନ୍ଦ ପାଳନ କରାଯିବ । ଏ ଅବସରରେ ସୁନ୍ଦରଗଡରେ ମଧ୍ୟଏହାର ପ୍ରଭାବ ଦେଖିବାକୁ ମିଳିବ । ଏନେଇ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି ।

କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : କାଲି ସୁନ୍ଦରଗଡ 6 ଘଣ୍ଟିଆ ବନ୍ଦ

author img

By

Published : Nov 11, 2021, 10:04 PM IST

ସୁନ୍ଦରଗଡ : ଆସନ୍ତାକାଲି (ଶୁକ୍ରବାର) 6 ଘଣ୍ଟିଆ ବନ୍ଦ ପାଳନ କରାଯିବ । ଏ ଅବସରରେ ସୁନ୍ଦରଗଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ । ଏନେଇ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି । ମମିତା ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ପରିବର୍ତ୍ତେ ସେମାନଙ୍କୁ ମଞ୍ଚରେ ବସାଇ ଦେବା ଘଟଣାକୁ ପ୍ରଦେଶ କଂଗ୍ରେସ କମିଟି ନିନ୍ଦା କରିଛି । ଏହାକୁ ପ୍ରତିବାଦ ଜଣାଇ ଆସନ୍ତାକାଲି ( ଶୁକ୍ରବାର) ରେ ସାରା ଓଡିଶାରେ 6 ଘଣ୍ଟିଆ ବନ୍ଦ ପାଳନ କରିବା ନେଇ ନିଷ୍ପତ୍ତି ନେଇଛି ।

କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : କାଲି ସୁନ୍ଦରଗଡ 6 ଘଣ୍ଟିଆ ବନ୍ଦ

ସେହି କ୍ରମରେ ସୁନ୍ଦରଗଡ ଜିଲ୍ଲା କଂଗ୍ରେସ କମିଟି ମଧ୍ୟ ଆନ୍ଦୋଳନ କରିବ ବୋଲି ଜିଲ୍ଲା କଂଗ୍ରେସ କମିଟିର ସଭାପତି କହିଛନ୍ତି । ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଭୂମିକାକୁ ଆକ୍ଷେପ କରି ବିହିଷ୍କାର ଦାବି କରିଛି କଂଗ୍ରେସ । ଏନେଇ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.