ସୁନ୍ଦରଗଡ: ଜିଲ୍ଲାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ କଂଗ୍ରେସ ଅଟଳ । ସୁନ୍ଦରଗଡରେ ଏମ୍ସ ପ୍ରତିଷ୍ଠା ଯଦି ନ ହୁଏ ତେବେ କେନ୍ଦ୍ରରେ ଭାଜପା ଓ ରାଜ୍ୟରେ ବିଜେଡି ଦାୟୀ ରହିବେ ବୋଲି କଂଗ୍ରେସର ଚେତାବନୀ ।
ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ କଂଗ୍ରେସ ଗତକାଲି(ସୋମବାର) ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ଚେତାଇବା ସହ ଅଭିଯାନ ଆରମ୍ଭ କରିଛି । ଜିଲ୍ଲାରେ ଏମ୍ସର ଆବଶ୍ୟକତା ଥିବାବେଳେ ରାଜ୍ୟରେ ବିଜେଡି କେନ୍ଦ୍ରକୁ ଚିଠି ଲେଖି ଦାୟିତ୍ବ ସାରିଦେଇ ଥିବାବେଳେ ଭାଜପା ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଚୁପ୍ ବସି ଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ତେବେ ସୁନ୍ଦରଗଡରେ ଯେତେ ପର୍ଯ୍ୟନ୍ତ ଏମ୍ସ ପ୍ରତିଷ୍ଠା କରାନଯିବ କଂଗ୍ରେସ ତା'ର ଆନ୍ଦୋଳନ ଚାଲୁ ରଖିବ ବୋଲି ଚେତାବନୀ ଦେଇଛି ।
ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ