ସୁନ୍ଦରଗଡ : କିରେଇ କଲେଜର ଜଣେ ସିଭିଲ ଇଞ୍ଜିନିୟରିଂ (ଡିପ୍ଲୋମା) ଛାତ୍ରୀଙ୍କ ଠାରୁ ଲୁଟ ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ସୁନ୍ଦରଗଡ ଶଙ୍କରା ନିକଟରୁ ଟାଉନ ଅଭିମୁଖେ ଯାଉଥିବା ବେଳେ ତାଙ୍କ ପଛ ପଟୁ କ୍ଷୀପ୍ର ଗତିରେ ଆକ୍ରମଣ କରାଯାଇଥିଲା ।
ଏକ ମୋଟର ସାଇକେଲ ଯୋଗେ ଆସି ଜଣେ ଅପରାଧୀ ତାଙ୍କ ମୋବାଇଲ ଫୋନ ଲୁଟି ଫେରାର ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି । ଟାଉନ ପୋଲିସ ଲିଖିତ ଅଭିଯୋଗ ପାଇବା ପରେ ସେହି ଅଞ୍ଚଳର କେତେକ ସିସିଟିବି (ଭିଡିଓ) ଫୁଟେଜକୁ ସ୍କାନିଂ କରୁଛି । ତେବେ ଛାତ୍ରୀ ଜଣଙ୍କ ତାଙ୍କ ମୋବାଇଲର କଭର ଓ କାଗଜ ସହ ଥାନାରେ ଜମା ଦେଇଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ