ETV Bharat / state

ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ - ଅନଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି

ଅନଲାଇନ ପରୀକ୍ଷା ଦାବିରେ ରାଉରକେଲା ସହରର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେଜ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

author img

By

Published : Apr 15, 2021, 9:26 PM IST

ସୁନ୍ଦରଗଡ଼: ଅନଲାଇନ ପରୀକ୍ଷା ଦାବିରେ ରାଉରକେଲା ସହରର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀ ପୂର୍ବରୁ ବୋର୍ଡକୁ ଜଣାଇବା ସହ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ ।

ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେଜ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ସେମାନଙ୍କର ସିଲାବସ (ପାଠ୍ୟକ୍ରମ) ସଂପୂର୍ଣ୍ଣ ହୋଇ ନଥିବା କଥା ନେଇ ଲିଖିତ ଭାବେ ସୂଚନା ମଧ୍ୟ ଦେଇଥିଲେ । ମୁଣ୍ଡ ଉପରେ ପରୀକ୍ଷା ଥିବା ଓ କଲେଜରେ ଅଯଥା ସମୟ ବିତୁଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଏହି ପରୀକ୍ଷା ଅନଲାଇନ ମାଧ୍ୟମରେ କରାଗଲେ ସେମାନଙ୍କୁ ପଢିବା ପାଇଁ ଅଧିକ ସମୟ ମିଳିବ ଓ ସେମାନେ ଭଲ ପ୍ରଦର୍ଶନ କରିପାରିବେ ବୋଲି କହିଛନ୍ତି । ସୁନ୍ଦରଗଡ ଜିଲ୍ଲାରେ କୋରୋନା ମାତ୍ରାଧିକ ବଢୁଥିବା ଓ ଏହାକୁ ରେଡ ଜୋନ ଭାବେ ସରକାର ଚିହ୍ନଟ କରିଥିବାରୁ ଏହି ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ପରୀକ୍ଷା ହେବା ନେଇ ଦାବି କରିଛନ୍ତି ।

ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା କଥା ଅତିରିକ୍ତ ଜିଲ୍ଲାପାଳଙ୍କୁ କହିଛନ୍ତି । ଛାତ୍ରଛାତ୍ରୀଙ୍କ ଲିଖିତ ଆବେଦନ ପ୍ରତି ଦୃଷ୍ଟି ଦିଆନଯିବାରୁ ଆଜି ବାଧ୍ୟ ହୋଇ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିବା କଥା କହିଛନ୍ତି । ଏପରିକି ଅନଲାଇନ ମାଧ୍ୟମରେ ପରୀକ୍ଷା ହେବା ନେଇ ଘୋଷଣା କରାନଗଲେ ସେମାନେ ନିଜ ନିଜ ମହାବିଦ୍ୟଳୟର ଗେଟରେ ତାଲା ପକାଇ ଅନସନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.