ETV Bharat / state

କ୍ରୀଡ଼ାର ନୂଆ ଇତିହାସ ରଚିବ ସୁନ୍ଦରଗଡ, ୫ରେ ଲୋକାର୍ପଣ ହେବ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ - ହକି ବିଶ୍ବକପ

ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀ ରାଉରକେଲା ଆସିବେ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଲୋକାର୍ପଣ କରିବା ସହ ଅନାନ୍ୟ ପ୍ରକଳ୍ପର ଉଦଘାଟନ କରିବେ । ଅଧିକ ପଢନ୍ତୁ

cm visit to rourkela
cm visit to rourkela
author img

By

Published : Dec 30, 2022, 12:09 PM IST

cm visit to rourkela

ରାଉରକେଲା: ପାଖେଇ ଆସୁଛି ହକି ବିଶ୍ବକପ ଉଦଘାଟନୀ ଦିନ । ତେବେ ଏନେଇ ନୂଆବୋହୂ ଭଳି ସଜେଇ ହୋଇଛି ରାଉକେଲା ସହର । ଏହାରି ଭିତରେ ଆସନ୍ତା ୫ ତାରିଖରେ ରାଉରକେଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସହ ହକି ଷ୍ଟାଡିୟମ, 25ଟି ମୋ ବସ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ହକି ବିଶ୍ବକପ ପାଇଁ ହକି ଏନ୍ତୁଡିଶାଳରେ ଜୋରଦାର ପ୍ରସ୍ତୁତି

କ୍ରୀଡାର ହବ ହେବାକୁ ଯାଉଛି ରାଉରକେଲା ସହର । ତେବେ ହକି ବିଶ୍ୱକପ ଆୟୋଜନ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ମଧ୍ୟ ଜୋରଦାର ରହିଛି । ରାଉରକେଲା ଗସ୍ତରେ ଆସି ହକି ଷ୍ଟାଡିୟମ, ମୋ ବସ ସହ ରାଉରକେଲା ସହରର ବିଭିନ୍ନ ପାର୍କ ସହ ଖେଳପଡ଼ିଆ ଏବଂ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ କ୍ରୀଡ଼ାର ନୂଆ ଇତିହାସ ରଚନା କରିବେ ମୁଖ୍ୟମନ୍ତ୍ରୀ ।

ଆସନ୍ତା 5ରେ ଲୋକାର୍ପଣ ହେବ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ଆସନ୍ତା ୫ ତାରିଖରେ ଲୋକାର୍ପଣ ହେବ ବିଶ୍ୱର ସବୁଠାରୁ ବଡ଼ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ । ଏଠାରେ ରଚନା ହେବ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡା ଇତିହାସର ନୂଆ କାହାଣୀ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ ଶେଷ ହୋଇଯାଇଛି ଏବଂ ଏଠାରେ ଚାଲିଛି ବର୍ତ୍ତମାନ ଭାରତୀୟ ଦଳର ଅଭ୍ୟାସ ମ୍ୟାଚ । ପୂର୍ବରୁ ଭାରତ ଜୁନିୟର ଏବଂ କୋରିଆ ଜୁନିୟର ଟିମ ଏହି ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ ଖେଳିଥିଲେ ଏବଂ ଏହି ଷ୍ଟାଡିୟମର ପ୍ରଶଂସା ମଧ୍ୟ କରିଥିଲେ ଖେଳାଳି । ତେବେ ଏଠାରେ ପ୍ରଥମ କରି ଖେଳାଯିବ ହକି ବିଶ୍ୱକପ । ଏହାସହ ରାଉରକେଲା ସହରରେ ମୋ ବସ ସେବାର ଶୁଭାରମ୍ଭ ହେବ ।

ଏହା ମଧ୍ୟ ପଢନ୍ତୁ: Russian Tourists Death: ଖୋଳତାଡ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍

ଗଡିବ ମୋ ବସ୍‌, ଉଡିବ ବିମାନ

ଯାହା ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ଟି ମୋ ବସ ରାଉରକେଲା ସହର ଏବଂ ଆଖପାଖ ଅଞ୍ଚଳରେ ଗଡିବ । ଅନ୍ୟ ପକ୍ଷରେ ୭ ତାରିଖରୁ ରାଉରକେଲା ବିମାନବନ୍ଦରରୁ ଉଡିବ ବିମାନ । ସିଧାସଳଖ ରାଉରକେଲାରୁ ଭୁବନେଶ୍ୱରକୁ ଆରମ୍ଭ ହେବ ବିମାନ ସେବା । ତେଣୁକରି ରାଉରକେଲା ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ନୂଆବୋହୂ ଭଳି ସଜେଇ ହୋଇଛି ରାଉରକେଲା

ହକି ବିଶ୍ୱକପ ଆୟୋଜନକୁ ନେଇ ନୂଆ ବୋହୂ ଭଳି ସଜେଇ ହୋଇଛି ରାଉରକେଲା ସହର । ଆଲୋକ ମାଳରେ ଝଲସୁଛି ପୁରା ସହର। ରାସ୍ତା କଡରେ ଲ୍ୟାମ୍ପ ଲାଇଟ ଏହାକୁ ଆହୁରି ଦ୍ବିଗୁଣିତ କରିଛି । ରଙ୍ଗୀନ ଆଲୋକ ସହ ଚିତ୍ରରେ ରଙ୍ଗେଇ ହେଉଛି ସହର । କେବଳ ଏତିକି ନୁହେଁ ରାସ୍ତାଘାଟକୁ ମଧ୍ୟ ସୌନ୍ଦର୍ଯ୍ୟ କରଣ କରାଯାଉଛି । ଛକ ଛକରେ କରାଯାଇଛି ବିଭିନ୍ନ ପ୍ରକାର ୱାଟର ଫାଉନଟେନ ସହ ନୂତନ କାରୁକାର୍ଯ୍ୟ । ହକି ବିଶ୍ୱକପ ଲାଗି ହକି ଛକକୁ ଦିଆଯାଇଛି ନୂଆ ରୂପ ହକି ଖେଳାଳୀଙ୍କ ମୂର୍ତ୍ତି ସହ ଛକକୁ ନୂଆ ରଙ୍ଗରେ ରଂଗାଉଛି ରାଉରକେଲା ପ୍ରଶାସନ । ଏହାସହ ଷ୍ଟିଲ ସିଟିରେ ଷ୍ଟିଲ ଦ୍ୱାରା ନିର୍ମିତ ହକି ପ୍ଲେୟରର 50 ଫୁଟର ମୂର୍ତ୍ତୀ ଲୋକଙ୍କୁ ଆକୃଷ୍ଟ କରୁଛି।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.