ETV Bharat / state

ଜିଲ୍ଲାସ୍ତରୀୟ ଜାତୀୟ ସଂହତି କ୍ୟାମ୍ପ ଉଦଯାପିତ

author img

By

Published : Mar 26, 2021, 6:36 AM IST

ସୁନ୍ଦରଗଡରେ ଜିଲ୍ଲାସ୍ତରୀୟ ଜାତୀୟ ସଂହତି କ୍ୟାମ୍ପ ସୁନ୍ଦରଗଡ ଆରକ୍ଷୀଙ୍କ ଦ୍ୱାରା ଉଦଯାପିତ । ଅଧିକ ପଢନ୍ତୁ...

ଜିଲ୍ଲାସ୍ତରୀୟ ଜାତୀୟ ସଂହତି କ୍ୟାମ୍ପ ଉଦଯାପିତ
ଜିଲ୍ଲାସ୍ତରୀୟ ଜାତୀୟ ସଂହତି କ୍ୟାମ୍ପ ଉଦଯାପିତ

ସୁନ୍ଦରଗଡ: ଜିଲ୍ଲା ବି.ଏସ ହାଇସ୍କୁଲ ପରିସରରେ ଚାଲିଥିବା ସ୍କାଉଟ ଓ ଗାଇଡର ଜିଲ୍ଲାସ୍ତରୀୟ ଜାତୀୟ ସଂହତି କ୍ୟାମ୍ପ ସୁନ୍ଦରଗଡ ଆରକ୍ଷୀଙ୍କ ଦ୍ୱାରା ଉଦଯାପିତ ହୋଇଯାଇଛି । ଶୁକ୍ରବାର ଏହି ଜାତୀୟ ସଂହତି ଶିବିର ସରିବାକୁ ଥିବାବେଳେ ଭବାନୀ ଶଙ୍କର ହାଇସ୍କୁଲ ପରିସରରେ ଗୁରୁବାର ଏହା ଉଦଯାପିତ ହୋଇଛି ।

ଶୁକ୍ରବାର ଭାରତ ବନ୍ଦ ଡାକରା ଯୋଗୁଁ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛନ୍ତି । ତେବେ ଶିବିରର ଉଦଯାପନୀ ଅବସରରେ ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଯୋଗ ଦେଇ ସ୍କାଉଟ ଓ ଗାଇଡଙ୍କୁ ପ୍ରେରଣା ଦେବା ସହ ଏପରି ଆୟୋଜନ ନିରନ୍ତର ଭାବେ ହେବା ଦରକାର ବୋଲି କହିଥିଲେ । ଏହି ଶିବରଗୁଡିକରୁ ସମସ୍ତେ ମାନବିକତାକୁ ଶିଖିଥାନ୍ତି । ଏହା କେବଳ ଜାତୀୟତା ବା ଏକତା ବଢାଇ ନଥାଏ ଏହା ଆତ୍ମସୋଧନର ଏକ ବଳିଷ୍ଠ ମାଧ୍ୟମ ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.