ରାଉରକେଲା: ରାଉରକେଲା ଇସ୍ପାତ କରଖାନା ସମ୍ମୁଖରେ ସିଆଇଟିୟୁର ବିକ୍ଷୋଭ । ଆଜି ବିଶ୍ରା ଛକ ଠାରେ ବୋନସ ଦାବିରେ ତଥା ଏନଜେସିଏସ ଚୁକ୍ତି ନାମା ଦାବିରେରେ ସି.ଆଇ.ଟି.ୟୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଆର୍ଥିକ ବର୍ଷରେ ଷ୍ଟିଲ ଅଥୋରୀଟି ଅଫ ଇଣ୍ଡିଆ ଲିମିଟେଡ଼ର ଆର୍ଥିକ କାରବାର ୧ଲକ୍ଷ ୫ହଜାର କୋଟି ଟଙ୍କାରୁ ଅଧିକ ହୋଇଛି । ପୂର୍ବରୁ ଆର୍ଥିକ ବର୍ଷ ୨୦୨୦- ୨୧ରେ ୭୦ ହଜାର କୋଟିରୁ ଊର୍ଦ୍ଧ୍ୱ, ୨୦୨୧- ୨୨ରେ ୧ଲକ୍ଷ ୪ହଜାର କୋଟିରୁ ଅଧିକ ଆର୍ଥିକ କାରବାର କରିଛି । ତେଣୁ ଚଳିତ ବର୍ଷ ସଠିକ ବୋନସ ସହ NJCS ଚୁକ୍ତିନାମା କରାଯାଉ ବୋଲି ଦାବି ହୋଇଛି ।
ସି.ଆଇ.ଟି.ୟୁ ଗତବର୍ଷ ବ୍ୟାପକ ଆନ୍ଦୋଳନ କରିବା ଦ୍ୱାରା ଶେଷରେ ବୋନସ ଦିଆଯାଇଥିଲା । ବ୍ୟାପକ ଆନ୍ଦୋଳନ କରିବା ଦ୍ଵାରା ଗତ ବର୍ଷ ୪୦ ହଜାର ୫ଶହ ଟଙ୍କା ବୋନସ୍ ମିଳିଥିଲା । ଏନ୍.ଜେ.ସି.ଏସ୍ କୋର କମିଟି ବୈଠକ ଡାକି ସିଆଇଟିୟୁର ବିନା ସହମତିରେ ୬ ମାସ ଆଗରୁ ସିଆଇଟିୟୁର ବିରୋଧ ସତ୍ତ୍ଵେ ତ୍ରୁଟିପୂର୍ଣ୍ଣ ବୋନସ୍ କରିବା ଦ୍ଵାରା ଏହି ବର୍ଷ ଅନୁଯାୟୀ ଗତବର୍ଷ ଠାରୁ ୩୦ କିମ୍ବା ୨୮ ହଜାର ପର୍ଯ୍ୟନ୍ତ ବୋନସ ମିଳିବାର ସମ୍ଭାବନା ରହିଛି । ୮୧ ମାସ ପରେ ମଧ୍ୟ ଏନ୍.ଜେ. ସି.ଏସ୍ ଚୁକ୍ତିନାମା ହୋଇ ପାରିଲା ନାହିଁ । ଶ୍ରମିକ ବିରୋଧୀ ନୀତିକୁ ପ୍ରତ୍ୟାହାର ତଥା ଠିକା ଶ୍ରମିକଙ୍କ ମୂଳଦରମା ଉପରେ ମଜୁରୀ ବୃଦ୍ଧି କରିବା ଭଳି ବିଭିନ୍ନ ସମସ୍ୟାକୁ ନେଇ ସି.ଆଇ.ଟି.ୟୁ ତରଫରୁ ଆନ୍ଦୋଳନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ....Ayurvedic student protest: ପୂରଣ ହେଉନି ଦାବି, ରାଜଧାନୀରେ ଗର୍ଜିଲେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ
ପୂର୍ବରୁ ଏନ୍.ଜେ.ସି.ଏସରେ ଭିନ୍ନମତ ସହମତି ସହାୟତାରେ ଏନ୍.ଜେ.ସି.ଏସ୍ ଚୁକ୍ତିନାମା ହେଉଥିବାବେଳେ ବର୍ତ୍ତମାନ କେନ୍ଦ୍ର ସରକାର ସମୟରେ ତଥା ଗତ ୨୦୧୪ ମସିହାରୁ ବିଭିନ୍ନ ଆଳଦେଖାଇ ସେଲ୍ କର୍ତ୍ତୃପକ୍ଷ ସମସ୍ତ ଶ୍ରମିକ ବିରୋଧ ନୀତି କାର୍ଯ୍ୟକାରୀ କରୁଛନ୍ତି ବୋଲି ସିଆଇଟିୟୁ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଏଥର ଉଚିତ ମୂଲ୍ୟରେ ବୋନସ ପ୍ରଦାନ କରାଯାଉ ବୋଲି ଦାବି କରିଛି ଦଳ ।
ଏହାସହ ଆସନ୍ତା ଅକ୍ଟୋବର ୫ ତାରିଖ ଦିଲ୍ଲୀର ଉତ୍ପାଦନ ଓ ଉତ୍ପାଦିକତା ଏନ୍.ଜେ.ସି.ଏସ୍ ବୈଠକ ପୂର୍ବରୁ ବୋନସ ବୈଠକ ଡାକିବା ପାଇଁ ସି.ଆଇ.ଟି.ୟୁ ଦାବି କରିଛି । ଗତବର୍ଷ ଠାରୁ ଅଧିକ ବୋନସ ଓ ଠିକାଶ୍ରମିକଙ୍କୁ ୨୦ ବୋନସ ଓଏନ୍.ଜେ.ସି.ଏସରେ ତୁରନ୍ତ ସ୍ଥାୟୀ ଓ ଠିକାଶ୍ରମିକଙ୍କ ସହମତି ଆଧାରରେ ଚୁକ୍ତିନାମା କରାଯାଉ । ୧୩ଏମ୍.ଜି. ବି ଉପରେ ୨ଟି ଇନ୍କ୍ରିମେଣ୍ଟ ଦିଆଯାଉ ଏବଂ ୩୯ ମାସର ଏରିଅର ମଧ୍ୟ ଯଥାଶୀଘ୍ର ପ୍ରଦାନ କରାଯାଉ ବୋଲି ଦାବି କରିଛି ସଂଘ ।
ଇଟିଭି ଭାରତ,ରାଉରକେଲା