ETV Bharat / state

ESIରେ ସେକେଣ୍ଡାରୀ ଚିକିତ୍ସା ସେବା ବନ୍ଦ ବିରୋଧରେ ବିକ୍ଷୋଭ - ସିଟୁ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସ୍ୱାସ୍ଥ୍ୟ କ୍ଷେତ୍ରରେ ଜନ ବିରୋଧୀ କାର୍ଯ୍ୟକୁ ନେଇ ରାଉରକେଲା ESI ମଡେଲ ହସ୍ପିଟାଲ ସମ୍ମୁଖରେ ସିଟୁ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକା ପଢନ୍ତୁ

CITU protest
CITU protest
author img

By ETV Bharat Odisha Team

Published : Nov 18, 2023, 12:22 PM IST

CITU protest

ରାଉରକେଲା: କେନ୍ଦ୍ର ସରକାରଙ୍କ ଶ୍ରମିକ ଓ ଜନ ବିରୋଧୀ ପଦକ୍ଷେପକୁ ବିରୋଧ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଜନ ବିରୋଧୀ କାର୍ଯ୍ୟକୁ ନେଇ ଗର୍ଜିଲା ସିଟୁ । ଏନେଇ ରାଉରକେଲା ESI ମଡେଲ ହସ୍ପିଟାଲ ସମ୍ମୁଖରେ ସିଟୁ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବହୁ ସଂଖ୍ୟାରେ ଶ୍ରମିକମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ତେବେ ରାଜ୍ୟରେ ସବୁଠାରୁ ଅଧିକ ବୀମାଧାରୀ ସୁନ୍ଦରଗଡ଼ ଜିଲ୍ଲାର ରହିଛନ୍ତି । ହେଲେ ଇଏସ୍‌ଆଇର ସର୍କୁଲାର ଅନୁଯାୟୀ ବର୍ତ୍ତମାନ ରାଜ୍ୟର ୮ ଲକ୍ଷ ବୀମାଧାରୀ ଶ୍ରମିକ ଓ ସେମାନଙ୍କ ପରିବାରର ୨୪ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଆଉ ସେକେଣ୍ଡାରୀ ଚିକିତ୍ସା ସୁବିଧା ଓ ସୁପର ସ୍ପେସିଆଲିଷ୍ଟ ଚିକିତ୍ସା ପାଇବେ ନାହିଁ । କାରଣ ଏଥିପାଇଁ ଇଏସ୍‌ଆଇ କର୍ପୋରେସନ ବିପୁଳ ଖର୍ଚ୍ଚାନ୍ତ ହେଉଥିବା ଦୃଷ୍ଟିରୁ ଏହାକୁ ପ୍ରତ୍ୟାହାର କରାଯାଇଛି । ଯାହାକୁ ନେଇ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି ସିଟୁ । ଶ୍ରମିକଙ୍କ ସ୍ୱାର୍ଥ ଏବଂ ନ୍ୟାର୍ଯ୍ୟ ଦାବି ସହ ଶ୍ରମିକ କଲ୍ୟାଣ ପାଇଁ ସିଟୁ ଗତକାଲି ESI ମଡେଲ ହସ୍ପିଟାଲରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

ଏହା ମଧ୍ୟ ପଢନ୍ତୁ- ESIC ଡିସପେନସାରୀରେ ଅନିୟମିତତା ଅଭିଯୋଗ, ଗର୍ଜିଲା CITU

ତେବେ ଓଡିଶାରେ ଇଏସ୍‌ଆଇର କୌଣସି ସୁପର ସ୍ପେସିଆଲିଟି ହସ୍ପିଟାଲ ନାହିଁ । ଇଏସ୍‌ଆଇ ହସ୍ପିଟାଲ ଭାବରେ ରାଉରକେଲା ମଡେଲ ହସ୍ପିଟାଲରେ ଗତ ୨୦୦୩ ଠାରୁ ବିମାଧାରୀକୁ ଚିକିତ୍ସା ସେବା ଯୋଗାଇ ଦେଇଆସୁଛି । ତେବେ ଗୋଟିଏ ପକ୍ଷରେ ସରକାର ଏହି ଇଏସଆଇକୁ ସୁଦୃଢ କରି ପାରିନାହାନ୍ତି । ଅନ୍ୟପକ୍ଷରେ ଏହା ଫଳରେ ଶ୍ରମିକମାନେ ଦୁର୍ଘଟଣା ଠାରୁ ଆରମ୍ଭ କରି ହୃଦ୍‌ରୋଗ, କର୍କଟ, ମଧୁମେହ, କିଡ୍‌ନୀ, ବ୍ରେନ୍ ଷ୍ଟ୍ରୋକ୍, ଲିଭର ଟ୍ରାନ୍ସପ୍ଲାଣ୍ଟ ସମେତ ଅନ୍ୟାନ୍ୟ ରୋଗ ପାଇଁ ଇଏସ୍‌ଆଇକୁ ଯାଇ ନିରାଶ ହେଉଛନ୍ତି । ତେଣୁ ସେକେଣ୍ଡାରୀ ଚିକିତ୍ସା ଏବଂ ସୁପର ସ୍ପେସିଆଲିଷ୍ଟ ଚିକିତ୍ସା ସୁବିଧା ନ ମିଳିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଇଏସଆଇର ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ କୌଣସି କର୍ମଚାରୀଙ୍କ ଦେହ ଅସୁସ୍ଥ ହେଲେ ସେମାନଙ୍କୁ କେବଳ ଏମ୍ସ ଦିଲ୍ଲୀ ଏବଂ ପିଜିଏ ହସ୍ପିଟାଲକୁ ରେଫର କରିବାକୁ ଉପରୋକ୍ତ ସର୍କୁଲାରରେ ନିର୍ଦ୍ଦେଶ ରହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.