ETV Bharat / state

କେନ୍ଦ୍ର ସରକାରଙ୍କ ବିରୋଧରେ ସିଆଇଟିୟୁର ବୈଠକ

author img

By ETV Bharat Odisha Team

Published : Sep 5, 2023, 12:32 PM IST

ଅଲ ଇଣ୍ଡିଆ ୱାର୍କିଂ କମିଟିକୁ ନେଇ ସିଆଇଟିୟୁ ପକ୍ଷରୁ ରାଉରକେଲାରେ ବୈଠକ । ଅଧିକ ପଢନ୍ତୁ

CITU meeting against Central Govt at Rourkela

ସରକାରଙ୍କ ବିରୋଧରେ ସିଆଇଟିୟୁର ବୈଠକ

ରାଉରକେଲା: କେନ୍ଦ୍ର ସରକାରଙ୍କ ବିରୋଧରେ ସିଆଇଟିୟୁ ଦଳର ବୈଠକ । ଅଲ ଇଣ୍ଡିଆ ୱାର୍କିଂ କମିଟିକୁ ନେଇ ସିଆଇଟିୟୁ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। 2014 ମସିହା ପରେ କେନ୍ଦ୍ରରେ ନରେନ୍ଦ୍ର ମୋଦି କ୍ଷମତା କୁ ଆସିବା ପରେ ମହିଳା ମାନଙ୍କ ଉପରେ ହିଂସା ବୃଦ୍ଧି ପାଇବାର ଲାଗିଛି ଓ ସମଗ୍ର ଦେଶରେ ଘୃଣାର ବାତାବରଣ ସୃଷ୍ଟି ହୋଇଛି ବୋଲି ସିଆଇଟିୟୁ ଅଭିଯୋଗ ଆଣିଛି।

ସିଆଟିୟୁ ପକ୍ଷରୁ କୁହାଯାଇଛି ଯେ, ଜାତୀୟ କ୍ରାଇମ୍ ବ୍ୟୁରୋ ତଥ୍ୟ ଅନୁସାରେ, ଆମ ଦେଶରେ ୮୭ ଲକ୍ଷ ୭୦ ହଜାର ମହିଳା ଓ ବାଳିକା ନିଖୋଜ ଥିବା ଘଟଣା ପ୍ରକାଶ ପାଇଛି । ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ପାଇବାରେ ଲାଗିଛି । ଦେଶର ସୁନାମ ଅର୍ଜନ କରିଥିବା ମହିଳା କୁସ୍ତିଯୋଦ୍ଧା ମାନେ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । ଏହାସହ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । କୋରୋନା ପରବର୍ତ୍ତୀ ସମୟରେ ନିଯୁକ୍ତିରେ ହ୍ରାସ ପାଇଛି । 18ରୁ 29 ବର୍ଷ ବୟସର ବେକାର ମାନଙ୍କ ସଂଖ୍ୟା 2023 ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ 17.03 ପ୍ରତିଶତ ବୃଦ୍ଧି ପାଇଛି ବୋଲି ଅଭିଯୋଗ କରିଛି ସିଟୁ ।

ଏହା ମଧ୍ୟ ପଢନ୍ତୁ-କେନ୍ଦ୍ର ବିରୋଧରେ ଏକାଠି ହେଲେ ଟ୍ରେଡ୍ ୟୁନିଅନ, ୧୫ ଦଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ

ସମସ୍ତ ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇକରଣ କରିବା ଯୋଗୁଁ ଏହି ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇଛି । ବଡ଼ ବଡ଼ କର୍ପୋରେଟ ମାନଙ୍କଠାରୁ କର ଆଦାୟ ନକରି ମୋଦି ସରକାର ସାଧାରଣ ଲୋକଙ୍କ ଉପରେ ଟିକସର ବୋଝ ଲଦି ଦେଇ ଅତ୍ୟାଚାର କରୁଛନ୍ତି । ଏହାସହ ଶ୍ରମିକମାନଙ୍କ ଉପରେ ମଧ୍ୟ ଅତ୍ୟାଚାର କରୁଛନ୍ତି । ଠିକା ଶ୍ରମିକ, ଆଉଟ୍‌ସୋର୍ସିଂ, ଓ ଗିଗ୍ ଶ୍ରମିକମାନଙ୍କୁ ମାନ୍ୟତା ନଦେଇ ସ୍ଵଳ୍ପ ଦରମାରେ କାମ କରିବାକୁ ବାଧ୍ୟ କରାଯାଉଛି । କର୍ମଜୀବୀ ମହିଳାମାନେ କାର୍ଯ୍ୟ କରୁଥିବା କାର୍ଯ୍ୟସ୍ଥଳି ରେ ଶାରୀରିକ ଶୋଷଣ ବିରୋଧୀ କମିଟି ଗଠନ କରାଯାଉ ନାହିଁ । ୮ ଘଣ୍ଟା ବଦଳରେ ୧୨ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା ବୈଠକରେ ଅଭିଯୋଗ ହୋଇଛି ।

କେନ୍ଦ୍ର ସରକାର ଦ୍ୱାରା ହେଉଥିବା ଜନ ବିରୋଧୀ କାର୍ଯ୍ୟର ଅନ୍ୟାୟ ସମ୍ପର୍କରେ ଆଲୋଚନା କରାଯାଇ ଆଗାମୀ ଦିନରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ଅକ୍ଟୋବର ୩ରେ କୃଷକ ବିରୋଧୀ ନୀତି ବିରୁଦ୍ଧରେ ସମସ୍ତ ଟ୍ରେଡ୍ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ସିଂଙ୍କୁ ବହିଷ୍କାର ଦାବିରେ ବ୍ୟାପକ ଆନ୍ଦୋଳନ କରିବ ବୋଲି କୁହାଯାଇଛି । ସେହିପରି ଆସନ୍ତା ନଭେମ୍ବର 28ରେ 72 ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ରାଜ୍ୟର ରାଜଭବନ ସମ୍ମୁଖରେ ଗଣତନ୍ତ୍ରର ସୁରକ୍ଷା ପାଇଁ ବିଜେପି ସରକାର ବିରୋଧରେ ବ୍ୟାପକ ଜନ ସମାବେଶ କରାଯିବ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.