ରାଉରକେଲା: ଶ୍ରମିକ ଏବଂ କର୍ମଚାରୀଙ୍କ ବିଭିନ୍ନ ଦାବିକୁ ନେଇ ଇସ୍ପାତ କାରଖାନା କର୍ତ୍ତୃପକ୍ଷ ବିରୋଧରେ ଗର୍ଜିଲେ ୱାର୍କର ୟୁନିୟନ ସଂଘ । ବୁଧବାର ସିଟୁ ଏବଂ ଷ୍ଟିଲ ୱାର୍କର ଫେଡରେସନ ଅଫ ଇଣ୍ଡିଆ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସାରା ଦେଶରେ ବୁଧବାର ସିଟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଠିକା ଶ୍ରମିକ ଏବଂ ସ୍ଥାୟୀ ଶ୍ରମିକଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲା ସିଟୁ ।
ଠିକସଂସ୍ଥା ଏବଂ ସ୍ଥାୟୀ ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଦାବି ସହ ବିଭିନ୍ନ ଦାବିକୁ ନେଇ ଇସ୍ପାତ କାରଖାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଉରକେଲା ବିଶ୍ରା ଛକରେ ସିଟୁ ଏବଂ ଷ୍ଟିଲ ୱାର୍କର ଫେଡରେସନ ଅଫ ଇଣ୍ଡିଆ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ବେଳେ ହଜାର ହାଜର ସଂଘରେ କର୍ମଚାରୀ ସାମିଲ ହୋଇଥିଲେ ।
ଦାବି ଗୁଡିକ ହେଉଛି ସମସ୍ତ ଠିକା ଶ୍ରମିକଙ୍କ ପାଇଁ ନୂତନ ବେତନ ଚୁକ୍ତିନାମା, ଏନଜେସିଏସ ମାଧ୍ୟମରେ ସମସ୍ତ ଶ୍ରମିକଙ୍କ ବକେୟା ଦାବି ଗୁଡିକ ପୂରଣ କରିବା, ଠିକା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀକୁ S1 ଗ୍ରେଡର କର୍ମଚାରୀଙ୍କ ମଜୁରି ସହ ସମାନ କରାଯାଉ, ଠିକା କର୍ମଚାରୀଙ୍କୁ ଠିକସଂସ୍ଥା ଦ୍ୱାରା ଶୋଷଣ ବନ୍ଦ କରିବା ଏବଂ ସମସ୍ତ ଠିକା କର୍ମଚାରୀ ମାନଙ୍କୁ ୧୦ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ପ୍ରଦାନ କରାଯିବା ସହ ସମସ୍ତ ଠିକା କର୍ମଚାରୀମାନଙ୍କ ସମାନ ଦରମା କରାଯାଉ ବୋଲି ଦାବି କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: Naba Das Murder Case: ଧରାପଡିବ ଗୋପାଳର ସତ, ଶୁକ୍ରବାର ହେବ ନାର୍କୋ ଟେଷ୍ଟ
ରାଉରକେଲା ଇସ୍ପାତ କାରଖାନାରେ ଠିକସଂସ୍ଥା କର୍ମଚାରୀମାନଙ୍କ ଦରମା ଭିନ୍ନ ରହିଥିବାରୁ ସମସ୍ତଙ୍କର ସମାନ କରାଯାଉ ଓ ଦରମା ମଧ୍ୟ ଠିକସଂସ୍ଥା କର୍ମଚାରୀମାନଙ୍କ ବୃଦ୍ଧି କରାଯାଉ ବୋଲି ଦାବି କରାଯାଇଥିଲା । ଅନ୍ୟ ପକ୍ଷରେ ସ୍ଥାୟୀ କର୍ମଚାରୀମାନଙ୍କ ପାଇଁ ଯେଉଁ ଏନଜେସିଏସ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା ତାହାର ତୁରନ୍ତ କାର୍ଯ୍ୟକାରୀ ଏବଂ ଯେଉଁ ଶ୍ରମିକ ମାନଙ୍କ ଗ୍ରାଚୁଟି ସିଲିଂ କରିବା ପାଇଁ ଇସ୍ପାତ କାରଖାନା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ତାହାର ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ୩୯ ମାସର ଏରିଅର ଦିଆଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଥିଲା । ତେବେ ଯଦି ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଶ୍ରମିକଙ୍କ ଦାବିକୁ ମାନୁ ନାହାନ୍ତି ତେବେ ଆଗମୀ ସମୟରେ ତୀଵ୍ର ବିରୋଧ କରାଯିବ ବୋଲି ସିଟୁ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଇଟିଭି ଭାରତ, ରାଉରକେଲା