ETV Bharat / state

ଶିଶୁ ବିକ୍ରି ରାକେଟ ଠାବ: 7 ଅଭିଯୁକ୍ତ ଗିରଫ, ୧୬ ଶିଶୁ ଉଦ୍ଧାର - ଶିଶୁ ବିକ୍ରି

ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ଦ୍ୱାରା ଶିଶୁ ବିକ୍ରି ରାକେଟର ସାତ ଜଣ ଅଭିଯୁକ୍ତ ଗିରଫ । 16 ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ଶିଶୁ ବିକ୍ରି ରାକେଟ ଠାବ: 7 ଅଭିଯୁକ୍ତ ଗିରଫ, ୧୬ ଶିଶୁ ଉଦ୍ଧାର

author img

By

Published : Jul 30, 2021, 9:45 AM IST

ସୁନ୍ଦରଗଡ: ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ଦ୍ୱାରା ଶିଶୁ ବିକ୍ରି ଓ ଚାଲଣକାରୀ ରାକେଟର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ 5 ଜଣ ମହିଳା ଓ 2 ଜଣ ପୁରଷ ରହିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଏହାସହ 16 ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ତେବେ ଏବେବି ରାଉରକେଲାରୁ ବିକ୍ରି ହୋଇଥିବା 25 ଶିଶୁ ଓ ନିଖୋଜ ଥିବା 21 ଶିଶୁଙ୍କୁ ଉଦ୍ଧାର କରାଯାଇ ନଥିବା ସୂଚନା ମିଳିଛି ।

ଶିଶୁ ବିକ୍ରି ରାକେଟ ଠାବ: 7 ଅଭିଯୁକ୍ତ ଗିରଫ, ୧୬ ଶିଶୁ ଉଦ୍ଧାର

କୋର୍ଟଙ୍କୁ ଅପିଲ କରି ରିମାଣ୍ଡରେ ଅଭିଯୁକ୍ତଙ୍କୁ ଆଣାଯିବ ବୋଲି ରାଉରକେଲା ଏସପି ମୁକେଶ କୁମାର ଭାମୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ରାକେଟର ଚେର କେଉଁଠି ଅଛି ତାହା ଏବେବି ତଦନ୍ତର ଘେରରେ ରହିଛି । ତେବେ ଏମାନେ ଶିଶୁ ଚାଲାଣ ପାଇଁ କେତେକ ଆଶା କର୍ମୀ ଓ କେତେକ ହସପିଟାଲ ସିହତ ଯୋଗ ସୂତ୍ର ରଖିଥିବା କଥା ପୋଲିସର ତଦନ୍ତରୁ ଜଣାପଡିଛି ।

ଏନେଇ ରାଉରକେଲା ଏସପି ସମସ୍ତ ନିଖୋଜ ଶିଶୁ ବା ବିକ୍ରି କରିଥିବା ଶିଶୁଙ୍କ ମା ଓ ବାପାଙ୍କ ସହଯୋଗ ଲୋଡିଛନ୍ତି । ଏମାନେ ସହଯୋଗ କଲେ ନିଖୋଜ ଶିଶୁଙ୍କୁ ଖୋଜି ବାହାର କରିବା ପାଇଁ ପୋଲିସକୁ ସହଜ ହେବ ବୋଲି ସେ କହିଛନ୍ତି । ତେବେ ଏହି ରାକେଟର ମାଷ୍ଟର ମାଇଣ୍ଡ କିଏ ତାହା ଏବେ ବି ଅସ୍ପଷ୍ଟ ରହିଛି । ତେବେ ଏହି ରାକେଟ ଶିଶୁ କନ୍ୟାଠାରୁ ଶିଶୁ ପୁତ୍ରମାନଙ୍କୁ ଅଧିକ ଟଙ୍କାରେ ବିକ୍ରି କରୁଥିବା ଜଣାପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.