ETV Bharat / state

ବେଦୀରୁ ବରକୁ ଉଠାଇ ନେଲା ପୋଲିସ

author img

By

Published : Mar 5, 2021, 8:34 AM IST

ସୁନ୍ଦରଗଡ ନାବାଳିକା ବିବାହକୁ ପୋଲିସ ବନ୍ଦ କରିଛି । ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ରାଜସ୍ଥାନୀ ଯୁବକକୁ ଥାନାକୁ ନେଇଛି ପୋଲିସ । ଅଧିକ ପଢନ୍ତୁ...

ବିବାହବେଦୀରୁ ବରକୁ ଉଠେଇ ନେଲା ପୋଲିସ
ବିବାହବେଦୀରୁ ବରକୁ ଉଠେଇ ନେଲା ପୋଲିସ

ସୁନ୍ଦରଗଡ: ନାବାଳିକା ସହ ବିବାହକୁ ଭଣ୍ଡୁର କଲା ପୋଲିସ । ନାବାଳିକାକୁ ଉଦ୍ଧାର କରିବାସହ ଅଭିଯୁକ୍ତ ରାଜସ୍ଥାନୀ ଯୁବକକୁ ଥାନାକୁ ନେଲା । ଗତକାଲି ଏପରି ଏକ ଘଟଣା ସୁନ୍ଦରଗଡ ଏସପିଙ୍କ ନଜରକୁ ଆସିବାପରେ ଏହି କୁସଂସ୍କାରରେ ଲୀନ ହେବାକୁ ଯାଉଥିବା ଜଣେ ନାବାଳିକାକୁ ମୁକ୍ତ କରିଛନ୍ତି ସୁନ୍ଦରଗଡ ଏସପି ।

ବିବାହବେଦୀରୁ ବରକୁ ଉଠେଇ ନେଲା ପୋଲିସ

ସୂଚନାଥାଉକୁ ଗତକାଲି ବୀରମିତ୍ରପୁର ଥାନା ଅଧୀନ କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଏହି କୁସଂସ୍କାର ଘଟୁଥିଲା । ବୀରମିତ୍ରପୁର ଏସଡିପିଓଙ୍କ ନଜରକୁ ଘଟଣା ଆସିବା ପରେ ସେ ତୁରନ୍ତ ଏସପିଙ୍କ ଦୃଷ୍ଟିକୁ ଆଣିଥିଲେ । କୁଆଁରମୁଣ୍ଡା ଅଞ୍ଚଳର ଜଣେ 16 ବର୍ଷୀୟା ନାବାଳିକା ସହ ରାଜସ୍ଥାନର ଜଣେ 27 ବର୍ଷ ବୟସ୍କ ଯୁବକ ସଙ୍ଗେ ବିବାହ ହେଉଥିବା ଜଣା ପଡିଥିଲା ।

ଏସପିଙ୍କ ନିର୍ଦ୍ଦେଶରେ ବୀରମିତ୍ରପୁର ଏସଡିପିଓ ଓ ଚାଇଲ୍ଡଲାଇନ କର୍ମଚାରୀଙ୍କର ଏକ ଯୁଗ୍ମ ଦଳ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବାସହ ଅଭିଯୁକ୍ତ ରାଜସ୍ଥାନୀ ଯୁବକ, ନାବାଳିକାର ମାତା-ପିତା ଓ ରାଜସ୍ଥାନୀ ଯୁବକଙ୍କ ସଂପର୍କୀୟଙ୍କୁ ପୋଲିସ ଥାନାକୁ ନେଇ ଅଟକ ରଖିଛି । ଆଜି ଅଭିଯୁକ୍ତ ଯୁବକଙ୍କ ଉପରେ ମାମଲା ରୁଜୁ ହୋଇଥିବା କଥା ସୁନ୍ଦରଗଡ ଏସପି କହିଛନ୍ତି । ତେବେ ଆଇନ ଅନୁଯାୟୀ ସମସ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.