ETV Bharat / state

ରାଉରକେଲାରେ ହକି ବିଶ୍ବକପ ପ୍ରସ୍ତୁତି, ମୁଖ୍ୟ ଶାସନ ସଚିବ ଓ କ୍ରୀଡ଼ା ସଚିବଙ୍କ ସମୀକ୍ଷା

ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ତା ସହିତ ବିର୍ଷା ମୁଣ୍ଡା ହକି ଷ୍ଟାଡିୟମ, ଅଲ୍‌ଟ୍ରା ମଡର୍ଣ୍ଣ ସ୍ପୋର୍ଟ୍‌ସ୍‌ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Nov 17, 2022, 3:43 PM IST

chief secretary and sports secretary reviewed many developmental work in Rourkela ahead of mens hockey world cup
ରାଉରକେଲାରେ ହକି ବିଶ୍ବକପ ପ୍ରସ୍ତୁତି, ମୁଖ୍ୟ ଶାସନ ସଚିବ ଓ କ୍ରୀଡ଼ା ସଚିବଙ୍କ ସମୀକ୍ଷା

ରାଉରକେଲା: ପୁଣି ଥରେ ପୁରୁଷ ହକି ବିଶ୍ବକପ ଆୟୋଜନ କରିବ ଓଡ଼ିଶା । ଏଥର ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲାର ବିର୍ଷା ମୁଣ୍ଡା ହକି ଷ୍ଟାଡିୟମରେ ଆୟୋଜନ ହକି ବଶ୍ବକପ୍‌ । ଏଥିପାଇଁ ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ତା ସହିତ ବିର୍ଷା ମୁଣ୍ଡା ହକି ଷ୍ଟାଡିୟମ, ଅଲ୍‌ଟ୍ରା ମଡର୍ଣ୍ଣ ସ୍ପୋର୍ଟ୍‌ସ୍‌ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି ।

ଜାନୁଆରୀ ୨୦୨୩ରୁ ପୁରୁଷ ହକି ବିଶ୍ବକପ ଆରମ୍ଭ ହେବ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ନିୟମିତ ଅନ୍ତରାଳରେ ଉଚ୍ଚ ପଦସ୍ଥ ଅଧିକାରୀ ରାଉରକେଲା ଗସ୍ତ କରି ଆସୁଛନ୍ତି । ହକି ବଶ୍ବକପ୍‌ ଆୟୋଜନ ପୂର୍ବରୁ ରାଉରକେଲା ବିମାନ ବନ୍ଦରର ପୂର୍ଣ୍ଣ ପ୍ରସ୍ତୁତ କରାଯିବ । ଏହାର ତଦାରଖ କରିବା ପାଇଁ ଗୁରୁବାର ମୁଖ୍ୟ ଶାସନ ସଚିବଙ୍କ ସହ କ୍ରୀଡ଼ା ସଚିବ ଭିନୀଲ କ୍ରୀଷ୍ଣା ସକାଳୁ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ବିମାନ ବନ୍ଦରର ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିଥିଲେ । ଏହାପରେ ଏହାପରେ BPUT ପରିସରରେ ଚାଲିଥିବା ବିଶ୍ବର ବୃହତ୍ତମ ବିର୍ଷା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କରିଥିଲେ । ଶେଷରେ ବିଶ୍ରା ଛକ ନିକଟରେ ଅଲ୍‌ଟ୍ରା ମଡର୍ଣ୍ଣ ସ୍ପୋର୍ଟ୍‌ସ୍‌ କମ୍ପ୍ଲେକ୍ସର ପ୍ରସ୍ତୁତି ସମୀକ୍ଷା କରିବା ସହ ରାଉରକେଲା ଚାଲିଥିବା ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

ଏହାପରେ ରାଉରକେଲାରେ କିଭଳି ସୁରୁଖୁରୁରେ ବିଶ୍ବକପ ଆୟୋଜନ ହେବ ତାହାକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ବିଶ୍ବକପ ଆୟୋଜନ ନେଇ ରାଉରକେଲାରେ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ୨୦୨୩ ଜାନୁଆରୀ ୧୩ ତାରିଖରୁ ବିଶ୍ବକପ ହକି ଆରମ୍ଭ ହୋଇ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ମ୍ୟାଚ୍‌ରେ ଭାରତ ସ୍ପେନ୍‌ ଦଳକୁ ଭେଟିବ । ଏହା ବର୍ଷା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.