ETV Bharat / state

ଶେଷ ହେଲା ଛଟ୍ ପୂଜା, ୪ ଦିନ ପରେ ବ୍ରତ ଭାଙ୍ଗିଲେ ଶ୍ରଦ୍ଧାଳୁ

author img

By

Published : Nov 11, 2021, 5:36 PM IST

Updated : Nov 11, 2021, 6:44 PM IST

ଉଦୟଗାମୀ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରି ବିହାରୀ ସଂପ୍ରଦାୟ ସେମାନଙ୍କ ଗଣ ପର୍ବ ‘ଛଟ ପୂଜା ‘ ଆଜି ଶେଷ ହୋଇଛି । ଅଧିକ ପଢ଼ନ୍ତୁ...

ଶେଷ ହେଲା ଛଟ ପୂଜା, ୪ ଦିନ ପରେ ବ୍ରତ ଭାଙ୍ଗିଲେ ଶ୍ରଦ୍ଧାଳୁ

ସୁନ୍ଦରଗଡ଼: ୪ଦିନ ଧରି ଚାଲିଥିବା ବିହାରୀ ସଂପ୍ରଦାୟର ଗଣ ପର୍ବ ଛଟ ପୂଜା ବା ସୂର୍ଯ୍ୟ ପୂଜା ଆଜି ଶେଷ ହୋଇଛି । ବ୍ରତ ରଖିଥିବା ବ୍ରତୀମାନେ ଆଜି(ଗୁରୁବାର) ଇବ ନଦୀରେ ଛଟ ମୟାଙ୍କୁ ସ୍ମରଣ କରି ପୂଜାର୍ଚ୍ଚନା କରିବା ସହ ଉଦୟଗାମୀ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ । ଏହାପରେ ଶ୍ରଦ୍ଧାଳୁମାନେ ନିଜ ନିଜ ବ୍ରତ ଭାଙ୍ଗିଛନ୍ତି । ଗତକାଲି(ବୁଧବାର) ନଦୀ ମଧ୍ୟରେ ଅସ୍ତଗାମୀ ସୂର୍ଯ୍ୟଦେବଙ୍କୁ ଉପସାନା କରି ଅର୍ଘ୍ୟ ଅର୍ପଣ କରିଥିଲା ।

ଇବ ନଦୀ ଡଙ୍ଗାଘାଟରେ ଆଜି ଉଦୟଗାମୀ ସୂର୍ଯ୍ୟଙ୍କୁ ମନୋବାଞ୍ଛା ପୂରଣ କରିବାକୁ ଆଶୀର୍ବାଦ ମାଗିବା ନେଇ ଅର୍ଘ୍ୟ ଅର୍ପଣ କରିଛନ୍ତି । ଏହି ପୂଜା ଅତି ନିଷ୍ଠାର ସହିତ ପାଳନ କରାଯାଇଥାଏ । ଚଳିତ ବର୍ଷ ସୁନ୍ଦରଗଡ଼ ବିହାରୀ ସଂପ୍ରଦାୟର ବ୍ରତୀମାନେ ପରିବାରର ସୁଖ ଶାନ୍ତି କାମନା କରିଛନ୍ତି ।

ସମାଜର ମଙ୍ଗଳ କାମନା କରି ଏ ବର୍ଷର ଛଟ ପୂଜାକୁ ବିରତି ଦେଇଛନ୍ତି ଶ୍ରଦ୍ଧାଳୁ । ଚଳିତ ବର୍ଷ ଏହି ଛଟ ବ୍ରତୀଧାରୀମାନେ କୋରୋନା ମହାମାରୀ ଠାରୁ ରକ୍ଷା ପାଇବା ପାଇଁ ଛଟ ମୟା ଓ ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

Last Updated : Nov 11, 2021, 6:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.