ରାଉରକେଲା: ନିର୍ବାଚନ ଆୟୋଗର ସହମତି ପରେ ସୁନ୍ଦରଗଡ ଜିଲ୍ଲାରେ ଆଦିବାସୀଙ୍କ ବିସ୍ଥାପନ, ଜମି ମାମଲା ଓ ବାସ୍ତବିକ ପରିସ୍ଥିତିର ସମୀକ୍ଷା ପାଇଁ ଏକ କେନ୍ଦ୍ରୀୟ ଟିମ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସୁଛନ୍ତି ।
13 ତାରିଖରୁ 18 ତାରିଖ ମଧ୍ୟରେ ଏହି ଟିମ ଜିଲ୍ଲା ପ୍ରଶାସନ, ବିଭିନ୍ନ ଏନଜିଓ, ବିସ୍ଥାପିତ ସଂଗଠନ ତଥା ବିସ୍ଥାପିତମାନଙ୍କ ସହିତ ମିଶି ବାସ୍ତବିକ ପରିସ୍ଥିତି ଅନୁଧ୍ୟାନ କରିବା ପରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗକୁ ରିପୋର୍ଟ ପ୍ରଦାନ କରିବ ।
ଆୟୋଗର ଅଣ୍ଡର ସେକ୍ରେଟାରୀ ଡ଼ି ଏସ କୁମ୍ଭରେ ଏହି ସମ୍ପର୍କରେ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା ବେଳେ ଆଦିବାସୀଙ୍କ ବାସ୍ତବିକ ପରିସ୍ଥିତିର ଅନୁଧ୍ୟାନ ପାଇଁ କାଉନ୍ସିଲ ଅଫ ଇଣ୍ଡିଆ ଟିମକୁ ସବୁ ପ୍ରକାର ସହଯୋଗ ପାଇଁ ନିବେଦନ କରିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ