ETV Bharat / state

ଭାଇ ସାଜିଲା ଭଗାରୀ, ସାମାନ୍ୟ ବଚସାରୁ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

author img

By

Published : Apr 5, 2023, 10:51 PM IST

ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଅନ୍ତର୍ଗତ ବାରାବାଶ ଗୌଡ଼ଟୋଲି ଅଞ୍ଚଳରେ ଅଭାବନୀୟ ଘଟଣା । ସାମାନ୍ୟ ବଚସାରୁ ନିଶାସକ୍ତ ଅବସ୍ଥାରେ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ । ଅଧିକ ପଢ଼ନ୍ତୁ

brother kills brother in sundargarh
ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ
ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

ରାଉରକେଲା: ଭାଇ ସାଜିଲା ଭାଇର ହତ୍ୟାକାରୀ । ନିଶାଶକ୍ତ ଅବସ୍ଥାରେ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଅନ୍ତର୍ଗତ ବାରାବାଶ ଗୌଡ଼ଟୋଲି ଅଞ୍ଚଳରେ । ସାମାନ୍ୟ ବଚସା ଯୋଗୁଁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ହେଉଛନ୍ତି ୩୦ ବର୍ଷୀୟ ବୁଧରାମ ମାଝୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ବଡ଼ ଭାଇକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ବାରାବାଶ ଗୌଡ଼ଟୋଲି ବସ୍ତି ବାସିନ୍ଦା ୩୦ ବର୍ଷୀୟ ବୁଧରାମ ମାଝୀ ମଙ୍ଗଳବାର ରାତିରେ ଘରେ ଶୋଇଥିଲେ । ରାତି ପ୍ରାୟ ୧୦ଟା ସମୟରେ ବୁଧରାମଙ୍କର ୪୦ ବର୍ଷୀୟ ବଡ଼ଭାଇ ଶିବାଜୀ ମାଝୀ ମଦ ଧରି ଘରକୁ ଆସିଥିଲା ଏବଂ ସାନଭାଇ ବୁଧରାମ ସହିତ ମିଶି ମଦ୍ୟପନ କରିଥିଲା । ଦୁଇଭାଇ ଖୁସିରେ ଏକାଠି ହୋଇ ମଦ ପିଉଥିଲେ। ତେବେ ନିଶା ଆଗରେ କିଏ ନିଜର କିଏ ପର, ନିଜ ରକ୍ତକୁ ଜାଣି ପାରିଲାନି ନିଶାଶକ୍ତ ଭାଇ । ଏହି ସମୟରେ କୌଣସି କଥାକୁ ନେଇ ଭଉୟଙ୍କ ମଧ୍ୟରେ ଭିତରେ ବଚସା ହୋଇଥିଲା । ଏଥିରେ ବଡ଼ ଭାଇ ଶିବାଜୀ ଉତକ୍ଷିପ୍ତ ହୋଇ ଘରେ ଥିବା ଏକ ଶାବଳ ସାହାଯ୍ୟରେ ସାନଭାଇ ବୁଧରାମର ମୁଣ୍ଡରେ ନିର୍ମମ ଭାବରେ ପାହାର ପକେଇଥିଲା । ଲୁହା ଶାବଳରେ ଆକ୍ରମଣ କରିବା ପରେ ବୁଧରାମ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ପାଟିତୁଣ୍ଡ ଶୁଣି ଘର ପାଖରେ ରହୁଥିବା ତାଙ୍କ ଦାଦା ପୁଅ ଭାଇ ପଦ୍ମନ ମାଝୀ ଆସି ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ପଦ୍ମନଙ୍କ ଉପରେ ମଧ୍ୟ ଶିବାଜୀ ଆକ୍ରମଣ କରିଥିଲା । ହେଲେ ସୌଭାଗ୍ୟବଶତଃ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପଦ୍ମନ । ଘଟଣା ସମ୍ପର୍କରେ ସୂଚନା ପାଇ ବିରମିତ୍ରପୁର ଥାନା ଅଧିକାରୀ ମନୋଜ ମଞ୍ଜୁରୀ ନାଏକ ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ଏହି ଘଟଣାରେ ଅଭିଯୁକ୍ତ ବଡ଼ ଭାଇକୁ ଗିରଫ କରି ପଚରାଉଚରା କରୁଛି ପୋଲିସ ।

ଏନେଇ ସମ୍ପର୍କୀୟ କହିଛନ୍ତି, " ପ୍ରାୟ ସମୟରେ ଦୁଇ ଭାଇ ନିଶା ସେବନ କରନ୍ତି ଏବଂ ନିଜ ମଧ୍ୟରେ ପାଟିତୁଣ୍ଡ କରନ୍ତି । କୌଣସି କାରଣରୁ ବଚସା ହେବାରୁ ନିଶାସକ୍ତ ଅବସ୍ଥାରେ ଶିବାଜୀ ତାଙ୍କୁ ହତ୍ୟା କରିଛି ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.