ରାଉରକେଲା: 'ଫନି' ଯୋଗୁଁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଫଳରେ ବିଜୁ ପଟ୍ଟନାୟକ ବିଶ୍ବବିଦ୍ୟାଳୟର ବିଭିନ୍ନ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।
ସରକାର ଲୋକଙ୍କୁ ରିଲିଫ୍ ଦେବା କାର୍ଯ୍ୟରେ ବ୍ୟସ୍ତ ଥିବା ହେତୁ ମେ 8 ତାରିଖରୁ 11 ତାରିଖ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ନେଇ ବିପିୟୁଟି ପକ୍ଷରୁ ନୋଟିସ ଜାରି କରି ସୂଚନା ଦିଆଯାଇଛି ।
ପୁଣି ପରୀକ୍ଷା କେବେ ହେବ ଏନେଇ କୌଣସି ତାରିଖ ସ୍ଥିର ହୋଇନଥିବା ବେଳେ ନୂଆ ତାରିଖ ପରେ ଘୋଷଣା ହେବ ବୋଲି ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ସୂଚନା ଦିଆଯାଇଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ