ETV Bharat / state

ବଣାଇ ବିଧାୟକଙ୍କୁ ଦେଶର ଶ୍ରେଷ୍ଠ ବିଧାୟକ ସମ୍ମାନ, ଛୁଟୁଛି ଶୁଭେଚ୍ଛାର ସୁଅ - ଦେଶର ଶ୍ରେଷ୍ଠ ବିଧାୟକଙ୍କ ତାଲିକାରେ ବଣାଇ ବିଧାୟକ

ଦେଶର ଶ୍ରେଷ୍ଠ ବିଧାୟକଙ୍କ ତାଲିକାରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା । ବଣାଇ ଅଞ୍ଚଳରେ ଦ୍ରୁତ ଉନ୍ନତିକୁ ନେଇ ମିଳିଲା ସମ୍ମାନ । ବିଧାୟକଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଅଧିକ ପଢ଼ନ୍ତୁ

ବଣାଇ ବିଧାୟକଙ୍କୁ ଦେଶର ଶ୍ରେଷ୍ଠ ବିଧାୟକ ସମ୍ମାନ

author img

By

Published : Jun 23, 2023, 5:06 PM IST

Updated : Jun 23, 2023, 5:15 PM IST

ବଣାଇ ବିଧାୟକଙ୍କୁ ଦେଶର ଶ୍ରେଷ୍ଠ ବିଧାୟକ ସମ୍ମାନ

ରାଉରକେଲା: ଦେଶର ଶ୍ରେଷ୍ଠ ବିଧାୟକଙ୍କ ତାଲିକାରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା । ଶ୍ରେଷ୍ଠ ବିଧାୟକ ତାଲିକା ଘୋଷଣା ହେବାପରେ ବଣାଇରେ ଦଳ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା । ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ଛୁଟୁଛି ପ୍ରଶଂସାର ସୁଅ । ବଣାଇ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ଲକ୍ଷ୍ମଣ ମୁଣ୍ଡା ଦେଶରେ ଶ୍ରେଷ୍ଠ ବିଧାୟକ ଭାବେ ବିବେଚିତ । ଦେଶର ୭୫ ଜଣ ଯୋଗ୍ୟ ବିଧାୟକଙ୍କ ତାଲିକାରେ ଓଡିଶାର ୪ ଜଣ ବିଧାୟକ ମନୋନୀତ ହୋଇଥିଲେ । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ମୟୂରଭଞ୍ଜ ଜିଲ୍ଲା ସାରସକାନା ବିଧାୟକ ବୁଦ୍ଧ ମୁର୍ମୁ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଏବଂ ବରୀ ବିଧାୟକା ସୁନନ୍ଦା ଦାଶ ଶ୍ରେଷ୍ଠ ବିଧାୟକ ଭାବରେ ବିବେଚିତ ହୋଇଛନ୍ତି । ଏହିସବୁ ଅଞ୍ଚଳରେ ନିରନ୍ତର କାର୍ଯ୍ୟକଳାପ ପାଇଁ ଜାତୀୟସ୍ତରରେ ଆଜି ପରିଚିତ ହୋଇପାରିଛନ୍ତି ।

ଚଳିତ ମାସ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଜାତୀୟ ବିଧାୟକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ଏମଆଇଟି ବିଶ୍ବ ଶାନ୍ତି ବିଶ୍ବବିଦ୍ୟାଳୟ ସହଯୋଗରେ ଦେଶର ବିଭିନ୍ନ ରାଜ୍ୟର ୭୫ଙ୍କୁ ଶ୍ରେଷ୍ଠ ବିଧାୟକ ଭାବରେ ସମ୍ମାନିତ କରାଯାଇଥିଲା । ଜାତୀୟସ୍ତରର ମନୋନୀତ ତାଲିକାରେ ଓଡିଶାର ବିଭିନ୍ନ ନିର୍ବାଚନମଣ୍ଡଳୀର ୪ ଜଣ ସଦସ୍ୟ ରହିଥିଲେ । ତେବେ ବଣାଇ ବିଧାୟକ ଲକ୍ଷ୍ମଣ‌ ମୁଣ୍ଡା ୧୯୯୨ରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରି ପ୍ରଥମେ ସରପଞ୍ଚ ଓ ପରେ କୋଇଡା ବ୍ଲକ୍ ଚେୟାରମ୍ୟାନ୍ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସିପିଆଇଏମ୍ ଦଳରୁ ୨୦୦୪ରୁ ୨୦୦୯ ଏବଂ ୨୦୧୪ରୁ ଆଜି ପର୍ଯ୍ୟନ୍ତ ବିଧାୟକ ଭାବରେ ନିର୍ବାଚିତ ହୋଇ ଆସୁଛନ୍ତି । ତାଙ୍କ ଅବଧି ମଧ୍ୟରେ ବଣାଇ ନିର୍ବାଚନମଣ୍ଡଳୀର ବିକାଶକୁ ଜାତୀୟସ୍ତରରେ ପ୍ରଶଂସା କରାଯାଇଛି । ସେ ଜାତୀୟ ରାଜପଥ ରାସ୍ତା ନିର୍ମାଣ କିମ୍ବା ବିଭିନ୍ନ ରାଜ୍ୟ ରାଜପଥ ନିର୍ମାଣ ପାଇଁ ଆନ୍ଦୋଳନରେ କ୍ରମାଗତ ଭାବରେ ସଫଳ ହୋଇଛନ୍ତି । ସେହିଭଳି ସେ ବଣାଇ ଜିଲ୍ଲା ଗଠନ, ଏନଏସି ଘୋଷଣା, ଖୁଣ୍ଟଗାଁକୁ ବ୍ଲକ୍ ଘୋଷଣା, ସେଣ୍ଟ୍ରାଲ୍ ସ୍କୁଲ୍, ନବୋଦୟ ସ୍କୁଲ୍, ଶୀତଳ ଭଣ୍ଡାର ଖୋଲିବା, ବଣାଇଗଡ କଲେଜକୁ ସରକାର ଗ୍ରହଣ କରିବା, ବଣାଇ ହସ୍ପିଟାଲ୍ ତିଆରି କରିବା ଭଳି ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରର ଉନ୍ନତି ପାଇଁ ବର୍ତ୍ତମାନ ମଧ୍ୟ ଦାବି କରି ଆସୁଛନ୍ତି ।

ସ୍ବୀକୃତିପ୍ରାପ୍ତ କଲେଜ ଏବଂ ବିଶ୍ବବିଦ୍ୟାଳୟ ଗୁଡ଼ିକ ପାଇଁ ଲାଇବ୍ରେରୀ, ସାଇକେଲ ଷ୍ଟାଣ୍ଡ, ଶ୍ରେଣୀଗୃହ, ଶୌଚାଳୟ କିମ୍ବା ଲାଇବ୍ରେରୀ ଘର ନିର୍ମାଣ, କୋଭିଡ ସମୟରେ ବଣାଇ ଅଞ୍ଚଳରେ ବିପୁଳ ମାସ୍କ ବଣ୍ଟନ, ହଜାର ହଜାର ରୋଗୀ ଏବଂ ସେମାନଙ୍କ ପରିବାରକୁ ଘରୋଇ ଖାଦ୍ୟର ମାଗଣା ବଣ୍ଟନ, ଖାଦ୍ୟ ଓ ପାଣି ବଣ୍ଟନ, ବଣାଇଗଡ କଲେଜରେ ମେଧାବୀ ଛାତ୍ରଛାତ୍ରୀଙ୍କ ନାମଲେଖା, ପରିବହନ ପାଇଁ ରାସ୍ତା ନିର୍ମାଣ, ଯୋଗାଯୋଗ ପାଇଁ ସେତୁ ନିର୍ମାଣ ଓ ଅଞ୍ଚଳରେ ଆଲୋକ ବ୍ୟବସ୍ଥା ପାଇଁ ମଧ୍ୟ ବିଧାୟକଙ୍କୁ ପ୍ରଶଂସା କରାଯାଇଥିଲା । ଅନେକ ଗ୍ରାମ, ବିଭିନ୍ନ ଧାର୍ମିକ ଉପାସନା ଗୃହ, ମନ୍ଦିର ନିର୍ମାଣ ଏବଂ ଉନ୍ନତି, ଅଧିକାଂଶ ଗ୍ରାମରେ ଗୋଷ୍ଠୀକେନ୍ଦ୍ର ଗୃହ ନିର୍ମାଣ, ବିଶେଷକରି ହଜାର ହଜାର ଗରିବ ଏବଂ ସ୍ଥାନୀୟ ଯୁବକଙ୍କୁ ଚାକିରୀ ସୁରକ୍ଷା ଯୋଗାଇବାରେ ସଫଳ ହୋଇଥିଲେ । ଯାହା ଫଳରେ ଦେଶରେ ଆଜି ସେ ଶ୍ରେଷ୍ଠ ବିଧାୟକମାନଙ୍କ ମଧ୍ୟରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି । ସେପଟେ ଏହି ପରିପ୍ରେକ୍ଷୀରେ ଆଜି ବଣାଇସ୍ଥିତ ସିପିଆଇଏମ୍ କାର୍ଯ୍ୟଳୟ ଠାରେ ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଦଳ ପକ୍ଷରୁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବର୍ତ୍ତମାନ ଦେଶର ସର୍ବଶ୍ରେଷ୍ଠ ବିଧାୟକ ତାଲିକାରେ ସ୍ଥାନ ପାଇବା ପରେ ବର୍ତ୍ତମାନ ଲକ୍ଷ୍ମଣଙ୍କ ପାଖକୁ ଛୁଟିଛି ଅଭିନନ୍ଦନର ସୁଅ । ତେବେ ଆଗକୁ ମଧ୍ୟ ଏଭଳି ବଣାଇ ପାଇଁ କାର୍ଯ୍ୟ ଜାରି ରଖିବି ବୋଲି ପ୍ରତିକ୍ରିୟା ଦେଇଛନ୍ତି ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ।

ଇଟିଭି ଭାରତ, ସୁନ୍ଦରଗଡ଼

Last Updated : Jun 23, 2023, 5:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.