ETV Bharat / state

ବଣାଇରେ ନୂତନ କୋର୍ଟ ଉଦଘାଟନ କଲେ ମୁଖ୍ୟ ବିଚାରପତି ଡ. ଏସ୍ ମୁରଲୀଧର - odisha highcourt latest news

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାର ବଣାଇରେ ନୂତନ ଅଦାଲତ ଉଦଘାଟନ କଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍ ମୁରଲୀଧର ।

Chif Justice of odisha HC
ବଣାଇଁରେ ନୂତନ ଅଦାଲତ ଉଦଘାଟନ କଲେ ମୁଖ୍ୟ ବିଚାରପତି ଡ. ଏସ୍ ମୁରଲୀଧର
author img

By

Published : Feb 21, 2021, 9:16 PM IST

ସୁନ୍ଦରଗଡ: ବଣାଇରେ ନୂତନ ଅଦାଲତ ଉଦଘାଟନ କଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାର ବଣାଇରେ ନୂତନ ଅଦାଲତ ଉଦଘାଟନ କଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍ ମୁରଲୀଧର ।

ବଣାଇଁରେ ନୂତନ ଅଦାଲତ ଉଦଘାଟନ କଲେ ମୁଖ୍ୟ ବିଚାରପତି ଡ. ଏସ୍ ମୁରଲୀଧର

ବଣାଇ ଉପଖଣ୍ଡ ସଦର ମହକୁମାରେ ଦୀର୍ଘଦିନରୁ ନିର୍ମାଣ ସରିଥିବା ସିଭିଲ ଅଦାଲତ କୋଠା ଆଜି ଉଦଘାଟିତ ହୋଇଯାଇଛି । ଏହି କୋଠାରେ ଏଣିକି ଉପଖଣ୍ଡ ନ୍ୟାୟାଳୟ , ସେସନ୍ସ କୋର୍ଟ ଏବଂ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତ ଚାଲିବ l ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ନ୍ୟାୟାଳୟ ଓଡ଼ିଶାର ମୁଖ୍ୟ ବିଚାରପତି ଡକ୍ଟର ଏସ୍. ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଉଚ୍ଚ ନ୍ୟାୟାଳୟର ବିଚାରପତି ଦେବବ୍ରତ ଦାଶ ଯୋଗ ଦେଇଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ମହାନ୍ତ , ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ , ପଶ୍ଚିମାଞ୍ଚଳ ଆଇ.ଜି କବିତା ଜଲାନ, ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୂ ପ୍ରମୁଖ ଉପସ୍ଥିତ ରହିଥିଲେ l

ବଣାଇରେ ଏହି କୋର୍ଟ ଚାଲିବା ଫଳରେ ଆଦିବାସୀ ଅଧ୍ୟୁଷିତ ବଣାଇ ଉପଖଣ୍ଡର ସାଧାରଣ ଜନତା ତ୍ଵରିତ ନ୍ୟାୟ ପାଇପାରିବେ ବୋଲି ଡକ୍ଟର ଏସ୍. ମୁରଲୀଧର କହିଛନ୍ତି । ବୁଦ୍ଧିଜୀବି ମହଲ ମଧ୍ୟ ଏହି କୋର୍ଟକୁ ସ୍ଵାଗତ କରିଛି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.