ETV Bharat / state

90ତମ ଶହୀଦ ଦିବସରେ ଇନଫାର ରକ୍ତଦାନ କାର୍ଯ୍ୟକ୍ରମ, 90 ହଜାର ୟୁନିଟ ରକ୍ତ ସଂଗ୍ରହ ଲକ୍ଷ - ଶହୀଦ ଭଗତ ସିଂ , ରାଜଗୁରୁ ଓ ଶୁଖଦେବ

ଶହୀଦ ଭଗତ ସିଂ, ରାଜଗୁରୁ ଓ ଶୁଖଦେବଙ୍କ ବଳିଦାନକୁ ଚିର ସ୍ମରଣୀୟ କରିବା ପାଇଁ ଇନଫା (INFAA)ଆରମ୍ଭ କରିଛି ରକ୍ତଦାନ ଶିବର ଓ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ।ଆସନ୍ତା ମାର୍ଚ୍ଚ 23 ତାରିଖରେ ରାଷ୍ଟ୍ରପତି କେନ୍ଦ୍ରରେ ଓ ରାଜ୍ୟପାଳ ଓଡିଶା ରାଜ୍ୟରେ ଏହାର ଶୁଭ ଉଦ୍ଘାଟନ କରିବେ । ଅଧିକ ପଢନ୍ତୁ...

90ତମ ଶହୀଦ ଦିବସରେ ଇନଫାର ରକ୍ତଦାନ ଓ ସଂଗ୍ରହ କାର୍ଯ୍ୟକ୍ରମ, 90 ହଜାର ୟୁନିଟ ରକ୍ତ ସଂଗ୍ରହ ଲକ୍ଷ

author img

By

Published : Mar 21, 2021, 7:55 AM IST

ସୁନ୍ଦରଗଡ଼: ଆସନ୍ତା 23 ତାରିଖ ସାରା ଦେଶ ପାଇଁ ହେବ ଏକ ସ୍ମରଣୀୟ ଦିବସ । ଶହୀଦ ଭଗତ ସିଂ , ରାଜଗୁରୁ ଓ ଶୁଖଦେବଙ୍କ ବଳିଦାନକୁ ଚିର ସ୍ମରଣୀୟ କରିବା ପାଇଁ ଇନଫା ( Integrated Forum of Artists & Activists(INFAA)ଆରମ୍ଭ କରିଛି ରକ୍ତଦାନ ଶିବର ଓ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ । ସୁନ୍ଦରଗଡ ଜିଲ୍ଲାରେ ଏନେଇ ସେ ସରକାରୀ ମହାବିଦ୍ୟାଳୟ ଓ ରାଉରକେଲା ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟକୁ ରକ୍ତଦାନ ଶିବର ଭାବେ ଚୟନ କରିଛି ।

90ତମ ଶହୀଦ ଦିବସରେ ଇନଫାର ରକ୍ତଦାନ ଓ ସଂଗ୍ରହ କାର୍ଯ୍ୟକ୍ରମ, 90 ହଜାର ୟୁନିଟ ରକ୍ତ ସଂଗ୍ରହ ଲକ୍ଷ

ଗତକାଲି(ଶନିବାର) ଏକ ପ୍ରେସ ମିଟରେ ଇନଫାର ଜିଲ୍ଲା ସଂଯୋଜକ ସୂଚନା ଦେଇଛନ୍ତି । ଆସନ୍ତା ମାର୍ଚ୍ଚ 23 ତାରିଖରେ ରାଷ୍ଟ୍ରପତି କେନ୍ଦ୍ରରେ ଓ ରାଜ୍ୟପାଳ ଓଡିଶା ରାଜ୍ୟରେ ଏହାର ଶୁଭ ଉଦ୍ଘାଟନ କରିବେ । ସାରା ଦେଶରେ ସେ ଦିନ 1500 ଶିବିର ହେବାକୁ ଥିବାବେଳେ 90000 ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ ଏହି ସଂସ୍ଥା ଲକ୍ଷ୍ୟ ରଖିଛି । ତେବେ ସମସ୍ତ ବ୍ୟବସ୍ଥା କୋଭିଡ ନିୟମାନୁସାରେ ହେବ ବୋଲି ସେ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀ ସୁନ୍ଦରଗଡ ସରାକରୀ ମହାବିଦ୍ୟାଳୟରେ ହୋଇଥିବାବେଳେ ଏହି ସମ୍ମିଳନୀରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୋଗଦେଇ କଲେଜ ତରଫରୁ ସମସ୍ତ ସହଯୋଗ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.