ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟନୀ ଉତ୍ସବରେ ଆଦିବାସୀ ବିଧାୟକଙ୍କୁ ଅପମାନ ହୋଇଥିବା ନେଇ ଅଭିଯୋଗ ଆଣିଛି ବିଜେପି ( insult to mla during Stadium inauguration )। ବିଜେପି ବିଧାୟକଙ୍କୁ ଅପମାନ କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର ଆଦିବାସୀ ନେତା ଶଙ୍କର ଓରାମ । ବିଜେପି ଜିଲ୍ଲା କାର୍ଯାଳୟ ସେକ୍ଟର 3 ପରିସରରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ କରି କିଭଳି ବିଜେପି ଦଳର ତିନି ବିଧାୟକଙ୍କୁ ଅପମାନିତ କରିଛନ୍ତି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ଗତକାଲି(ଗୁରୁବାର) ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ତଳସରା ବିଧାୟକ ଭବାନୀ ଭୋଇ ଓ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଉଦଘାଟନୀ ଉତ୍ସବରେ ନିମନ୍ତ୍ରଣ କରିଥିଲେ । ରାଜ୍ୟ ସରକାର ଆଦିବାସୀ ବିଧାୟକଙ୍କୁ ଅପମାନ କରିଛନ୍ତି। ଅପମାନ ଉପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କଠୋର ସମାଲୋଚନା କରିଛନ୍ତି ବିଜେପି ବିଧାୟକ ଶଙ୍କର ଓରାମ । ହକି ଷ୍ଟାଡିୟମ ଉଦଘାଟନୀ ଉତ୍ସବକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ଅବସରରେ ଜିଲ୍ଲାପାଳଙ୍କ ନିମନ୍ତ୍ରଣ କ୍ରମେ ବିଜେପିର ତିନି ଆଦିବାସୀ ବିଧାୟକ ଶଙ୍କର ଓରାମ, ଭବାନୀ ଭୋଇ, ଓ କୁସୁମ ଟେଟେ, ଯୋଗ ଦେବାପାଇଁ ଯାଇଥିଲେ କିନ୍ତୁ ଦୁଃଖ ଓ ପରିତାପର ବିଷୟ କି ସମସ୍ତ ୩ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ସ୍ଥାନ ଦିଆଯାଇ ନ ଥିଲା । ସେମାନଙ୍କୁ ସାଧାରଣ ଗ୍ୟାଲେରୀରେ ବସିବା ପାଇଁ କୁହାଯାଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ।
ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିବା ବୀରମିତ୍ରପୁର ବିଧାୟକ ମଧ୍ୟ ଷ୍ଟାଡିୟମ ବାହାରେ ରହିଥିଲେ । DMF ଫଣ୍ଡରୁ ନିର୍ମାଣ ହୋଇଥିବା ଏହି ଷ୍ଟାଡିୟମରେ କୌଣସି DMF ଫଳକ ଲାଗି ନ ଥିଲା । ବହୁ ପୂର୍ବରୁ ସାଂସଦ ଜୁଏଲ ଓରାମ ଓ ସମସ୍ତ ୩ ବିଧାୟକ ଏବଂ ଭାରତୀୟ ଜନତା ପାର୍ଟି ତରଫରୁ ଫଳକ ଲଗେଇବା ପାଇଁ ବାରମ୍ବାର କୁହାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । ଉଦଘାଟନୀ ସମୟରେ ମଧ୍ୟ ଏହି ଫଳକ ଲାଗି ପାରିଲା ନାହିଁ । ଏପରିକି ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ନାମ ମଧ୍ୟ୍ୟ ଫଳକରେ ସ୍ଥାନ ପାଇନଥିବା କଥା କହିଛନ୍ତି ବିଧାୟକ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂର ଦୃଷ୍ଟି ଓ ଆଗ୍ରହ କ୍ରମେ ଗଠିତ DMF(District Mineral Foundation Fund)ରୁ ନିର୍ମାଣ ହୋଇଥିବା ଏହି ହକି ଷ୍ଟାଡିୟମ ଓ ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ବି ଫୋଟ ଲାଗିଲା ନାହିଁ । ହକି ବିଶ୍ବ କପ ଓଡ଼ିଶା ତଥା ଭାରତର ଗୌରବ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଜାଣିଶୁଣି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇ ନାହାନ୍ତି । ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥଲେ ମଧ୍ୟ ଏବଂ ଆଦିବାସୀ ସାଂସଦ ଓ ବିଧାୟକମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ଜିଲ୍ଲାବାସୀ ଏହାର ଉପଯୁକ୍ତ ଜବାବ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀ କରି ଉପସ୍ଥିତ ୩ ବିଧାୟକ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ସୁନ୍ଦରଗଡ