ETV Bharat / state

ପୋଲିସ-ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ, ରାଉରକେଲାର ବିଭିନ୍ନ ଥାନାରେ ବିଜେପିର ଏତଲା

author img

By

Published : Mar 4, 2023, 11:11 AM IST

Updated : Mar 4, 2023, 12:23 PM IST

ଲୋୟର ପିଏମଜିରେ ପୋଲିସ-ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ ଘଟଣା । ରାଉରକେଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ସହ ଥାନାରେ ଏତଲା । ଅଧିକ ପଢନ୍ତୁ

ରାଉରକେଲାର ବିଭିନ୍ନ ଥାନାରେ ବିଜେପିର ଏତଲା
ରାଉରକେଲାର ବିଭିନ୍ନ ଥାନାରେ ବିଜେପିର ଏତଲା
ରାଉରକେଲାର ବିଭିନ୍ନ ଥାନାରେ ବିଜେପିର ଏତଲା

ରାଉରକେଲା: ଲୋୟର ପିଏମଜିରେ ଘଟିଥିବା ପୋଲିସ ଓ ବିଜେପି ଯୁବମୋର୍ଚ୍ଚା ଘଟଣାରେ ରାଜ୍ୟ ରାଜନୀତି ସରଗରମ ରହିଛି । ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ପୋଲିସର ଅମାନୁଷିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ଜାରି ରହିଛି । ଏହି କ୍ରମରେ ରାଉରକେଲାରେ ବିକ୍ଷୋଭ କରାଯାଉଥିବା ବେଳେ ଗତକାଲି(ଶୁକ୍ରବାର) ବିଜେପି ପକ୍ଷରୁ ରାଜ୍ୟ ପୋଲିସ ବିଭାଗ ଡିଜି, ପୋଲିସ କମିଶନର ଏବଂ ଏସିପିଙ୍କ ବିରୋଧରେ ଏତଲା ଦାୟର କରାଯାଇଛି ।

ଶୁକ୍ରବାର ସାରା ରାଉରକେଲା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଉଦିତନଗର ଥାନା, ଝିରପାଣି ଥାନା, ପ୍ଲାଣ୍ଟ ସାଇଡ ଥାନା, ଛେଣ୍ଡ ଥାନା, ରଘୁନାଥପାଲ୍ଲୀ ଥାନା, ବ୍ରାହ୍ମଣୀତରଙ୍ଗ ଥାନାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ସମସ୍ତ ଥାନାରେ ଏତଲା ଦିଆଯାଇଛି ।

କିଛିଦିନ ତଳେ ଭୁବନେଶ୍ୱର ଲୋୟର ପିଏମଜିରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ହୋଇଥିବା ପ୍ରତିବାଦ ସମୟରେ ଘଟଣା ସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଘଟଣା ସ୍ଥଳରେ ଖଣ୍ଡଯୁଦ୍ଧ ହେଲା ଭଳି ସ୍ଥିତି ଉପୁଜିଥିଲା । ତେବେ ଏହି ଘଟଣାରେ ୨୨ଜଣ ବିଜେପି କର୍ମୀ ଗିରଫ ହୋଇଥିବା ବେଳେ ଏହାର ପ୍ରତିବାଦରେ ଶୁକ୍ରବାର ରାଉରକେଲା ବିଜେପି ପକ୍ଷରୁ ବିକ୍ଷୋଭ କରି ଥାନାରେ ଏତଲା ଦିଆଯାଇଛି ।

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଭର୍ସନା କରିଛି ରାଉରକେଲା ନିର୍ବାଚନ ମଣ୍ଡଳୀ ବିଜେପି । ଏନେଇ ରାଉରକେଲା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ କୁହାଯାଇଛି ଯେ," ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡକୁ ମାସେ ବିତିଯାଇଥିଲେ ମଧ୍ୟ କୌଣସି ପ୍ରକାର ଆଖି ଦୃଶିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ । କି ଆଜି ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥାଇ ମଧ୍ୟ ଆଜିଯାଏଁ କୌଣସି ପ୍ରତିକ୍ରିୟା ଦେଲେ ନାହିଁ କି ଘଟଣାର ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଏହାକୁ ନେଇ ବିଜେପି ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇ ଲୋୟାର ପିଏମଜିରେ ବିକ୍ଷୋଭ କରାଯାଇଥିଲା ।

ତେବେ ବିକ୍ଷୋଭ ସମୟରେ ଉତ୍ତେଜନା ମୂଳକ ସ୍ଥିତି ଉପୁଜିଥିଲା କିନ୍ତୁ ପୋଲିସ ସେଠାରେ ଘଟଣାକୁ ଆୟତ୍ତ କରିବା ବଦଳରେ ସମସ୍ତ ବିଜେପି କର୍ମୀଙ୍କୁ ଏଭଳି ଅମାନୁଷିକ ଭାବେ ପିଟିବା ସହ ବିନା କାରଣରେ ୨୨ଜଣଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ମିଛ ଦଫା ଲଗାଯାଇଛି । ଏହାର ପ୍ରତିବାଦରେ ରାଉରକେଲା ନିର୍ବାଚନ ମଣ୍ଡଳୀର ସମସ୍ତ ଥାନାରେ ବିକ୍ଷୋଭ ପ୍ରଦର୍ଶନ କରି ପୋଲିସ ଡିଜି, ପୋଲିସ କମିଶନର ଏବଂ ଏସିପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ଏତଲା ଦାୟର କରାଯାଇଛି ।"

ଇଟିଭି ଭାରତ, ରାଉରକେଲା

Last Updated : Mar 4, 2023, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.