ETV Bharat / state

ବିଜେଡି ଆଇନଜୀବି ସାମ୍ମୁଖ୍ୟର ଦାବି, ସ୍କୁଲ ଫି ଛାଡ ସ୍ଲାବ ନିୟମକୁ ଲାଗୁ କରୁ ଘରୋଇ ଶିକ୍ଷାନୁଷ୍ଠାନ - sundargarh advocates

ଜିଲ୍ଲାର ସମସ୍ତ ଘରୋଇ ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ମାନଙ୍କର ସ୍ୱେଚ୍ଛାଚାରିତା ଓ ଏକଛତ୍ରବାଦ ନୀତିକୁ କେନ୍ଦ୍ର କରି ସୁନ୍ଦରଗଡ଼ ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ଗର୍ଜିଛି । ଅଧିକ ପଢନ୍ତୁ...

ଘରୋଇ ଶିକ୍ଷାନୁଷ୍ଠାନ ସ୍କୁଲ ଫି ଛାଡ଼ ସ୍ଲାବ ନିୟମକୁ ଲାଗୁ କରିବାକୁ ବିଜେଡି ଆଇନଜୀବି ସାମ୍ମୁଖ୍ୟ ଦାବି

author img

By

Published : Mar 2, 2021, 12:42 PM IST

ସୁନ୍ଦରଗଡ: ଜିଲ୍ଲାରେ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ମନଇଚ୍ଛା ସ୍କୁଲ ଫି ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନଙ୍କୁ ଶୋଷଣ କରୁଥିବା କଥା ବିଜୁ ଜନତା ଦଳ ଆଇନଜୀବୀ ସାମ୍ମୁଖ୍ୟ ଅଭିଯୋଗ କରିଛି । ଏନେଇ ସୋମବାର ଆଇନଜୀବୀ ସାମ୍ମୁଖ୍ୟ ସମସ୍ତ ପ୍ରମାଣ ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାସହ ନିୟମ ଉଲଙ୍ଘନ କାରୀ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କର ଏନଓସି (NOC) ବାତିଲ କରିବାକୁ ଦାବି କରିଛି। ଶିକ୍ଷାନୁଷ୍ଠାନ ଗୁଡିକ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶା ଓ ରାଜ୍ୟ ସରକାର ଓଡିଶାଙ୍କ ସ୍କୁଲ ଫି କୋହଳ ନିୟମକୁ ଖୁଲମଖୁଲା ଉଲଙ୍ଘନ କରି ଚାଲିଥିବା କଥା ଏହି ସାମ୍ମୁଖ୍ୟ ଅଭିଯୋଗ କରିଛି।

ଉଚ୍ଚ ନ୍ୟାୟାଳୟ ଗତ ଜାନୁଆରୀ ମାସ ୭ ତାରିଖରେ 3ଟି ପୃଥକ ପୃଥକ ଆବେଦନର ଶୁଣାଣି କରି ୧0 ତାରିଖରେ ଏହାର ରାୟ ପ୍ରକାଶ କରିଥିଲେ । ଏହି ରାୟରେ ଉଚ୍ଚ ନ୍ୟାୟାଳୟ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକର ସ୍କୁଲ ଫି କୋହଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଗତ ଜାନୁଆରୀ ୧୯ରେ ପତ୍ର ସଂଖ୍ୟା ନମ୍ବର 1337 / 19/01/2020 ଜରିଆରେ ସ୍କୁଲ ଫି କୁ ୭ଟି ସ୍ଲାବରେ ଭାଗ କରି କୋହଳ କରିବାକୁ ସମସ୍ତ ଘରୋଇ ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବାର ଆଜିକୁ ଏକ ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଜିଲ୍ଲାର ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ସ୍କୁଲ ଫି ସ୍ଲାବକୁ ଲାଗୁ କରାଯାଇନାହିଁ ବୋଲି ଆଇନଜୀବୀ ସାମ୍ମୁଖ୍ୟ କହିଛି ।

ଆଇନଜୀବୀ ସାମ୍ମୁଖ୍ୟର ଆବାହକ ଅଶୋକ କୁମାର ସ୍ୱାଇଁ, ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ସଭାପତି ଓ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ ପ୍ରମୁଖ ସଂପୃକ୍ତ ବିଦ୍ୟାଳୟ ଗୁଡିକ ଉପରେ କାର୍ଯାନୁଷ୍ଠାନ ଦାବି କରି ସମସ୍ତ ପ୍ରମାଣ ସମ୍ବଳିତ ତଥ୍ୟ ଜିଲ୍ଲାପାଳଙ୍କୁ ଦେଇଛନ୍ତି ।

ଦାବିପତ୍ରରେ ଉଲ୍ଲେଖ ଥିବା ଦାବି ଗୁଡିକ ହେଲା:-

1- ସୁନ୍ଦରଗଡ଼ର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ କଡା ଉଚ୍ଚ ନ୍ୟାୟାଳୟ ଓ ରାଜ୍ୟ ସରକାରଙ୍କ ସ୍କୁଲ ଫି ଛାଡ଼ ସ୍ଲାବ ନିୟମକୁ ଲାଗୁ କରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଉ ।

2 - ଯେଉଁ ଶିକ୍ଷାଅନୁଷ୍ଠାନ ଗୁଡିକ ଅଭିଭାବକ ମାନଙ୍କ ଠାରୁ ବର୍ଷକର ସମ୍ପୂର୍ଣ ଫି ନେଇଯାଇଛନ୍ତି ସେମାନଙ୍କୁ ସେମାନଙ୍କ ସ୍ଲାବ ଅନୁଯାୟୀ ଅଧିକା (ବଳକା)ଫି କୁ ଫେରସ୍ତ କରାଯାଉ ।

3- ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନରେ କେନ୍ଦ୍ର ସରକାରଙ୍କ ସିଙ୍ଗଲ ଗାର୍ଲ ଚାଇଲଡ ନିୟମକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଉ ।

4- ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ନର୍ସରୀ ରୁ ଆରମ୍ଭ କରି ମ୍ୟାଟ୍ରିକ ପର୍ଯ୍ୟନ୍ତ ଗୋଟିଏ ଡ୍ରେସ କୋଡ଼ କରାଯାଉ।

5-ଯେଉଁ ଶିକ୍ଷାନୁଷ୍ଠାନ ଗୁଡିକ ସରକାରଙ୍କ ନିୟମକୁ ମାନୁ ନାହାଁନ୍ତି ସେହି ସବୁ ଶିକ୍ଷାନୁଷ୍ଠାନ ଗୁଡିକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କ ଏନଓସି (NOC) କୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.