ETV Bharat / state

ଧରାପଡିଲେ ନକଲି ମାଓବାଦୀ, ମାଗୁଥିଲେ ଚାନ୍ଦା

ବିଶ୍ରା ପୋଲିସ 3 ହାତରେ ନକଲି ମାଓବାଦୀ । ମାଓବାଦୀ ନାମରେ ଠିକାଦାରଙ୍କୁ ମାଗୁଥିଲେ ଚାନ୍ଦା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Mar 17, 2019, 9:29 AM IST

ରାଉରକେଲା: ମାଓବାଦୀ ନାମରେ ଠିକାଦାରଙ୍କୁ ଚାନ୍ଦା ମାଗିବା ଅଭିଯୋଗରେ 3 ଅଭିଯୁକ୍ତ ଗିରଫ । ଠିକାଦାରଙ୍କ ଅଭିଯୋଗ କ୍ରମେ ଏମାନଙ୍କୁ ଗିରଫ କରିଛି ବିଶ୍ରା ପୋଲିସ । ଗିରଫ ଅଭିଯୁକ୍ତମାନେ ବିଶ୍ରା ଥାନା ଅଞ୍ଚଳର ଅଜୟ ମୁଣ୍ଡା, ବିରବଲ ଲୋହାର ଓ ମାଙ୍ଗା ଓରାମ। ।

ଏମାନଙ୍କ ନିକଟରୁ 3ଟି ଦେଶୀ ବନ୍ଧୁକ ସହ ମୋବାଇଲ ଜବତ କରିଛି ପୋଲିସ । ଗତ 13 ତାରିଖରେ ଏହି ଅଭିଯୁକ୍ତମାନେ ବିଶ୍ରା ବ୍ଲକର ରାମଲୋଇ ଆରଡି ରୋଡ୍ କାମ ଚାଲିଥିବାବେଳେ ରାସ୍ତା କାମରେ ସମ୍ପୃକ୍ତ ଥିବା ଠିକାଦାରଙ୍କୁ ମାଓବାଦୀ ନାମରେ 5 ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲେ । ଏ ନେଇ ଠିକାଦାର ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସେମାନଙ୍କୁ ଗିରଫ କରିଛି । ଏହି ଅଭିଯୁକ୍ତ ମାନେ ପୂର୍ବରୁ ମାଓ ସଂଗଠନରେ ସମ୍ପୃକ୍ତ ଥିବା ଜଣାପଡିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.