ETV Bharat / state

ପାକିସ୍ତାନ ଜେଲରୁ ମୁକୁଳି ଦୀର୍ଘ 25 ବର୍ଷ ପରେ ଗାଁ ମାଟିକୁ ଫେରିଲେ ବିର୍ଜୁ କୁଲୁ

author img

By

Published : Nov 14, 2020, 7:26 AM IST

ଜନ୍ମମାଟି ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି ବିର୍ଜୁ କୁଲୁ। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୨୫ ବର୍ଷ ପାକିସ୍ତାନ ଜେଲରେ ବିତାଇବା ପରେ ନିଜ ଘର ପରିବାର ପାଖକୁ ଫେରିଛନ୍ତି । ବିର୍ଜୁ ଆଜି ଫେରିବା ପରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଅଧିକ ପଢ଼ନ୍ତୁ...

ପାକିସ୍ତାନ ଜେଲରୁ ମୁକୁଳି 25 ବର୍ଷ ପରେ ନିଜ ଗାଁ ମାଟିକୁ ଫେରିଲେ ବିର୍ଜୁ କୁଲୁ

ସୁନ୍ଦରଗଡ: ଜନ୍ମମାଟି ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି ବିର୍ଜୁ କୁଲୁ। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୨୫ ବର୍ଷ ପାକିସ୍ତାନ ଜେଲରେ ବିତାଇବା ପରେ ନିଜ ଘର ପରିବାର ପାଖକୁ ଫେରିଛନ୍ତି। ବିର୍ଜୁ ଆଜି ଫେରିବା ପରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ସୁନ୍ଦରଗଡ଼ର କୁତ୍ରା ବ୍ଲକ ଅଫିସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି। ବର୍ତ୍ତମାନ ବିର୍ଜୁଙ୍କ ଯେଭଳି କୌଣସି ଅସୁବିଧା ହେବନାହିଁ ସେନେଇ ଦୃଷ୍ଟି ଦିଆଯିବ ବୋଲି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ।

ବିର୍ଜୁ ନିଜ ଗାଁକୁ ଫେରିବା ପରେ ତାଙ୍କୁ ରାସନକାର୍ଡ ଓ ଘର ଯୋଗାଇ ଦିଆଯିବ ବୋଲି କୁତ୍ରା ବ୍ଲକ ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ବିର୍ଜୁଙ୍କ ମାନସିକ ଅବସ୍ଥା ଭଲ ନାହିଁ। ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଡାକ୍ତର ଟିମର ବ୍ୟବସ୍ଥା କରାଯାଇଛି। କିଛିଦିନ ମଧ୍ୟରେ ବୁର୍ଲା ମେଡିକାଲ ତାଙ୍କର ଚିକିତ୍ସା କରାଯିବା ନେଇ ସୂଚନା ମିଳିଛି।

ଅନ୍ୟପଟେ ବିର୍ଜୁଙ୍କ ଘର ବାହୁଡ଼ା ନେଇ ତାଙ୍କ ପରିବାର ଲୋକ ବେଶ୍‌ ଖୁସି ଅଛନ୍ତି । ପିଲାଟି ଦିନରୁ ବିର୍ଜୁଙ୍କ ମାନସିକ ଅବସ୍ଥା ଭଲ ନଥିଲା। ୨୫ ବର୍ଷ ବୟସରେ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ତା’ପରେ ଭୁଲ୍‌ ବଶତଃ କେତେବେଳେ ସୀମା ପାର୍ ହୋଇ ପହଞ୍ଚି ଯାଇଥିଲେ ପାକିସ୍ତାନରେ । ସେଠାରେ ତାଙ୍କୁ ଗୁପ୍ତଚର ସନ୍ଦେହ କରି ପାକିସ୍ତାନ ସୈନ୍ୟ ତାଙ୍କୁ ଧରି ଜେଲ ପଠାଇ ଦେଇଥିଲେ।

ଦୀର୍ଘ ଦିନ ଧରି ବିର୍ଜୁ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ, ହେଲେ କିଛି ଲାଭ ହୋଇନଥିଲା । ଗୋଟିଏ ବୋଲି ପୁଅର ଫେରିବା ବାଟକୁ ଚାହିଁ ଚାହିଁ ବାପା-ମା' ଆପରପାରିକୁ ଚାଲିଗଲେ। ଏହାରି ଭିତରେ ପରିବାର ଲୋକେ ତାଙ୍କୁ ମୃତ ମାନି ନେଇଥିଲେ। କିନ୍ତୁ କୌଣସି ଏକ ସିନେମାର କାହାଣୀ ପରି ବିର୍ଜୁ ୨୫ ବର୍ଷ ପରେ ଗାଁ ମାଟିକୁ ଫେରୁଥିବା ଖବର ଆସି ପହଞ୍ଚିଥିଲା। ଜେଲରୁ ମୁକୁଳି ଅମୃତସରରେ ଏକ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବିର୍ଜୁ।

ଅମୃତସରରୁ ବିର୍ଜୁଙ୍କୁ ଆଣିବା ବ୍ୟବସ୍ଥା କରିଥିଲା ସୁନ୍ଦରଗଡ଼ ପ୍ରଶାସନ। ତାଙ୍କୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁତ୍ରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମଦନ ସିଂଙ୍କୁ ନିଯୁକ୍ତ କରାଯାଇଥିଲା। ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ତାଙ୍କୁ ଅମୃତସର ଅଣା ଯାଇଥିଲା।

ସୁନ୍ଦରଗଡ଼ରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.