ETV Bharat / state

ସୁନ୍ଦରଗଡରେ ବିଜୁ ଯୁବ ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ - Biju Youth Student Leadership

ସୁନ୍ଦରଗଡ ଜିଲ୍ଲା ସିଭିକ୍ ସେଣ୍ଟର ପରିସରରେ ବିଜୁ ଜନତା ଦଳର ବିଜୁ ଯୁବ ଛାତ୍ର ନେତୃତ୍ବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ଆଗାମୀ 15 ଦିନ ଧରି ପଶ୍ଚିମ ଓଡିଶାରେ ଚାଲିବ ବୋଲି ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ କହିଛନ୍ତି ।

ବିଜୁ ଜନତା ଦଳର ବିଜୁ ଯୁବ ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ

author img

By

Published : Jan 11, 2021, 8:23 AM IST

Updated : Jan 11, 2021, 8:43 AM IST

ରାଉରକେଲା: ଗତକାଲି(ରବିବାର) ସୁନ୍ଦରଗଡ ଜିଲ୍ଲା ସିଭିକ୍ ସେଣ୍ଟର ପରିସରରେ ବିଜୁ ଜନତା ଦଳର ବିଜୁ ଯୁବ ଛାତ୍ର ନେତୃତ୍ବ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଆଗାମୀ ସାଧାରଣ ନିର୍ବାଚନ 2024 ଓ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରି ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରି ଗଢି ତୋଳିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ କରାଯାଇଛି ।

ବିଜୁ ଜନତା ଦଳର ବିଜୁ ଯୁବ ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦବୀରେ ଆଣିବା ନେଇ ଏହି ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିବା କଥା ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ କହିଛନ୍ତି । ଏହି ପର୍ବ ପୂର୍ବରୁ ହେବାକୁ ଥିଲା ବେଳେ କୋଭିଡର ପ୍ରଭାବ,ଲକଡାଉନ୍ ଓ ସଟ୍ ଡାଉନ ଯୋଗୁଁ ଏହା ଗତକାଲି ସୁନ୍ଦରଗଡରେ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହା ଦେବଗଡ ଜିଲ୍ଲାରୁ ଆରମ୍ଭ ହୋଇ ଗତ ରବିବାର ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଓ ସୁନ୍ଦରଗଡରେ କରାଯାଇଛି ।

ଏହି ସମ୍ମିଳନୀ ଆଗାମୀ 15 ଦିନ ଧରି ପଶ୍ଚିମ ଓଡିଶାରେ ଚାଲିବ ବୋଲି ସେ କହିଛନ୍ତି । ତେବେ ଏହି ସମ୍ମିଳନୀରେ ସାରଦା ପ୍ରସାଦ ନାୟକ, ବ୍ୟୋମକେଶ ରାୟ, ବିଜୁ ଜନତା ଦଳ ରାଜ୍ୟ ଉପ ସଭାପତି ମଙ୍ଗଳା କିଶାନ ପ୍ରମୁଖ ଯୋଗ ଦେଇ ରଣନୀତି ପ୍ରସ୍ତୁତି କରିଥିଲେ ।

ରାଉରକେଲାରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Jan 11, 2021, 8:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.