ETV Bharat / state

Forest Conservation Act-1980: ଆଇନ ବିରୋଧରେ ବିଶାଳ ପ୍ରତିବାଦ ରାଲି

author img

By

Published : Nov 25, 2021, 10:24 PM IST

କେନ୍ଦ୍ରସରକାରଙ୍କ ଜଙ୍ଗଲ ସଂରକ୍ଷଣ ଆଇନ୍- ୧୯୮୦ର ସଂଶୋଧନ ପ୍ରସ୍ତାବ ବିରୋଧରେ ଆଠକୋଷିଆ ଆଦିବାସୀ ଲୋକ ସଂଗଠନ ଓ ହେମଗିର ପ୍ରାକୃତିକ ସମ୍ପଦ ସୁରକ୍ଷା ମଞ୍ଚର ବିଶାଳ ପ୍ରତିବାଦ ରାଲି । ଅଧିକ ପଢନ୍ତୁ

Forest Conservation Act-1980: ଆଇନ ବିରୋଧରେ ବିଶାଳ ପ୍ରତିବାଦ ରାଲି
Forest Conservation Act-1980: ଆଇନ ବିରୋଧରେ ବିଶାଳ ପ୍ରତିବାଦ ରାଲି

ସୁନ୍ଦରଗଡ: ନେରେନ୍ଦ୍ର ମୋଦିଙ୍କ ‘ଆଚ୍ଛେ ଦିନ ଆଏଙ୍ଗେ’ର ନଗ୍ନ ଚିତ୍ର ଏବେ ଦାଣ୍ଡରେ ଗଡୁଛି । ଆଚ୍ଛେ ଦିନ ପରିବର୍ତ୍ତେ ସାରା ଦେଶରେ ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି ଲୋକେ । ତା’ସାଙ୍ଗକୁ ବିଭିନ୍ନ ଆଇନର ପରିବର୍ତ୍ତନ ଲୋକଙ୍କୁ ତାଙ୍କ ଶାସନ ପ୍ରତି ବିତୃଷ୍ଣ କରିବାରେ ଲାଗିଛି ।

ଏହାକୁ ନେଇ ବିଭିନ୍ନ ସଂଗଠନ କେନ୍ଦ୍ର ଶାସନ ବ୍ୟବସ୍ଥା ଓ ପ୍ରତ୍ୟକ୍ଷ ଭାବେ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରି ଗୋଟିକ ପରେ ଗୋଟିଏ ବିକ୍ଷୋଭ କରିଚାଲିଛନ୍ତି । ଗତ ଦିନରେ ନରେନ୍ଦ୍ର ମୋଦିଙ୍କ ସୂଚନା ଅଧିକାର ଆଇନରେ ପରିବର୍ତ୍ତନ ଅସନ୍ତୋଷ, କୃଷି ଆଇନ ପ୍ରଣୟନ ପ୍ରଭାବରେ ଶତାଧିକ କୃଷକଙ୍କ ମୃତ୍ୟୁ ଅସନ୍ତୋଷ ଏବେ ଜଙ୍ଗଲ ଆଇନ-୧୯୮୦କୁ ନେଇ ଆଦିବାସୀଙ୍କ ଅସନ୍ତୋଷ ତେଜିବାରେ ଲାଗିଛି ।

ଆଜି(ଗୁରୁବାର) ଏହି ପ୍ରସ୍ତାବ ବିରୁଦ୍ଧରେ ରାଜ୍ୟବ୍ୟାପି ଆଦିବାସୀଙ୍କ ଗଣ ବିକ୍ଷୋଭ ଓ ପ୍ରତିବାଦ ଚାଲିଥିବାବେଳେ ସୁନ୍ଦରଗଡରେ ମଧ୍ୟ ଏହି ପ୍ରତିବାଦ ଜୋର ଧରିଛି । ନରେନ୍ଦ୍ର ମୋଦିଙ୍କ ଏହି ପ୍ରସ୍ତାବକୁ ରଦ୍ଦ କରିବା ନେଇ ଆଦିବାସୀମାନେ ଏନକେକେ (NKK) ନିକଟରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେବା ସହ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଦଶ ଦିନ ମଧ୍ୟରେ ଆଦିବାସୀଙ୍କୁ ଏହି ପ୍ରସ୍ତାବ ଉପରେ ସମ୍ପୂର୍ଣ୍ଣ ଅବଗତ କରାନଗଲେ ଏମାନଙ୍କ ଆନ୍ଦୋଳନ ଜୋରଦାର ହେବ ଓ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ କେନ୍ଦ୍ର ସରକାର ଦାୟୀ ରହିବେ ବୋଲି ଆଦିବାସୀମାନେ ଚେତାବନୀ ଦେଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.