ETV Bharat / state

ଜମି ଦୁର୍ନୀତି ଅଭିଯୋଗ, ଧାରଣାରେ ହିତାଧିକାରୀ - ଜମି ଦୁର୍ନିତୀ ଅଭିଯୋଗ

ସୁନ୍ଦରଗଡ ଜିଲ୍ଲା ସଦର ତହସିଲ ଓ ସବଡେଗା ତହସିଲରେ ବ୍ୟାପକ ଜମି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଧାରଣାରେ ହିତାଧିକାରୀ
ଧାରଣାରେ ହିତାଧିକାରୀ
author img

By

Published : Mar 17, 2021, 1:49 PM IST

ସୁନ୍ଦରଗଡ: ହିତାଧିକାରୀଙ୍କ ଜମି ହଡପ । ଜିଲ୍ଲା ସଦର ତହସିଲ ଓ ସବଡେଗା ତହସିଲରେ ବ୍ୟାପକ ଜମି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଛନ୍ତି ହିତାଧିକାରୀ ।

ଧାରଣାରେ ହିତାଧିକାରୀ

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ଜଙ୍ଗଲ ଜମି ପଟ୍ଟା ପାଇଥିବା ସମସ୍ତ ହିତାଧିକାରୀଙ୍କ ଜମିକୁ ହଡପ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏ ଅଭିଯୋଗ ଆଣିଛନ୍ତି ଭୋଜପୁର , ଜଗତଗଡ , ସୁବଳିୟା , କଲେଜରୋଡ ( ସଦର ) ଅଞ୍ଚଳର ହିତାଧିକାରୀମାନେ । ଏନେଇ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକ୍ରୋଷ୍ଠରେ ଅଭିଯୋଗ କରିଛନ୍ତି । ହିତାଧିକାରୀମାନେ କେତେକ ସମାଜସେବୀଙ୍କ ସାହାଯ୍ୟ ମଧ୍ୟ ନେଇଛନ୍ତି ।

ସେମାନଙ୍କର ସମସ୍ୟାର ସମାଧାନ ନ ହେବା ଯାଏଁ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଭଳି ଭାବେ ବସି ରହିବେ ବୋଲି କହିଛନ୍ତି । ଅପରପକ୍ଷେ ଜିଲ୍ଲାପାଳଙ୍କ ପ୍ରତିନିଧି ତଥା ସୁନ୍ଦରଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିବା ପରେ ସଂପୃକ୍ତ ତହସିଲଦାରମାନଙ୍କୁ ସୂଚିତ କରିଥିବା କଥା କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.