ETV Bharat / state

ଭୁଶୁଡିଲା ବ୍ୟାଙ୍କ ଅଫ ବରୋଦାର ପରିତ୍ୟକ୍ତ କୋଠା

ଭୁଶୁଡି ପଡିଲା ବ୍ୟାଙ୍କ ଅଫ ବରୋଦାର ପରିତ୍ୟକ୍ତ କୋଠା । ଘଟଣାସ୍ଥଳରେର ଅଗ୍ନିଶମ ବାହିନୀ ଏବଂ କ୍ରେନ ନିୟୋଜିତ । ଅଧିକ ପଢନ୍ତୁ...

author img

By

Published : May 26, 2021, 7:01 AM IST

ଭୁଶୁଡିଲା ବ୍ୟାଙ୍କ ଅଫ ବରୋଦାର ପରିତ୍ୟକ୍ତ କୋଠା
ଭୁଶୁଡିଲା ବ୍ୟାଙ୍କ ଅଫ ବରୋଦାର ପରିତ୍ୟକ୍ତ କୋଠା

ସୁନ୍ଦରଗଡ:ଭୁଶୁଡି ପଡିଲା ବ୍ୟାଙ୍କ ଅଫ ବରୋଦାର ପରିତ୍ୟକ୍ତ ତିନି ମହଲା କୋଠା । ମୃତାହାତ ନେଇ କୌଣସି ସୂଚନା ମିଳିପାରି ନାହିଁ । ଏହି ପରିତ୍ୟକ୍ତ କୋଠାରେ କେହି ରହୁ ନ ଥିଲେ ମଧ୍ୟ ଭୁଶୁଡିବା ସମୟରେ କାଳେ କେହି ଚାପିହୋଇ ରହିଥିବେ ସନ୍ଦେହରେ ଅଗ୍ନିଶମ ବିଭାଗ ଏବଂ କ୍ରେନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛି ।

ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରର ସେକ୍ଟର -୨୧ ସ୍ଥିତ ନୟାବଜାର ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ ବରୋଦାର ପରିତ୍ୟକ୍ତ ତିନି ମହଲା କୋଠା ଭୁଶୁଡି ପଡିଛି । ଏହି କୋଠାରେ କେହି ରହୁନଥିଲେ କିମ୍ବା ଏହି କୋଠାର ମରାମତି ଓ ସୁରକ୍ଷା ନେଇ ବ୍ୟାଙ୍କ ଆଡୁ କୌଣସି ପଦକ୍ଷେପ ନିଆ ଯାଇନଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କାଳେ କେହି କୋଠା ତଳେ ଚାପିହୋଇ ରହିଥିବା ସନ୍ଦେହରେ ପୋଲିସ ତରଫରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହିଞ୍ଚି ସର୍ଚ୍ଚ ଅପରେସନ ଜାରିରଖିଛି । ତେବେ ଏହି ଅଘଟଣରେ କୌଣସି ଧନ ଜୀବନ ନଷ୍ଟ ହୋଇ ନାହିଁ ବୋଲି ଡିଏସପି ଅଶୀମ ପଣ୍ଡା କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.