ରାଉରକେଲା: ଇସ୍ପାତନଗରରୀରେ ଭାଇଚାରାର ସହ ପାଳିତ ହୋଇଯାଇଛି ବକ୍ରି ଇଦ୍। ସୋମବାର ଇଦଗାହ ମୈଦାନରେ ମୁସଲମାନ ସମ୍ପ୍ରଦାୟର ଲୋକେ ନମାଜ ପଢିଥିଲେ।
ସକାଳୁ ଇଦଗାହ ମୈଦାନରେ ବହୁ ସଂଖ୍ୟାରେ ଲୋକ ନମାଜ ପଢିବା ପାଇଁ ଆସିଥିଲେ। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ମୈଦାନ ବାହାରେ ପୋଲିସ ମୁତୟନ କରାଯାଇଥିଲା । ଭାଇଚାରାର ସହର ରାଉରକେଲା ଠାରେ ବକ୍ରି ଇଦ ଅବସରରେ ବିଭିନ୍ନ ରାଜନୈତିକ ଦଳର ନେତା ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ। ରାଉରକେଲାକୁ ଛାଡି ରାଜଗାଙ୍ଗପୁର, ବୀରମିତ୍ରପୁର, କଳୁଙ୍ଗା, ବିଶ୍ରା ସହିତ ଅନ୍ୟ ମସଜିଦରେ ମଧ୍ୟ ନମାଜ ପାଠ ହୋଇଥିଲା ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ