ETV Bharat / state

ଗୁପ୍ତ ଶୈବପୀଠ ବାବାଜୀ ମଠ: ଗୁମ୍ଫାରେ ପୂଜା ପାଉଛନ୍ତି ପାତାଳି ମହାଦେବ, ଜଳାଭିଷେକ କରୁଛି ପାତାଳି ଗଙ୍ଗା

author img

By

Published : Jul 16, 2023, 5:07 PM IST

ସୁନ୍ଦରଗଡ ଜିଲ୍ଲା କୋଇଡା ଅଞ୍ଚଳରେ ରହିଛି ଗୁପ୍ତ କୈଳାସ । ପାହାଡ଼ ପାଦଦେଶରେ ଗୁମ୍ଫା ମଧ୍ୟରେ ଆବିର୍ଭାବ ହୋଇଛନ୍ତି ସ୍ବୟଂ ପ୍ରଭୁ ମହାଦେବ । ପାତାଳରୁ ବାହାରିଥିବାକୁ ଯୋଗୁଁ ଗୁମ୍ଫା ଭିତରେ ପ୍ରଭୁ ପାତାଳି ମହାଦେବ ଭାବରେ ପୂଜିତ ହେଉଛନ୍ତି । ପବିତ୍ର ଶ୍ରାବଣ ମାସରେ ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ

ସୁନ୍ଦରଗଡର ଗୁପ୍ତ ଶୈବପୀଠ ବାବାଜୀ ମଠ
ସୁନ୍ଦରଗଡର ଗୁପ୍ତ ଶୈବପୀଠ ବାବାଜୀ ମଠ
ଗୁମ୍ଫାରେ ପୂଜା ପାଉଛନ୍ତି ପାତାଳି ମହାଦେବ

ରାଉରକେଲା: ଖଣି ଖାଦନ ଭରା ସୁନ୍ଦରଗଡ ଜିଲ୍ଲାରେ ଲୁକ୍କାୟିତ ରହିଛି ଅନେକ ପୌରାଣିକ ଐତିହ୍ୟସ୍ଥଳୀ । ତନ୍ମଧ୍ୟରୁ ଅନ୍ୟତମ ଗୁପ୍ତ ଶୈବପୀଠ ବାବାଜୀ ମଠ । ପାହାଡ଼ ଓ ଘଞ୍ଚ ଅରଣ୍ୟର ନୈସର୍ଗିକ ଶୋଭାରାଜି ମଧ୍ୟରେ ଅବସ୍ଥିତ ଏହି ମଠରେ ଆବିର୍ଭୂତ ହୋଇଛନ୍ତି ସ୍ବଂୟ ପ୍ରଭୁ ମହାଦେବ । ଏଠାରେ ୭ଟି ଐତିହାସିକ ଗୁମ୍ଫା ରହିଛି ଏବଂ ପ୍ରତିଟି ଗୁମ୍ଫାର ରହିଛି ଭିନ୍ନ ଭିନ୍ନ ମାହାତ୍ମ୍ୟ । ଏହି ଗୁମ୍ଫାରେ ପାତାଳ ଫୁଟାଇ ପ୍ରଭୁ ଶଙ୍କର ଆବିର୍ଭୂତ ହୋଇଥିବାରୁ ପାତାଳି ମହାଦେବ ରୂପରେ ପୂଜା ପାଉଛନ୍ତି । ପ୍ରଭୁ ଶିବଙ୍କ ସହ ଏହି ଗୁମ୍ଫାରେ ପାହାଡ଼ ଚିରି ପାତାଳି ଗଙ୍ଗା ବହୁଛି । ଏଠାରେ ଉଈ ହୁଙ୍କା ରୂପରେ ପ୍ରଭୁଙ୍କ ସ୍ବରୂପର ଦର୍ଶନ ମିଳିଥାଏ ।

ବାବାଜୀ ମଠ କିମ୍ବଦନ୍ତୀ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ କାଲଟା ପଞ୍ଚାୟତରେ ପାହାଡ଼ରେ ପାଦଦେଶରେ ଅବସ୍ଥିତ ବାବାଜୀ ମଠ । କାହିଁ କେଉଁ କାଳରୁ ଗେରୁଆ ବସ୍ତ୍ରଧାରୀ ବାବାଜୀମାନେ ଏଠାରେ ଅବସ୍ଥାନ କରୁଥିବାରୁ ଏହି ସ୍ଥାନଟି ବାବାଜୀ ମଠ ନାମରେ ନାମିତ ହୋଇଛି । ଏହି ମଠରେ ପହଞ୍ଚିବାକୁ ହେଲେ ଘଞ୍ଚ, ଜଙ୍ଗଲ ଓ ପାହାଡିଆ ରାସ୍ତା ଡେଇଁ ଯିବାକୁ ପଡ଼େ । ମଠରେ ପହଞ୍ଚିବା ପରେ ପ୍ରଥମେ ଉଈ ହୁଙ୍କା ରୂପେ ପୂଜା ପାଉଥିବା ମହାଦେବଙ୍କ ଦର୍ଶନ ମିଳିଥାଏ । ପୁଣି କଠିନ ପରିଶ୍ରମ କରି ପାହାଡ ଚଢିଲେ ସାତଟି ପବିତ୍ର ଗୁମ୍ଫା ଦେଖିବାକୁ ମିଳିଥାଏ । ଏହି ଗୁମ୍ଫାଗୁଡିକ ପାତାଳି ମହାଦେବ, କପିଳମୁନି, ପାର୍ବତୀ, ସାତ ଭଉଣୀ, ଅମୃତଭାଣ୍ଡ, ଜାମ୍ବବାନ, ଶିବ ପାର୍ବତୀ ସଙ୍ଗମ ନାମରେ ନାମିତ ଅଛି । ଗୁମ୍ଫା ଭିତରେ ପ୍ରଭୁ ପାତାଳରୁ ଆବିର୍ଭୂତ ହୋଇଛନ୍ତି । ତେଣୁ ତାଙ୍କୁ ପାତାଳି ମହାଦେବ କୁହାଯାଏ । କାହିଁ କେଉଁ ଯୁଗରେ ମହାଦେବ ମାଆ ପାର୍ବତୀଙ୍କ ସହ ଏହି ଗୁମ୍ଫାଗୁଡ଼ିକରେ ବସବାସ କରୁଥିବାର ବିଶ୍ବାସ ରହିଛି । ଏହାମଧ୍ୟ ଲୋକକଥା ରହିଛି ଯେ, ଯେତେବେଳେ ମାଆ ପାର୍ବତୀଙ୍କୁ ଦେବୀତ୍ୱ ପ୍ରାପ୍ତ ହୋଇନଥିଲା, ସେତେବେଳେ ସେ ଏହି ଗୁମ୍ଫାରେ ଆସି ତପସ୍ୟା କରିଥିଲେ । କେହି ମନସ୍କାମନା ରଖି ଏଠାକୁ ଆସି ପୂଜା କଲେ ସବୁ ମନବାଞ୍ଛା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ପାତାଳି ଗଙ୍ଗାର ମହିମା

ଅମରନାଥ ଗୁମ୍ଫା ଭଳି ଏହି ବାବାଜୀ ମଠ ଗୁମ୍ଫାରେ ମହାଦେବ ପୂଜା ପାଉଛନ୍ତି । ଲୋକେ ବିଶ୍ବାସ କରିନ୍ତି ଯେ, ଗୁମ୍ଫାରେ ଥିବା ଉଈ ହୁଙ୍କା ସଦୃଶ ଶିବଲିଙ୍ଗ ଶୀତ ଦିନରେ ଛୋଟ ହୋଇଯାଏ । ଶୀତ ସରିବା ସହ ଏହାର ଆକାର ମଧ୍ୟ ବଢିଥାଏ । ପୁଣି ଗରମ ବଢିଲେ ହୁଙ୍କା ସଦୃଶ ଶିବଲିଙ୍ଗ ମଧ୍ୟ ବଢିଥାଏ ଏବଂ ଶ୍ରାବଣ ସମୟରେ ଏହା ଗୁମ୍ଫାର ଉପରି ଭାଗକୁ ସ୍ପର୍ଶ କରିଥାଏ । ଏହି ସ୍ଥାନରେ ରହିଛି ଗୁପ୍ତ ଗଙ୍ଗା ବା ପାତାଳି ଗଙ୍ଗା । ପାତାଳରୁ ଫୁଟି ପାହାଡ଼କୁ ଚିରି ବହୁଥିବା ଏହି ଗୁପ୍ତ ଗଙ୍ଗାର ଜଳରାଶି ପ୍ରଭୁ ଶିବଙ୍କ ଲିଙ୍ଗ ଉପରେ ସିଧାସଳଖ ପଡିଥାଏ । ଯେଉଁ ସ୍ଥାନରେ ସୂର୍ଯ୍ୟକିରଣ ପଡେନି, ସେହି ସ୍ଥାନରୁ ଏହି ଗଙ୍ଗାର ବାହାରିଛି । ବିଶ୍ବାସ ରହିଛି, ଏହି ଗୁପ୍ତ ଗଙ୍ଗାର ପାଣିରେ ସ୍ନାନ କଲେ କିମ୍ବା ଏହାକୁ ପାନ କଲେ ରୋଗବ୍ୟାଧି ଦୂର ହୁଏ ।

ଲୁକ୍କାୟିତ ଅବସ୍ଥାରେ ଗୁପ୍ତ ଶୈବପୀଠ

ସବୁଜ ବନାନୀ ପରିବେଷ୍ଟିତ ଏହି ଗୁପ୍ତ ଶୈବପୀଠ ଆଜି ବି ଲୁକ୍କାୟିତ ଅବସ୍ଥାରେ ରହିଛି । କାଁ ଭାଁ ଲୋକେ ଏହି ସ୍ଥାନ ବିଷୟରେ ଜାଣନ୍ତି ଏବଂ ଏଠାକୁ ଆସି ଦର୍ଶନ କରନ୍ତି । ସରକାର ଓ ପ୍ରଶାସନର ପ୍ରଚାରପ୍ରସାର ଅଭାବରୁ ବାବାଜୀ ମଠ ଅପହଞ୍ଚ ହୋଇରହିଛି । ଏହାର ପ୍ରଚାରପ୍ରସାର ହେଲେ ଏହା ସୁନ୍ଦରଗଡ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ରୂପେବହୁସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ । ତେଣୁ ବାବାଜୀ ମଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ସ୍ଥାନୀୟ ଲୋକେ ଓ ଏଠାକାର ପୂଜାରୀ ଦାବି କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.