ETV Bharat / state

Hockey Anthem: ୧୩ରୁ ଲଢେଇ, ରିଲିଜ ହେଲା ହକି ଆନ୍ଥେମ ଏକ ନୟି କାହାନି ଲିଖି ହୈ ଓଡ଼ିଶା - ପୁରୁଷ ହକି ବିଶ୍ବକପ ୨୦୨୩

ଆସନ୍ତା ୧୩ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ହକି ମହାକୁମ୍ଭ (FIH Men's Hockey World Cup)। ଏ ନେଇ ଆଜି ରିଲିଜ ହେଲା ହକି ଆନ୍ଥେମ 'ଏକ ନୟି କାହାନି ଲିଖି ହୈ ଓଡ଼ିଶା' (Ek Nayi Kahani likhi Hai Odisha)। ଅଧିକ ପଢନ୍ତୁ

Hockey Anthem
Hockey Anthem
author img

By

Published : Jan 9, 2023, 8:48 PM IST

Hockey Anthem

ଭୁବନେଶ୍ବର: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ବକପ ୨୦୨୩ (FIH Men's Hockey World Cup) । ରାଜ୍ୟର ୨ଟି ଷ୍ଟାଡିୟମର ହକି ବିଶ୍ବକପ୍‌ର ସମସ୍ତ ମ୍ୟାଚ ଖେଳାଯିବାକୁ ଥିବାବେଳେ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଏହାରି ମଧ୍ୟରେ ଓଡ଼ିଶା କ୍ରୀଡ଼ାର ଇତିହାସକୁ ନେଇ ହକି ବିଶ୍ବକପ ପୂର୍ବରୁ ଉନ୍ମୋଚନ ହୋଇଯାଇଛି ହକି ଅନ୍ଥେମ "ଏକ ନୟି କାହାନି ଲିଖି ହୈ ଓଡ଼ିଶା" (Ek Nayi Kahani likhi Hai Odisha) । ଏହି ହିନ୍ଦି ସଙ୍ଗୀତ ଭିଡ଼ିଓର ଲୋକାର୍ପଣ କାର୍ଯ୍ୟକ୍ରମ ପ୍ରେସକ୍ଲବଠାରେ ହୋଇଯାଇଛି ।

ନିର୍ଦ୍ଦେଶକ ସନ୍ତୋଷ ପଣ୍ଡା ଏହି ଗୀତକୁ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଗୀତକୁ ଗାଇଛନ୍ତି ପ୍ରସିଦ୍ଧ ବଲିଉଡ୍ କଣ୍ଠଶିଳ୍ପୀ ଅଭିଜିତ ଭାଟ୍ଟାଚାର୍ଯ୍ୟ । ଦ ପ୍ରିମିୟମ ମିଡ଼ିଆ ଏଵଂ ଇଷ୍ଟର୍ଣ୍ଣ ୱେର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା ଗୀତଟି ସମସ୍ତଙ୍କ ମନଙ୍କୁ ଛୁଇଁବ ବୋଲି ଆଶା କରାଯାଉଛି । ଏହି ଗୀତଟି କଳିଙ୍ଗ ଷ୍ଟାଡିୟମ ସମେତ ରାଜଧାନୀର ଅନେକ ସ୍ଥାନକୁ ନେଇ ସୁଟିଂ କରାଯାଇଛି । ସେହିପରି ଭାରତ ଏକ ସର୍ବଧର୍ମ ସମନ୍ବୟ ରାଷ୍ଟ୍ର ହୋଇଥିବା ବେଳେ ବିଭିନ୍ନ ଧର୍ମାନୁଷ୍ଠାନର ଦୃଶ୍ୟ ସହ ରାଜ୍ୟର ବିଶେଷ ଭାବେ ଭୁବନେଶ୍ବରର ଐତିହ୍ୟ ସଂସ୍କୃତି ଓ ପରମ୍ପରାର ଝଲକ ଏହି ଗୀତରେ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ଘନ କୁହୁଡ଼ି ଯୋଗୁଁ ଟ୍ରେନ୍‌ ଚଳାଚଳ ପ୍ରଭାବିତ, ରାଜଧାନୀ ଏକ୍ସପ୍ରେସ ଟ୍ରେନ୍‌ ସମୟରେ ପରିବର୍ତ୍ତନ

ଗୀତଟି ରାଜ୍ୟବାସୀଙ୍କ ସହିତ କ୍ରୀଡାପ୍ରେମୀଙ୍କୁ ବିମୁଗ୍ଧ କରିବ ବୋଲି ଆଶା ରଖାଯାଇଛି । ହକି ବିଶ୍ବକପ ପୂର୍ବରୁ ଗୀତଟି ରିଲିଜ ହୋଇଥିବା ବେଳେ ଆସନ୍ତା ବିଶ୍ବକପ ଉଦଘାଟନୀ ଉତ୍ସବ ଓ ଡ଼ଟ ଫେଷ୍ଟରେ ଏହି ସଂଗୀତ ବାଜିବ ବୋଲି କୁହାଯାଉଛି । ଏହି ଗୀତ ହକିପ୍ରେମୀଙ୍କୁ ଆହୁରି ଉତ୍ସାହିତ କରିବ ବୋଲି କହିଛନ୍ତି ନିର୍ଦ୍ଦେଶକ । ଏ ନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି, "ଏହି ଗୀତଟି ବେଶ ସୁନ୍ଦର ହୋଇଛି, ତେଣୁ ଲୋକଙ୍କ ପାଖରେ ଏହା ଆଦୃତ ହେବ । କଳିଙ୍ଗର କ୍ରୀଡା ଇତିହାସର ପ୍ରଚାର କରିବା ସହ ହକିରେ ବିଶ୍ଵ ବିଜୟୀ ପାଇଁ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ।"

ସୂଚନା ଥାଉ କି ପୁରୁଷ ହକି ବିଶ୍ବକପ ୨୦୨୩ର ସମସ୍ତ ମ୍ୟାଚ ରାଜ୍ୟରେ ଖେଳାଯିବ । ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ମ୍ୟାଚରେ ମୋଟ ୧୬ଟି ଟିମ ଅଂଶଗ୍ରହଣ କରିବେ । ମ୍ୟାଚ ଲାଗି ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଦଳ ଓଡ଼ିଶାରେ ପହଞ୍ଚିବାରେ ଲାଗିଛନ୍ତି । ଏଥିଲାଗି ସାରା ରାଜ୍ୟକୁ ସଜ୍ଜିତ କରାଯାଉଛି । ନୂଆବୋହୂ ପରି ରାଜଧାନୀ ଭୁବନେଶ୍ବରଠାରୁ ଆରମ୍ଭ କରି କଟକ ଓ ରାଉରକେଲାକୁ ସଜାଯାଉଛି । ଅନ୍ୟପଟେ ଚଳିତ ବିଶ୍ବକପରେ ଯଦି ଭାରତ ବିଜୟୀ ହୁଏ ତେବେ ଓଡ଼ିଶା ସରକାର ପ୍ରତି ଖେଳାଳିଙ୍କୁ କୋଟିଏ ଲେଖାଏଁ ପୁରସ୍କାର ରାଶି ଦେବେ ବୋଲି ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.