ସୁନ୍ଦରଗଡ: ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ ଖଣ୍ଡୀୟ ପରିଚାଳନା ଏକକ ସୁନ୍ଦରଗଡର ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା 5 ବର୍ଷ ପାଇଁ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ବନ ବିଭାଗର ସମସ୍ତ ଅଧିକାରୀ ,ରାଉରକେଲା ଚିପ କଞ୍ଜରଭେଟର ଅଫ ଫରେଷ୍ଟ , ସମସ୍ତ ରେଞ୍ଜ ଅଫିସର , ଫରେଷ୍ଟର , ଭିଏସଏସ ଓ ଏସଏଚଜିଙ୍କ ସହ ସମସ୍ତ ଲାଇଙ୍ଗ ବିଭାଗର ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ପ୍ରକଳ୍ପର ପ୍ରଗତି, ପ୍ରକଳ୍ପରେ ଆସୁଥିବା ସମସ୍ୟା ଓ ତାର ନିରାକରଣ ପାଇଁ ନିଆଯାଉଥିବା ବ୍ୟବସ୍ଥା ଉପରେ ସମୀକ୍ଷା ହୋଇଥିଲା ।
ଜିଲ୍ଲାପାଳ ଏହି ବୈଠକରେ ଉପସ୍ଥିତି ରହି ପ୍ରକଳ୍ପର ସମୀକ୍ଷା କରିବା ସହ ଏହାର ପ୍ରଗତି ନେଇ ମତ ରଖିଥିଲେ। ଏହି ପ୍ରକଳ୍ପ ଯଦିଓ ପାଞ୍ଚ ବର୍ଷ ଧରି ସୁନ୍ଦରଗଡରେ ଚାଲୁଛି । ଆଗକୁ ଆହୁରି ପାଞ୍ଚ ବର୍ଷ ଧରି ଚାଲିବ । ସମସ୍ତ କ୍ଷେତ୍ରରେ ଆଶା ଠାରୁ ଅଧିକ ଫଳ ମିଳିଥିବା କଥା ସେ କହିଛନ୍ତି । ତେବେ ଆଗକୁ ଆହୁରି ଭଲ ପ୍ରଦର୍ଶନ ଯେପରି କରାଯାଇ ପାରିବ ସେନେଇ ଅଧିକ ସଚେତନ ହେବା ଦରକାର ବୋଲି ସେ କହିଥିଲେ । ଜାପାନ ଇଣ୍ଟରନ୍ୟାସନାଲ କୋ-ଅପରେସନ ଏଜେନ୍ସି (JICA) ଏହି ପ୍ରକଳ୍ପ ପାଇଁ ଅର୍ଥ ଅନୁମୋଦନ କରିଥିଲା ।
ଏପରିକି ସୁନ୍ଦରଗଡର ପରିବେଶକୁ ସନ୍ତୁଳିତ କରିବାକୁ ହେଲେ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ । ଏହି ପ୍ରକଳ୍ପ ସୁନ୍ଦରଗଡ ପରି ଓଡିଶାର ଅନ୍ୟ ଆଠଟି ସ୍ଥାନରେ ଚାଲୁଥିଲେ ବି ସୁନ୍ଦରଗଡ ଏହି ପ୍ରକଳ୍ପର ଶ୍ରେୟ ନେଇଛି । ସୁନ୍ଦରଗଡ ଜିଲ୍ଲାରେ ମୁଖ୍ୟତଃ ଉଜ୍ବଳପୁର ରେଞ୍ଜରେ ଏହା ସବୁଠାରୁ ଭଲ ସଫଳତା ପାଇଛି । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସୁନ୍ଦରଗଡ ଡିଏଫଓ କହିଛନ୍ତି । ତେବେ ମହିଳାଙ୍କୁ ସ୍ବାବଲମ୍ବୀ କରିବା , ଜଙ୍ଗଲକୁ ସୁରକ୍ଷିତ ରଖିବା , ଜଙ୍ଗଲ ଜନ୍ତୁଙ୍କୁ ସଂରକ୍ଷଣ କରିବା ଓ ପରିବେଶକୁ ନଷ୍ଟ ମୁଖରୁ ରକ୍ଷା କରିବା ପାଇଁ ଏହି ପ୍ରକଳ୍ପ ରାଜ୍ୟ ସରକାର ହାତକୁ ନେଇଥିବା ଡିଏଫଓ କହିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ