ETV Bharat / state

ଶିଶୁଙ୍କ ସୁରକ୍ଷା ପାଇଁ ଉଦଘାଟନ ହେଲା ପ୍ରକଳ୍ପ ‘ଆନନ୍ଦ ଘର’ - ଶିଶୁଙ୍କ ସୁରକ୍ଷା ପାଇଁ ଉଦଘାଟନ ହେଲା ପ୍ରକଳ୍ପ ‘ଆନନ୍ଦ ଘର’

ପୋଲିସ ନେଲା ଏକ ଐତିହାସିକ ପଦକ୍ଷେପ । ଶିଶୁଙ୍କ ସୁରକ୍ଷା ନେଇ ଆରମ୍ଭ ହୋଇଛି ‘ଆନନ୍ଦ ଘର’ ନାମରେ ନୂଆ ପ୍ରକଳ୍ପ । ଅଧିକ ପଢନ୍ତୁ...

ଶିଶୁଙ୍କ ସୁରକ୍ଷା ପାଇଁ ଉଦଘାଟନ ହେଲା ପ୍ରକଳ୍ପ ‘ଆନନ୍ଦ ଘର’

author img

By

Published : Jan 30, 2021, 9:40 AM IST

ସୁନ୍ଦରଗଡ: ପୋଲିସ ନେଲା ଏକ ଐତିହାସିକ ପଦକ୍ଷେପ । ଶିଶୁଙ୍କ ସୁରକ୍ଷା ନେଇ ଆରମ୍ଭ ହୋଇଛି ‘ଆନନ୍ଦ ଘର’ ନାମରେ ନୂଆ ପ୍ରକଳ୍ପ । ରାଜଗାଙ୍ଗପୁର ଥାନା ପରିସରରେ ଆରମ୍ଭ ହୋଇଛି ଏହି ପ୍ରକଳ୍ପ । ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଏହି ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଶିଶୁ ଓ ସମାଜ ପାଇଁ ଉତ୍ସର୍ଗ କରିଛନ୍ତି ।

ଶିଶୁଙ୍କ ସୁରକ୍ଷା ପାଇଁ ଉଦଘାଟନ ହେଲା ପ୍ରକଳ୍ପ ‘ଆନନ୍ଦ ଘର’

ଆଜିର ପିଲା ହେଉଛନ୍ତି ଆସନ୍ତା କାଲିର ଭବିଷ୍ୟତ। ସେମାନଙ୍କର ସ୍ବାଧୀନତା ଓ ସୁରକ୍ଷା ପ୍ରତ୍ୟେକ ବ୍ୟକ୍ତିଙ୍କର ନୈତିକ ଦାୟିତ୍ତ୍ବ । ସେହି ଦାୟିତ୍ତ୍ବକୁ ସୂଚାରୁ ରୂପେ ପାଳନ କିପରି କରାଯାଇ ପାରିବ ସେ ନେଇ ଏହି ପ୍ରକଳ୍ପର ଚିନ୍ତନ କରାଯାଇଥିବା କଥା ସେ କହିଛନ୍ତି । ରାଜଗାଙ୍ଗପୁରରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିବାବେଳେ ଖୁବ ଶୀଘ୍ର ସୁନ୍ଦରଗଡ ପୋଲିସ ଜିଲ୍ଲାର ଭଷ୍ମା, ବଡଗାଁ, କୁତ୍ରା , ଟାଉନ ଓ ବୀରମିତ୍ରପୁର ଥାନାକୁ ଏହାର ପରିସର ଭୁକ୍ତ କରାଯିବ ବୋଲି କହିଛନ୍ତି ।

ଏହି ପ୍ରକଳ୍ପର 4ଟି ମୂଳ ଉଦ୍ଦେଶ୍ୟ ହେଲା ପିଲାଙ୍କ ନିକଟରେ ପୋଲିସ କର୍ମଚାରୀଙ୍କୁ ଅଧିକ ନିକଟତର କରିବା, ଯୌନ ଶୋଷଣର ଶିକାର ହୋଇଥିବା ପୀଡିତ/ପୀଡିତାଙ୍କର ମାନସିକ ଯତ୍ନ ନେବା ସହ ସେମାନଙ୍କର ଆବଶ୍ୟକତାକୁ ପୂରଣ କରିବା, ପିଲାଙ୍କ ସହିତ ସୁ-ସମ୍ପର୍କ ରକ୍ଷା କରିବା ପାଇଁ ଏକ ଭିତ୍ତିଭୂମି ବା ପ୍ଲାଟଫର୍ମ ତିଆରି କରିବା ଓ ଶିଶୁ ଅପରାଧକୁ ରୋକିବା । ଏହି ପ୍ରକଳ୍ପକୁ ସାକାର କରିବାପାଇଁ ସୁନ୍ଦରଗଡ ପୋଲିସ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ, କାପାସିଟି ବିଲଡିଂ ଓ କମ୍ୟୁନିଟି ପାର୍ଟିସିପେଶନ ପରି ବ୍ୟବସ୍ଥା କରିଥିବା କଥା ପଶ୍ଚିମାଞ୍ଚଳ ଡି.ଆଇ.ଜି କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.