ରାଉରକେଲା: ସୁନ୍ଦରଗଡର ରାଜଗାଙ୍ଗପୁର ନିକଟସ୍ଥ ବରପଲୀ ଟୋଲଗେଟ୍ରୁ ଲୁଟ ଅଭିଯୋଗ । ଟ୍ରକ ଡ୍ରାଇଭରଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ପରେ 12 ହଜାର ଟଙ୍କା ସହ ମୋବାଇଲ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଆକ୍ରମଣର ଶିକାର ହୋଇଥିବା ଡ୍ରାଇଭର ଦୀପକ ଘୋଷ ବର୍ତ୍ତମାନ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ଟୋଲଗେଟ୍ରେ ଲମ୍ବା ଧାଡିରେ ଦୀପକ ଗାଡି ଠିଆ କରିଥିବାବେଳେ 6ରୁ ଅଧିକ ଯୁବକ ବନ୍ଧୁକ ଓ ଭୁଜାଲିରେ ଏହି ଡକାୟତି କରିଥିଲେ। ସେମାନେ ଖଲାସୀକୁ କାବୁ କରିବା ସହିତ ଟ୍ରକ ଡ୍ରାଇଭରଙ୍କ ଉପରେ ହମଲା କରିଥିଲେ । ସେପଟେ ଟ୍ରକ ଲୁଟ ଓ ଡକାୟତି ଗ୍ୟାଙ୍ଗଙ୍କ ଉତ୍ପାତ ବୃଦ୍ଧି ପାଉଥିବାରୁ ଏହା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ