ETV Bharat / state

5 ଦଫା ଦାବିରେ ଆମରଣ ଅନଶନରେ ଜେଲ କର୍ମଚାରୀ

author img

By ETV Bharat Odisha Team

Published : Sep 26, 2023, 12:42 PM IST

5 ଦଫା ଦାବି ନେଇ ଆମରଣ ଅନଶନରେ ଜେଲ କର୍ମଚାରୀ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ଜେଲ କର୍ମଚାରୀ । ଦୀର୍ଘ ଦିନ ଧରି ନିଜର ଦାବି ଉପସ୍ଥାପନ କରିବା ସତ୍ତ୍ବେ ରାଜ୍ୟ ସରକାର ଶୁଣୁନଥିବା ଅଭିଯୋଗରେ ଆମରଣ ଅନଶନରେ ବସି ରହିଛନ୍ତି ଜେଲ କର୍ମଚାରୀ । ରାଜ୍ୟର ଜେଲ୍ କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ଏହି ଧାରଣା ପ୍ରଦର୍ଶନ କରାଯାଇଛି ।

5 ଦଫା ଦାବିରେ ଆମରଣ ଅନଶନରେ ଜେଲ କର୍ମଚାରୀ
5 ଦଫା ଦାବିରେ ଆମରଣ ଅନଶନରେ ଜେଲ କର୍ମଚାରୀ
5 ଦଫା ଦାବିରେ ଆମରଣ ଅନଶନରେ ଜେଲ କର୍ମଚାରୀ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ଜେଲ କର୍ମଚାରୀ । 5 ଦଫା ଦାବି ନେଇ ଆମରଣ ଅନଶନରେ ବସି ରହିଛନ୍ତି ଜେଲ୍‌ କର୍ମଚାରୀ । କାର୍ଯ୍ୟ ବନ୍ଦ ନକରି ଭୋକ ଓପାସରେ ଜାରି ରଖିଛନ୍ତି ଧାରଣା ।

5 ଦଫା ଦାବି ନେଇ ଆମରଣ ଅନଶନ ରେ ଜେଲ କର୍ମଚାରୀ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ଜେଲ କର୍ମଚାରୀ । ଦୀର୍ଘ ଦିନ ଧରି ନିଜର ଦାବି ଉପସ୍ଥାପନ କରିବା ସତ୍ତ୍ବେ ରାଜ୍ୟ ସରକାର ଶୁଣୁନଥିବା ଅଭିଯୋଗରେ ଆମରଣ ଅନଶନରେ ବସି ରହିଛନ୍ତି ଜେଲ କର୍ମଚାରୀ । ରାଜ୍ୟର ଜେଲ୍ କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ଏହି ଧାରଣା ପ୍ରଦର୍ଶନ କରାଯାଇଛି ।

ତେବେ ରାଉରକେଲା ସ୍ୱତନ୍ତ୍ର ଜେଲ୍‌ର କର୍ମଚାରୀମାନେ ଜେଲ ପରିସରରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅନଶନ ଆରମ୍ଭ କରିଛନ୍ତି । ଏହି ସମୟରେ କୌଣସି କର୍ମଚାରୀ ଖାଦ୍ୟ ଗ୍ରହଣ କରିବେ ନାହିଁ । କିନ୍ତୁ ନିଜର କାର୍ଯ୍ୟ କରିବେ । ଡ୍ୟୁଟି ସାଙ୍ଗକୁ ଏହି ଆନ୍ଦୋଳନକୁ ଜାରି ରଖିଛନ୍ତି ଜେଲ୍‌ କର୍ମଚାରୀ । ଭୋକ ଶୋଷରେ ରହି ଡ୍ୟୁଟି କରୁଛନ୍ତି କିଛି କର୍ମଚାରୀ ।

ଏହାମଧ୍ୟ ପଢନ୍ତୁ.. ଆମରଣ ଅନଶନରେ ଜେଲ କର୍ମଚାରୀ, ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ଆନ୍ଦୋଳନକାରୀ

ରାଉରକେଲା ସ୍ୱତନ୍ତ୍ର ଜେଲ୍‌ରେ ମୋଟ ୩୧ ଜଣ କର୍ମଚାରୀ ଥିବା ବେଳେ ୨୦ ଜଣ ଅନଶନରେ ବର୍ତ୍ତମାନ ବସିଛନ୍ତି । ଅନ୍ୟ ୧୧ ଜଣ ଡ୍ୟୁଟି କରୁଛନ୍ତି । ଜେଲ କର୍ମଚାରୀ କାରାରକ୍ଷୀଙ୍କ ଗ୍ରେଡ ପେ' ୧୯୦୦ରୁ ୨୦୦୦ ଟଙ୍କା ଏବଂ ମୁଖ୍ୟ କାରାରକ୍ଷୀ ୨୦୦୦ରୁ ୨୪୦୦ ଟଙ୍କାକୁ ବୃଦ୍ଧି, ୨୦୧୨ ଅନୁଯାୟୀ ପୁରୁଣା ପଦୋନ୍ନତି ନିୟମକୁ ପୁନଃ ଲାଗୁ, ନିଜ ଆଞ୍ଚଳିକ ଉପଖଣ୍ଡ ସ୍ତରରେ ଜେଲ୍‌କୁ ବଦଳି ନିୟମର ପୁନଃ ଲାଗୁ, ଖାଦ୍ୟ ଭତ୍ତା ୪୦୦ରୁ ୧୪୦୦ ଟଙ୍କାକୁ ବୃଦ୍ଧି ଏବଂ ୧୩ ମାସିଆ ଦରମା ବୃଦ୍ଧି ଆଦି ଦାବିରେ ଜେଲ୍ କର୍ମଚାରୀ ଆମରଣ ଅନଶନରେ ବସିଛନ୍ତି ।

ଅନଶନରତ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲେ ସେଥିପାଇଁ ସରକାର ଏବଂ ଜେଲ୍ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି କୁହାଯାଇଛି । ତେବେ ବିଭିନ୍ନ ଦାବି ନେଇ ଜେଲ୍ କର୍ମଚାରୀମାନେ ସେପ୍ଟେମ୍ବର ୧୩ ତାରିଖରୁ କଳା ବ୍ୟାଚ ପିନ୍ଧି ୨୪ ତାରିଖ ପର୍ଯ୍ୟନ୍ତ କାମ କରୁଥିଲେ । ମାତ୍ର ସରକାର ଦାବି ପୂରଣ ନକରିବାରୁ କର୍ମଚାରୀମାନେ ସୋମବାର ଠାରୁ ଆମରଣ ଅନଶନରେ ବସିଛନ୍ତି । ଭୋକ ଓପାସରେ ବସି ରହି ଆନ୍ଦୋଳନକୁ ଜୋରଦାର କରିବାରେ ଲାଗିଛନ୍ତି ଜେଲ କର୍ମଚାରୀ । ଦାବି ପୂରଣ ନହେବା ଯାଏଁ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.