ETV Bharat / state

ହକି ବିଶ୍ବକପ: ଟ୍ରାଫିକ କଣ୍ଟ୍ରୋଲ ପାଇଁ ପ୍ରଶାସନ ପ୍ରସ୍ତୁତ କହିଲେ ଅତିରିକ୍ତ ଜିଲ୍ଲାପାଳ

ରାଉରକେଲା ସହରରେ ଆସନ୍ତା ୧୩ରେ ଆୟୋଜିତ ହେବ ହକି ବିଶ୍ବକପ । ତେବେ ବିପୁଳ ଜନସମାଗମ ହେବାକୁ ଥିବା ବେଳେ ପ୍ରଶାସନ ପାଇଁ ଟ୍ରାଫିକ ବ୍ୟବସ୍ଥା ଏକ ଚାଲେଞ୍ଜ ସୃଷ୍ଟି କରିଛି । ତେବେ ହକି ବିଶ୍ବକପରେ ଟ୍ରାଫିକ କଣ୍ଟ୍ରୋଲ ପାଇଁ ପ୍ରଶାସନ ପ୍ରସ୍ତୁତ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

author img

By

Published : Jan 1, 2023, 11:49 AM IST

ହକି ବିଶ୍ବକପ
ହକି ବିଶ୍ବକପ
ହକି ବିଶ୍ବକପ

ରାଉରକେଲା: ଆସନ୍ତା ଜାନୁଆରୀ ୧୩ ତାରିଖରେ ରାଉରକେଲା ସହରରେ ଖେଳାଯିବ ହକି ବିଶ୍ୱକପ । ପ୍ରଥମ ଥର ପାଇଁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ହକି ବିଶ୍ୱକପ । ତେବେ ପ୍ରଥମ ଥର ରାଉରକେଲାରେ ବିଶ୍ୱକପ ଆୟୋଜନ ହେଉଥିବାରୁ ପ୍ରଶାସନ ପାଇଁ ଏକ ପ୍ରକାର ଚାଲେଞ୍ଜ ରହିଛି । ତେବେ ଅଧିକ ମାତ୍ରାରେ ଜନସମାଗମକୁ ନେଇ ଟ୍ରାଫିକ ବ୍ୟବସ୍ଥାକୁ କଣ୍ଟ୍ରୋଲ କରିବା ପାଇଁ ରାଉରକେଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ରାଉରକେଲାରେ ପ୍ରଥମ ଥର ହକି ବିଶ୍ୱକପ ଆୟୋଜନ ଯୋଗୁଁ ହକି ଦେଖିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଲୋକଙ୍କ ଉତ୍ସାହ ଶୀର୍ଷରେ ରହିଛି । ତେବେ ସୁନ୍ଦରଗଡ ଜିଲ୍ଲା ଏବଂ ରାଉରକେଲା ସହର ବ୍ୟତୀତ ଓଡିଶା ତଥା ରାଜ୍ୟ ବାହାରୁ ଦର୍ଶକ ଆସିବେ । ତେବେ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ମହାନଗର ନିଗମ ପାଇଁ ଏହା ଏକ ଚାଲେଞ୍ଜ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଟ୍ରାଫିକ ବ୍ୟବସ୍ଥା ସୂଚାରୁରୂପେ ସମ୍ପାଦନ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ନେଇ କହିଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ।

ଏହା ମଧ୍ୟ ପଢନ୍ତୁ: ଟ୍ରକକୁ ଧକ୍କା ଦେଲା PCR ଭ୍ୟାନ, 4 ପୋଲିସ କର୍ମଚାରୀ ଆହତ

ଏନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, "କେଉଁ ରୁଟ ଦେଇ ପ୍ଲେୟର ଯିବା ଆସିବା କରିବେ ଏ କେଉଁ ରୁଟରେ ଦର୍ଶକ ଯିବେ VIP, VVIP ମାନଙ୍କ ପାଇଁ କେଉଁ ରୁଟ ରହିବ ଏହାସହ ପାର୍କିଂ କେଉଁଠି ହେବ କେଉଁ ଗେଟରେ ଲୋକେ ଭିତରକୁ ଯିବେ ବ୍ୟବସ୍ଥା କରାଯାଇଛି। କିଭଳି ଭିଡ଼କୁ ନିୟନ୍ତ୍ରଣ କରାଯିବ ତାହା ନେଇ ରାଉରକେଲା SP ଏବଂ ସମସ୍ତ ଅଧିକାରୀ ବ୍ଲୁ ପ୍ରିଣ୍ଟ ତିଆରି କରିଛନ୍ତି । ତେବେ ଷ୍ଟାଡିୟମ ନିକଟରେ ଟ୍ରାଫିକ ଏବଂ ପାର୍କିଂ କଣ୍ଟ୍ରୋଲ ପାଇଁ ପାଖାପାଖି ୬ଟି ପାର୍କିଂ ଷ୍ଟାଣ୍ଡ କରାଯାଇଛି । ଏହାସହ ରାଉରକେଲା ସହରର ବାସନ୍ତୀ ପୋଖରୀ, ଶନି ମନ୍ଦିର, ଟ୍ରାଫିକ ଗେଟ, ଡେଲି ମାର୍କେଟ ଭିତରେ ଏବଂ ସିଭିଲ ଟାଉନଶିପରେ ମଧ୍ୟ ପାର୍କିଂ ବ୍ୟବସ୍ଥା କରାଯାଇଛି । ଯେଉଁଠାରେ ମୋ ବସ ଠାରୁ ଆରମ୍ଭ କରି ସଭିଏଁ ନିଜ ଗାଡି ପାର୍କିଂ କରିପାରିବେ ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.