ETV Bharat / state

କେବେ ସରିବ ତାଳଚେର-ବିମଲାଗଡ଼ ରେଳପଥ, ପ୍ରକଳ୍ପ ତ୍ବରାନ୍ବିତ ପାଇଁ ଉଠିଲା ଦାବି

author img

By

Published : May 15, 2023, 5:58 PM IST

କେବେ ହେବ ବହୁ ପ୍ରତୀକ୍ଷିତ ତାଳଚେର-ବିମଲାଗଡ଼ ରେଳପଥ । ସୁନ୍ଦରଗଡ଼ ଏବଂ ଦେବଗଡ଼ ଜିଲ୍ଲାରେ ଅଟକି ରହିଛି ଜମି ଅଧିଗ୍ରହଣ । ଅଧିକ ପଢ଼ନ୍ତୁ

talcher bimalagarh railway project
ତାଳଚେର ବିମଲାଗଡ଼ ରେଳପଥ ପ୍ରକଳ୍ପ
ତାଳଚେର ବିମଲାଗଡ଼ ରେଳପଥ ପ୍ରକଳ୍ପ

ରାଉରକେଲା: ପୂରଣ ହୋଇ ପାରୁନି ଲୋକଙ୍କ ଦାବି । ଆଜି ମଧ୍ୟ ଅଟକି ରହିଛି ବହୁ ପ୍ରତୀକ୍ଷିତ ପ୍ରକଳ୍ପ । ତାଳଚେର-ବିମଲାଗଡ଼ ରେଳ ପ୍ରକଳ୍ପକୁ ନେଇ ଚିନ୍ତାରେ ଜିଲ୍ଲାବାସୀ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣା ଓଟରାରେ ଲୋକେ ହନ୍ତସନ୍ତ । ରାଜ୍ୟ କହୁଛି କେନ୍ଦ୍ର ସରକାର ଅର୍ଥ ଦେଉ ନାହାନ୍ତି ଏବଂ କେନ୍ଦ୍ର କହୁଛି ରାଜ୍ୟ ସରକାର ଜମି ଅଧିଗ୍ରହଣ କରୁନାହିଁ । ଏହି ରାଜନୈତିକ ଟଣା ଓଟରାରେ ପେଶୀ ହେଉଛନ୍ତି ଜନସାଧାରଣ । ତେବେ କେବେ ହେବ ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ ରେଳ ଲାଇନ । ଯାହାକୁ ନେଇ ଆଶା ଆଶଙ୍କାରେ ଲୋକେ ।

ପ୍ରଶାସନର ଏବଂ ସରକାରଙ୍କ ଇଚ୍ଛାଶକ୍ତି ଅଭାବରୁ ବହୁ ପ୍ରତୀକ୍ଷିତ ତାଳଚେର-ବିମଲାଗଡ଼ ରେଳ ପ୍ରକଳ୍ପ ଅଟକି ରହିଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ବିବାଦ ତେଜିବାରେ ଲାଗିଛି । ରେଳ ଲାଇନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ରେଳ ଆକ୍ସନ କମିଟି, ନାଗରିକ ମଞ୍ଚ ସହ ଅନ୍ୟାନ୍ୟ ବିଭିନ୍ନ ସାମାଜିକ ସଂଗଠନ ଦାବି କରିଛନ୍ତି । ଯଥାଶୀଘ୍ର ଦାବି ପୂରଣ ନହେଲେ ବିଶାଳ ଆନ୍ଦୋଳନକୁ ଓହ୍ଲାଇବାକୁ ରେଳ ଆକ୍ସନ କମିଟି ଚେତାବନୀ ଦେଇଛି । ଏହି ରେଳ ଲାଇନ ହେଲେ ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ପଶ୍ଚିମ ଓଡ଼ିଶାକୁ ପୂର୍ବ ଓଡ଼ିଶା ସହ ଯୋଡିବାରେ ସହାୟକ ହେବ । ଭୁବନେଶ୍ବରରୁ ରାଉରକେଲା ସହରକୁ ୮ରୁ ୧୦ ଘଣ୍ଟା ସମୟ ଲାଗୁଥିବା ବେଳେ ଏହି ପ୍ରକଳ୍ପ ଦ୍ବାରା ୩ରୁ ୪ ଘଣ୍ଟାକୁ ହ୍ରାସ ହେବ ।

କିନ୍ତୁ ରେଳ ବିଭାଗର ପ୍ରକଳ୍ପ ପ୍ରତି ଆନ୍ତରିକତା ନଥିବାରୁ ଆଜି ଯାଏଁ ଜମି ଅଧିଗ୍ରହଣ ହୋଇନଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବାରମ୍ବାର ଦାବି ସତ୍ତ୍ୱେ ଜମି ଅଧିଗ୍ରହଣ କରିବାରେ ଉଭୟ ସୁନ୍ଦରଗଡ଼ ଏବଂ ଦେବଗଡ଼ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି । ସରକାରଙ୍କ ଦ୍ଵାରା 2003 ମସିହାରେ 1539 କୋଟି ଟଙ୍କା ଅନୁମୋଦନରେ ଏହି ପ୍ରକଳ୍ପର ମଞ୍ଜୁରୀ ଦିଆଯାଇଥିଲା । ପ୍ରାୟ 20 ବର୍ଷ ବିତିଗଲା କିନ୍ତୁ ଆଜି ଯାଏଁ ପ୍ରକଳ୍ପ ଶୂନ । ତେବେ ପୂର୍ବରୁ ବହୁବାର କୋଟି କୋଟି ଟଙ୍କାର ଅନୁଦାନ ଆସିଛି କିନ୍ତୁ ଜମି ଅଧିଗ୍ରହଣ କାର୍ଯ୍ୟ ହେଉନଥିବାରୁ ଏପର୍ଯ୍ୟନ୍ତ ଠିକ ଭାବେ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ । ବର୍ତ୍ତମାନ ଚକ୍ରଧରପୁର DRM କହିଛନ୍ତି, "ଏହିବର୍ଷ ପ୍ରାୟ ୩୦ କିଲୋମିଟର ରେଳ ଲାଇନ ତାଳଚେର ତରଫରୁ ଶେଷ ହୋଇଯିବ । ଯେଉଁ ଅଞ୍ଚଳରେ ଜମି ଅଧିଗ୍ରହଣ ହୋଇ ପାରୁନାହିଁ ସେ କଥା ପୁଣି ଧ୍ୟାନକୁ ନେଇ ଏହାକୁ ଯଥା ସମ୍ଭବ କାର୍ଯ୍ୟକାରୀ କରାଯିବ।" ଯଦି ପ୍ରଶାସନ ଏହି ପ୍ରକଳ୍ପକୁ ଶୀଘ୍ର ତ୍ୱରାନ୍ୱିତ ନକରେ ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ଏବଂ ଭୋଟ ବର୍ଜନ କରାଯିବ ବୋଲି ରେଳ ଆକ୍ସନ କମିଟି ଓ ନାଗରିକ ମଞ୍ଚ ଚେତାବନୀ ଦେଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.