ETV Bharat / state

ସଡକ ଦୁର୍ଘଟଣାରେ ଚାଲିଗଲା 2 ପାଲାକାରଙ୍କ ଜୀବନ

author img

By

Published : Jan 18, 2021, 11:27 AM IST

Updated : Jan 18, 2021, 1:52 PM IST

ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ପେଟ୍ରୋଲ ପମ୍ପ ନିକଟରେ ସଡକ ଦୁର୍ଘଟଣା । 2 ମୃତ ।

ସଡକ ଦୁର୍ଘଟଣାରେ ଚାଲିଗଲା 2 ପାଲାକାରଙ୍କ ଜୀବନ
ସଡକ ଦୁର୍ଘଟଣାରେ ଚାଲିଗଲା 2 ପାଲାକାରଙ୍କ ଜୀବନ

ରାଉରକେଲା: ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁନ୍ଦରଗଡ– ଏମ୍.ସି.ଏଲ୍ ରାସ୍ତାର ଟାଙ୍ଗରପାଲି ନିକଟରେ ଘଟିଛି ଏହି ଦୁର୍ଘଟଣା । ସୁନ୍ଦରଗଡ ଆଡୁ ଏମ୍.ସି.ଏଲ ଅଭିମୁଖେ ଯାଉଥିବା ଟ୍ରଲର ସଙ୍ଗେ ବିପରୀତ ଦିଗରୁ ଆସୁଥିବା ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି । ବୋଲେରୋଟି ଲେଫ୍ରିପଡା ବ୍ଲକ୍ ଗୋମାରଡିହିରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଜଣେ ପାଲାକାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେହିପରି ଅନ୍ୟ ଜଣେ ଆହତଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି । ପାଲାକାରଙ୍କ ସହ କେତେଜଣ ପାଲା ଗାଇବା ପାଇଁ କଟକରୁ ଗୋମାରଡିହି ଆସିଥିଲେ । ଆଜି ଭୋରରେ ଝାରସୁଗୁଡା ରେଳ ଷ୍ଟେସନକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି ।

ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ପାଲାକାରଙ୍କ ମୃତଶରୀର ସୁନ୍ଦରଗଡ ମର୍ଗ ହାଉସରେ ଥିବା ବେଳେ ଅନ୍ୟ ଜଣଙ୍କର ବୁର୍ଲା ଡାକ୍ତରଖାନାରେ ଅଛି । ଏଯାବତ୍‌ ମୃତକମାନଙ୍କର ସଠିକ ପରିଚୟ ମିଳିନାହିଁ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Jan 18, 2021, 1:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.