ETV Bharat / state

ଷ୍ଟିଲ ସିଟିରେ ଜମୁଛି ଆଦି ମହୋତ୍ସବ, ମୁଖ୍ୟ ଆକର୍ଷଣ ସାଜିଛି ଧାନରେ ତିଆରି ପ୍ରତିମୂର୍ତ୍ତି

ରାଉରକେଲା ସହରରେ ଜମୁଛି ଆଦି ମହୋତ୍ସବ । କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ଏହି ଜାତୀୟସ୍ତରୀୟ ମହୋତ୍ସବରେ ଆକର୍ଷଣ ପାଲଟିଛି ଆଦିବାସୀଙ୍କ ପଟ୍ଟଚିତ୍ର ଓ ଧାନରେ ତିଆରି ପ୍ରତିମୂର୍ତ୍ତି । ଅଧିକ ପଢନ୍ତୁ

author img

By

Published : Apr 11, 2023, 12:36 PM IST

ଷ୍ଟିଲ ସିଟିରେ ଜମୁଛି ଆଦି ମହୋତ୍ସବ
ଷ୍ଟିଲ ସିଟିରେ ଜମୁଛି ଆଦି ମହୋତ୍ସବ
ରାଉରକେଲାରେ ଆଦି ମହୋତ୍ସବ

ରାଉରକେଲା: ସୁନ୍ଦରଗଡ଼ ହେଉଛି ଏକ ଆଦିବାସୀ ବହୁଳ ଜିଲ୍ଲା । ଏହି ଜିଲ୍ଲାରେ ଭରି ରହିଛି ଆଦିବାସୀଙ୍କ କଳା ଓ ସଂସ୍କୃତି । ନିରୀହ ଆଦିବାସୀଙ୍କ କଳା ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯାଇ କେନ୍ଦ୍ର ସରକାରଙ୍କ G-20 କାର୍ଯ୍ୟକ୍ରମ ଅନ୍ତର୍ଗତ ରାଉରକେଲା ସହରରେ ଆୟୋଜିତ ହୋଇଛି ଜାତୀୟସ୍ତରୀୟ ଆଦି ମହୋତ୍ସବ । ଇସ୍ପାତ ନଗରୀରେ ଜମୁଛି ଆଦିବାସୀଙ୍କ ପାଇଁ ଆୟୋଜିତ ହୋଇଥିବା ଏହି ସ୍ଵତନ୍ତ୍ର ମେଳା । ସହରର ସେକ୍ଟର-୫ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ କଳା, ସଂସ୍କୃତି, ହସ୍ତଶିଳ୍ପ, ବ୍ୟଞ୍ଜନର ଝଲକ ଦେଖିବାକୁ ମିଳିଛି । ସେଲ୍ (ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼) ରାଉରକେଲା ଇସ୍ପାତ କାରଖାନା ସହ ଭାରତୀୟ ଜନଜାତି ସମବାୟ ବିପଣନ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆଦି ମହୋତ୍ସବ ଆୟୋଜିତ ହୋଇଛି ।

ଆଦିବାସୀମାନଙ୍କ କଳା ସଂସ୍କୃତିକୁ ନେଇ ଆୟୋଜନ ହେଉଥିବା ଆଦି ମହୋତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମର ଜନଜାତି ସମୁଦାୟର ଐତିହ୍ୟ ଏବଂ ସଂସ୍କୃତି ଭାରତ ପାଇଁ ବହୁ ଗର୍ବ ଗୌରବ ଆଣି ଦେଇଛି ଏବଂ ଭାରତ ଦେଶ ଏହାକୁ ନେଇ ଗର୍ବିତ । ଏହି ମେଳା ଆଦିବାସୀ କଳା, ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଦର୍ଶିତ ଓ ପ୍ରୋତ୍ସାହିତ କରିବା ସଙ୍ଗେସଙ୍ଗେ ଆଦିବାସୀ ସମ୍ପ୍ରଦାୟର ସାମାଜିକ ତଥା ଅର୍ଥନୈତିକ ବିକାଶ ପାଇଁ ସହାୟକ ହେଉଛି । ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଆଦି ମହୋତ୍ସବକୁ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆଦିବାସୀ କାରିଗରମାନେ ଆସି ଭାଗ ନେଇଛନ୍ତି ।

ମହୋତ୍ସବରେ ଜୈବିକ ଉତ୍ପାଦ, ବୟନ ଶିଳ୍ପ, ପଟ୍ଟଚିତ୍ର, ଝୋଟ ଉତ୍ପାଦ ଘରକରଣା ସାମଗ୍ରୀ, ମାଟି ବାସନ, ପିତ୍ତଳରେ ପ୍ରସ୍ତୁତ ସାଜସଜା ସାମଗ୍ରୀ, ଧାନରେ ପ୍ରସ୍ତୁତ ଦେବାଦେବୀଙ୍କ ହସ୍ତକଳା ଆଦି ପ୍ରଦର୍ଶନ ଓ ବିକ୍ରି କରାଯାଉଛି । ତେବେ ଏହି ଆଦି ମହୋତ୍ସବ ମେଳାର ମୁଖ୍ୟ ଆକର୍ଷଣ ପାଲଟିଛି ପ୍ରତିଦିନ ପରିବେଷଣ ହେଉଥିବା ଆଦିବାସୀ ନୃତ୍ୟ । ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକେ ନିଜର କଳା ସଂସ୍କୃତିକୁ ନେଇ ନୃତ୍ୟ ପ୍ରଦର୍ଶନ କରୁଛନ୍ତି । ସେହିପରି ଏହି ମେଳାର ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲଟିଛି ସଉରା ଏବଂ ଗଣ୍ଡ ଜନଜାତିଙ୍କ ପଟ୍ଟଚିତ୍ର ସହ ଧାନରେ ତିଆରି ଦେବାଦେବୀଙ୍କ ପ୍ରତିମୂର୍ତ୍ତି । ଆଦିବାସୀ ବହୁଳ ଜିଲ୍ଲା ନବରଙ୍ଗପୁରରୁ କାରିଗରମାନେ ଆସି ଏପରି କଳାକୃତି ଦେଖାଉଛନ୍ତି ।

ସୁନ୍ଦର ଭାବରେ ଧାନକୁ ବୁଣି କରାଯାଇଛି କଳାକୃତି । ଧାନରେ ଗଣେଶ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ଆକର୍ଷଣୀୟ ମୂର୍ତ୍ତି ନିର୍ମାଣ କରାଯାଇଛି । ଏହାକୁ ଦେଖିଲେ ଆଖି ଲାଖିଯିବ । ଆଦିବାସୀ ପଟ୍ଟଚିତ୍ର ମଧ୍ୟ ମେଳାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ଜାତୀୟ ଆଦିବାସୀ ମେଳା ଆୟୋଜିତ ହେବ । ବର୍ତ୍ତମାନ ଏହି ମେଳା ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍ ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.